ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ପ୍ରଧାନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା !

ଢେଙ୍କାନାଳ: ହିନ୍ଦୋଳ ବ୍ଲକ୍ କନ୍ତିମିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ତର୍କାବେଡାସ୍ଥିତ କୁମୁରିସିଂହା ଉଚ୍ଚବିଦ୍ୟାଳୟ ପରିସରରେ ଅବସର ନେଇଥିବା ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ପ୍ରଧାନଙ୍କୁ ଦିଆଯାଇଛି ଅବସରକାଳୀନ ସମ୍ବର୍ଦ୍ଧନା । ପରିଚାଳନା କମିଟି ସଭାପତି ବିଜୟ କୁମାର ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ୍ ଅନାଦି ଚରଣ ନାୟକ ମୁଖ୍ୟ ଅତିଥି , ବକ୍ତାଭାବେ ଅବସରପ୍ରାପ୍ତ ଶିକ୍ଷକ ସରୋଜ କୁମାର ପାଣିଗ୍ରାହୀ , ସମ୍ମାନିତ ଅତିଥିଭାବେ ଢେଙ୍କାନାଳ ଲୋକସଭା ସାଂସଦଙ୍କ ହିନ୍ଦୋଳ ପ୍ରତିନିଧି ସୁଶାନ୍ତ ପତି , ବିଦ୍ୟାଳୟ ପ୍ରତିଷ୍ଠାତା ସଦସ୍ୟ ଶତୃଘ୍ନ ପ୍ରଧାନ , ଈଶ୍ୱର ସାହୁ , ଶିକ୍ଷାବିତ୍ ପବିତ୍ର ମୋହନ ପ୍ରଧାନ , ଭ୍ରମରବର ବିଶ୍ୱାଳ , ଶ୍ରୀରାମ ରାଉତ , ପ୍ରମୋଦ କୁମାର ସ୍ୱାଇଁ , ଶଶିକାନ୍ତ ଦାସ ଓ ବିଭୁତିଭୁଷଣ ସାମଲ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ବିପିନି ବିହାରି ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ ।ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ ସହ ଅତିଥିମାନଙ୍କୁ ପୁଷ୍ପ ଗୁଛ ଓ ଉପଢୌକନ ଦେଇ ମଞ୍ଚକୁ ସ୍ୱାଗତ କରାଯାଇଥିଲା। ଅବସର ନେଇଥିବା ପ୍ରଧାନ ଶିକ୍ଷକଙ୍କ ଗୁଣ ଗାନ କରିବା ସହ ତାଙ୍କରି ଉଦ୍ୟମରେ ବିଦ୍ୟାଳୟର ସର୍ବାଙ୍ଗିନ ଉନ୍ନତି ହୋଇଥିବାରୁ ତାଙ୍କର ଅବସର ସମୟ ସୁଖ ଶାନ୍ତିରେ ସୁସ୍ଥ ନିରାମୟ ହେଉ ଏବଂ ଆଗାମୀ ଚଲାପଥ କୁସୁମିତ ଓ ଦୀର୍ଘଜୀବନ କାମନା କରିଥିଲେ ଉପସ୍ଥିତ ଅତିଥିମାନେ। ଛାତ୍ରଛାତ୍ରୀ , ପୁରାତନ ଛାତ୍ରଛାତ୍ରୀ , ବିଭିନ୍ନ ଶିକ୍ଷକ ସଂଘ ଓ ବିଦ୍ୟାଳୟ ପକ୍ଷରୁ ସ୍ମୃତି ନିମନ୍ତେ କେତେକ ଉପହାର , ଉପଢୌକନ ଓ ମାନପତ୍ର ଦେଇ ଶ୍ରୀ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷାବିତ୍ ତପନ କୁମାର ସାମଲ ସଭା ସଂଚାଳନ କରିଥିବା ସମୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସର୍ବେଶ୍ୱର ବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ , କର୍ମଚାରୀ , ତର୍କାବେଡା ଓ କୁମୁରିସିଂହାର ସମସ୍ତ ଗ୍ରାମବାସୀ ଯୋଗଦେଇ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।

Leave A Reply

Your email address will not be published.

three × 2 =