ଢେଙ୍କାନାଳ ଜିଲ୍ଲା ସ୍କାଉଟ୍ ଓ ଗାଇଡ୍ସ ପକ୍ଷରୁ ରଥଯାତ୍ରା ସେବା ଶିବିର !

ଢେଙ୍କାନାଳ – ଜିଲ୍ଲା ଶିକ୍ଷାଧିକାରୀ ସେନାପତିଙ୍କ ଆହ୍ୱାନ କ୍ରମେ ଓଡିଶା ରାଜ୍ୟ ସ୍କାଉଟ୍ ଗାଇଡ୍ସ ଓ ଜିଲ୍ଲା ସ୍କାଉଟ୍ସ ଓ ଗାଇଡ୍ସମିଳିତ ସହଯୋଗରେ ଟାଉନ୍ ହଲ୍ ସମ୍ମୁଖରେ ରଥଯାତ୍ରା ସେବା ଶିବିରର ଆୟୋଜନ କରାଯାଇଥିଲା । ଉକ୍ତ ଶିବିରକୁ ଢେଙ୍କାନାଳ ଜିଲ୍ଲାଭାରତୀୟ ରେଡ୍‌କ୍ରସ୍‌ର ଉପସଭାପତି ବିରଂଚି ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବାବେଳେଜିଲ୍ଲା ସ୍କାଉଟ୍ସ କମିଶନର ଇତିଶ କୁମାର ବରାଳ, ତାଲିମ୍ କମିଶନର ନରେଶ କୁମାର ମହାରଣା, ସଙ୍ଗଠନ କମିଶନର ବିଜୟ କୁମାର ନନ୍ଦ,ବରିଷ୍ଠ ସ୍କାଉଟ୍ ମାଷ୍ଟର ପ୍ରଶାନ୍ତ ଧଳ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ । ଏ ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀତଥା ସ୍କାଉଟ୍ ଗାଇଡ୍‌ର ସମ୍ପାଦକ ପ୍ରକାଶଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୧୫ଟି ବିଦ୍ୟାଳୟରୁ୩୦ଜଣ ସ୍କାଉଟ୍ସ ଗାଇଡ୍ସ ଓ ୧୫ଜଣ ସ୍କାଉଟ୍ ମାଷ୍ଟର ଗାଇଡ୍ କ୍ୟାପ୍‌ଟେନ୍ ଯୋଗଦେଇ ଭକ୍ତମାନଙ୍କୁ ବିଶୁଦ୍ଧ ଜଳ (ମିନରାଲ୍ ୱାଟର)ପ୍ରଦାନ କରିବା ସହିତ ପ୍ରାଥମିକ ଚିକିତ୍ସା ଓ ଟ୍ରାଫିକ୍ କଂଟ୍ରୋଲ୍ କରିଥିଲେ । ଏହି ଶିବିରରେ ସ୍କାଉଟ୍ ମାଷ୍ଟର ସୁବ୍ରତ କୁମାର ମିଶ୍ର, ଉମେଶଚନ୍ଦ୍ର ଦାଶ, ମହେନ୍ଦ୍ର ସାହୁ, କନିଷ୍ଠ କିରାଣୀ ପ୍ରଶାନ୍ତ ସାହୁ, ସ୍କାଉଟ୍ ମାଷ୍ଟର ରସାନନ୍ଦ ସାହୁ, ଗାଇଡ୍ ସଂଗଠନ କମିଶନର ସବିତା ସାହୁ,ଗାଇଡ୍ କ୍ୟାପ୍‌ଟେନ୍ ହରପ୍ରିୟା ଦାଶ, ଚାରୁଲତା ଦଲେଇ, ଜ୍ୟୋତ୍ସ୍ନା ମିଶ୍ର, ଲିପିକା ନାଏକ, ମନୋରଞ୍ଜନ ସାହୁ ପ୍ରମୁଖ ଯୋଗଦେଇକାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ ।

Leave A Reply

Your email address will not be published.

3 × 1 =