ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ !

ଢେଙ୍କାନାଳ: ଭାରତ ସରକାରଙ୍କ ସଂସ୍କୁତି ମନ୍ତ୍ରାଳୟ ଅଧିନ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ଅଧିନରେ ପରିଚାଳିତ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଦିନ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି । ଉଲ୍ଲେଖଯୋଗ୍ୟ ଚଳିତ ବର୍ଷର ବିଷୟବସ୍ତୁ ରହିଛି”ୱାନ୍ ଆର୍ଥ ୱାନ୍ ହେଲଥ୍” ଅର୍ଥାତ୍ “ଏକ ପୃଥିବୀ ଏକ ସ୍ବାସ୍ଥ୍ୟ ” ଗ୍ଲୋବାଲ୍ ଥିମ ସହିତ ସମନ୍ବିତ ଯୋଗାଭ୍ୟାସକୁ ଗୁରୁତ୍ୱ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ବିଜ୍ଞାନ କେନ୍ଦ୍ରଠାରେ ଢେଙ୍କାନାଳ ଯୋଗ ଜିଲ୍ଲାର ଜିଲ୍ଲା ପ୍ରଧାନ ସୁଶୀଲ କୁମାର ପଣ୍ଡା,ବିଭିନ୍ନ ଯୋଗାଭ୍ୟାସ ସହିତ ଉକ୍ତ ଥିମ୍ କୁ ଆଧାର କରି ଏକ ସୁନ୍ଦର ଵ୍ୟାଖ୍ୟାନ ଉପସ୍ଥାପିତ କରିଥିଲେ । ଅପରପକ୍ଷରେ ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କ ସହିତ ବିଭିନ୍ନ ବିଦ୍ୟାଳୟର କିଛି କୁନି କୁନି ଛାତ୍ରୀ,ଛାତ୍ର ତଥା ତାଙ୍କ ଅବିଭାବକ ଏବଂ କିଛି ମାନଗନ୍ୟ ବ୍ୟକ୍ତି ତଥା ସଜେଦା ବେଗମ୍,ଶିକ୍ଷାବିତ୍ ତଥା ପ୍ରାକ୍ତନ ଡି ଆଇ ଇ ଟି ଅଧକ୍ଷ ଡ଼ ସଚ୍ଚିଦାନନ୍ଦ ମିଶ୍ର ଓ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ତଥା ପ୍ରାକ୍ତନ ଆକାଶ ବାହିନୀ ଚିଫ୍ ଅଫିସର୍ ଡ଼ା. ଦେବୀପ୍ରସାଦ ମିଶ୍ର ମଧ୍ୟ ଅଂଶଗ୍ରହଣ କରିଥିଲେ ।ସମସ୍ତ ଅଂଶଗ୍ରହଣକାରୀମାନେ ଯୋଗାଭ୍ୟାସ ପରେ ପରେ ଯୋଗ ଆଧାରିତ ଏକ ସୁନ୍ଦର ଫିଲ୍ମ ଦେଖିବା ସହିତ ଏକ ଲିଖିତ କୁଇଜ୍ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଥିଲେ ।ଏହି କାର୍ଯ୍ୟକ୍ରମ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ମଥୁରୀ ମୋହନ ରାଉତଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

thirteen − seven =