ଢେଙ୍କାନାଳ: ସ୍ଥାନୀୟ ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ନିରାଡାମ୍ବର ଭାବରେ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ସମର ଶିକ୍ଷାର୍ଥୀ ଜଳ,ସ୍ଥଳ,ଆକାଶ ଓ ବାଳିକା ବାହିନୀର ବର୍ତ୍ତମାନର ଓ ପ୍ରାକ୍ତନ ପ୍ରାୟ ୩୦୦ ଜଣ ସମର ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ବର୍ତ୍ତମାନର ଅତିରିକ୍ତ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ଦଳେଇ,ଓଡ଼ିଶା ଶିକ୍ଷାସେବା ସିନିୟର୍ ,ପ୍ରାକ୍ତନ ସମର ଶିକ୍ଷାର୍ଥୀ ନୌବାହିନୀ ପ୍ରାକ୍ତନ ଚିଫ ଅଫିସର ତଥା ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର,ସମର ଶିକ୍ଷାର୍ଥୀ ସ୍ଥଳ ବାହିନୀ ବାଳକ ବିଭାଗ ଦାୟିତ୍ୱରେ ଥିବା ଥାର୍ଡ ଅଫିସର୍ ଦିପ୍ତିଶ କୁମାର ଶତପଥୀ,ସମର ଶିକ୍ଷାର୍ଥୀ ବାଳିକା ବାହିନୀ ସେକେଣ୍ଡ ଅଫିସର ଅନୁପମା ପଣ୍ଡା,ସମର ଶିକ୍ଷାର୍ଥୀ ନୌବାହିନୀ କେୟାର ଟେକର ଅଫିସର୍ କିରନ୍ମୟୀ ମହାଳିକ ଅଫିସର୍ ଓ କ୍ରୀଡ଼ା ଶିକ୍ଷୟିତ୍ରୀ ତଥା ଆକାଶ ବାହିନୀ ବାଳକ ବିଭାଗ ଦାୟିତ୍ୱରେ ଥିବା କେୟାର ଟେକର ଅଫିସର୍ ସ୍ମିତିସୁଧା ଜେନାଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଅନୁଷ୍ଠିତ ଯୋଗ କାର୍ଯ୍ୟକ୍ରମରୁ ପ୍ରାକ୍ତନ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡା.ଦେବୀ ପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଯୋଗ,ଆସନ, ପ୍ରାଣାୟାମ ଆଦି ପ୍ରତିଦିନ ଅଭ୍ୟାସ କଲେ ନିଜ ଦେହ,ମନକୁ ନିରୋଗ, ସୁସ୍ଥ,ସୁରକ୍ଷିତ ଓ ଅକ୍ଷୁର୍ଣ୍ଣ ରଖିବାକୁ ସମସ୍ତେ ଚେଷ୍ଟିତ ହେବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ। ଅତିରିକ୍ତ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ଦଲେଇ,ଓଡ଼ିଶା ଶିକ୍ଷାସେବା ସିନିୟର୍ ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ,ଉପସଭାପତି ସୁପ୍ରଭା ସ୍ୱାଇଁ,ସଦସ୍ୟା , ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ବାହିନୀ ଦାୟିତ୍ୱରେ ଥିବା କେୟାର ଟେକର ଅଫିସର୍ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଯୋଗଦାନ କରି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ। ପରିଶେଷରେ ଆନ୍ତର୍ଜାତୀୟ ଯୋଗ ଦିବସକୁ କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା ପରିଚାଳନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।