କାମ ମାସେ ନ ପୂରୁଣୁ ପୂର୍ତ ବିଭାଗ ରାସ୍ତା ଫାଟି ଆଁ : ରେକୁଟି ରାସ୍ତା ମଧ୍ୟ ନିର୍ମାଣ ନିମ୍ନ ମାନର ସାଙ୍ଗକୁ କାମକୁ ଚୋରା ମୋରମ ବ୍ୟବହୃତ ଅଭିଯୋଗ !

ଢେଙ୍କାନାଳ :ପୂର୍ତ ବିଭାଗ ପକ୍ଷରୁ ରାସ୍ତାର ସମ୍ପ୍ରସାରଣ ହେଉଥିବା ବେଳେ ଏହାର ସଠିକ ତଦାରଖ ଅଭାବରୁ କାମ ନିମ୍ନ ମାନରହେଉଥିବା ଦେଖିବାକୁ ମିଳୁଛି ମହବୀରୋଡ ଠାରୁ ଗଡପଳାଶୁଣି ରାସ୍ତାରେ ଗାର୍ଡ ୱାଲ ଠାରୁ ଆରମ୍ଭ କରି ପିଚୁ କାମ ସରିଥିଲେ ମଧ୍ୟ କାମ ନସରୁଣୁ ଝିଲ୍ଲି ପଂଚାୟତର ତୋରଡାନାଲି ରାସ୍ତା ଫାଟିପୁରା ଆଁ । କେତେବେଳେ ଯେ ପୋଲ ଗଳି ପଡ଼ିବ ସେ କଥା କହିହେବନି ଏ ନେଇବାରମ୍ବାର ଗଣମାଧ୍ୟମ ଠାରୁ ଆରମ୍ଭ କରି ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ତଦାରଖ କରାଯାଉନଥିବାରୁଠିକାଦାର ମନଇଚ୍ଛା କାର୍ଯ୍ୟ କରିଚାଲିଛି । ଅନୁରୂପ ଭାବେ ମଧ୍ୟ କଙ୍କଡାହାଡ଼ ଠାରୁ ରେକୁଟି ରାସ୍ତାର ଉନ୍ନତି କରଣ ପାଇଁ କୋଟି କୋଟି ଟଙ୍କାବ୍ୟୟ ହୋଇ ରାସ୍ତା ସମ୍ପ୍ରସାରଣ ହେଉଅଛି । ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଅଳ୍ପ ମୋରମ ବିଛା ଯାଉଛି । ନିୟମ ଅନୁସାରେ ୧ ମିଟର ରୁ ୧.୨ମିଟର ଓସାରରେ ବିଛାଇବାର ନିୟମ ଥିବାବେଳେ ଠିକାଦାର ବେନିୟମ ଭାବେ କେଉଁଠି ୦.୫ ମିଟର ଦୁରତାରେ ମୋରମ ବିଛାଉ ଥିବାବେଳେଆଉ କିଛି ଜାଗାରେ ଇଛା ମୁତାବକ ଅଳ୍ପ ମୋରମ ବିଛାଉ ଥିବା ଦେଖିବାକୁ ମିଳିଛି । ଏଠି ବ୍ୟବହୃତ ହେଉଥିବା ମୋରମ ଜଙ୍ଗଲ ଜମି ଓସରକାରୀ ଜମିରୁ ରାତ୍ରି ସମୟରେ ଖନନ କରାଯାଇ ମୋରମ ରାସ୍ତାରେ ପକାଯାଇ ରାସ୍ତା କାମ ହେଉଛି । କଙ୍କଡାହାଡ଼ ତହସିଲ ଠାରୁ ମାତ୍ର୩୦୦ ମିଟର ମଧ୍ୟରେ ଏକ ପିଚୁ ତିଆରି କାରଖାନା କରାଯାଇ ବିଷାକ୍ତ ନିର୍ଗତ ଧୁଆଁ ବାହାରି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ବିନାକୌଣସି ପ୍ରକାର ଅନୁମୋଦନରେ କିଭଳି କୌଣସି ବିଭାଗୀୟ ଅଧିକାରୀ କିଛି ପଦକ୍ଷେପ ନ ନେବା ଅଂଚଳବାସୀଙ୍କୁ ଏହା ବହୁତ୍ ଚକିତ କରିଛିା ଏନେଇ ଦାୟିତ୍ୱ ରେ ଥିବା ତହସିଲଦାର ସୌଭାଗ୍ୟ କୁମାର ଭୋଇଙ୍କୁ ଯୋଗାଯୋଗ କରିବାରୁ ଠିକାଦାରକୁ କୌଣସି ପ୍ରକାର ତହସିଲଅଫିସରୁ ପରମିଶନ ଦିଆଯାଇନଥିଲା । ଅଭିଯୋଗ ହେବାରୁ ଏନେଇ ମାର୍ଚ୍ଚ ମାସ ରେ ତାଙ୍କୁ କାର୍ଯ୍ୟାଳୟ ତରଫରୁ ନୋଟିସ୍ କରାଯାଇଥିଲା ।କାମାକ୍ଷାନଗର ପୂର୍ବାଂଚଳ ଅଧୀନରେ ଠିକାଦାର ଖୋଲମଖୋଲା ଭାବେ ରାଜସ୍ୱ ହାନି କରି ମୋରମ ଲୁଟ କରି ରାଜ୍ୟର ରାଜସ୍ୱକୁ ହରିଲୁଟକରୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ବିନା କାଗଜ ପତ୍ରରେ ଜଂଗଲ ଜମିରୁ ମୋରମ ଲୁଟ ହେଉଥିବା ନେଇ ବାରମ୍ବାରଅଭିଯୋଗ ହେଉଥିଲେ ମଧ୍ୟ କାମାକ୍ଷାନଗର ପୁର୍ବାଂଚଳ ରେଞ୍ଜ ଅଧିକାରୀ କୈଳାସ ଚନ୍ଦ୍ର ସାହୁଙ୍କୁ ଯୋଗାଯୋଗ କରିବାରୁ ମୁଁ ଜାଣିନାହିଁ, ମୁଁ କାଲିଷ୍ଟାଫ୍‌କୁ ପଠାଇ ତଦନ୍ତ କରାଇବି ବୋଲି ମନ୍ତବ୍ୟ ରଖିଥିଲେ । ପ୍ରଶ୍ନ ଉଠେ ସବୁ ବିଭାଗକୁ ବେଖାତିର କରି ଠିକା ସଂସ୍ଥା ମୋରମ ଲୁଟକରିବାରେ ଲାଗିଛନ୍ତି । ପୂର୍ବରୁ ରାସ୍ତା ପାର୍ଶ୍ୱର ମାଟି ବିଛାଇବା ପାଇଁ ଦଣ୍ଡାଧର ଡ୍ୟାମ ପାଖାପାଖି ରାସ୍ତା ପାର୍ଶ୍ୱରୁ ମାଟି ଖୋଳି ରାସ୍ତା କାମରେମାଟି ବିଛାଉ ଥିବା ଅଭିଯୋଗ ହେଇଥିଲା । ଏମିତି କି ଏହି ରାସ୍ତା ପାର୍ଶ୍ୱରେ ଥିବା ବଡ଼, ଆଉ ଛୋଟ ଗଛ ମୂଳରୁ ମାଟି କାଟି ବହୁତ ଗଛ ନଷ୍ଟହୋଇଥିଲା । ଏ ସଂକ୍ରାନ୍ତରେ ପୂର୍ତ ବିଭାଗ ସହକାରୀ ଯନ୍ତ୍ରୀ ବିଜୟ କୁମାର ସେଠୀଙ୍କ ତୋରଡାନାଳି ରାସ୍ତା ଫାଟିବାର ମତାମତ ନେବାରୁ ଅତିଶୀଘ୍ର ଏହାକୁ ରେକ୍ଟିଫାଇ କରିଦେବା ବୋଲି ମନ୍ତବ୍ୟ ରଖି ଥିଲେ । ଠିକାଦାର ରାଜସ୍ୱ ବିଭାଗ, ବିଭାଗ ବନବିଭାଗ, ମାଇନିଙ୍ଗ ବିଭାଗର ବିନାକିଭଳି ରାଜସ୍ୱ ଫାଙ୍କି ଏହି ଆଦିବାସୀ ବ୍ଲକ୍‌ରେ ହରିଲୁଟ କରିଚାଲିଛି, ତାହା ତଦନ୍ତ ସାପେକ୍ଷ । ଏଥିପ୍ରତି ଜିଲ୍ଲାପାଳ ମହୋଦୟ ସ୍ୱତନ୍ତ୍ର ଦୃଷ୍ଟି ଦେବାପାଇଁ ଅଂଚଳ ବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.

8 − five =