କୋଟଗରା ପଞ୍ଚାୟତ ପୋଖରୀରୁ ବେଆଇନ ମାଟି ମୋହରମ ଲୁଟ ଅଭିଯୋଗ !

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ : କୋଟଗରା ଗ୍ରାମପଞ୍ଚାୟତର ଯୋଗୀଡିହ ଗ୍ରାମର ପଞ୍ଚାୟତ ପୋଖରୀରୁ ଜୈନିକ ଠିକାଦାର ଦୁଇ ଦୁଇ ଟି ଜେ ସି ବି ଲଗାଇ ଯାହା ଏକ ନମ୍ବର ଓ ଅନ୍ୟ ଏକ ନମ୍ବର ବିହୀନ ଜେ ସି ବି ଏହି ଦୁଇଟି ଜେ ସି ବି ଲଗାଇ ଠିକାଦାର ମାଳବନ୍ଧ ରାସ୍ତା ନିମନ୍ତେ ବେଆଇନ ଭାବରେ ପଞ୍ଚାୟତ ପୋଖରୀରୁ ଟ୍ରିପ୍ ଟ୍ରିପ୍ ଟ୍ରାକ୍ଟର ଯୋଗେ ମାଟି ମୋହରମ ଲୁଟ କରୁଛି,ଏହା ସହ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନି ହେଉଛି । କାମାକ୍ଷାନଗର ତହସିଲ କାର୍ଯ୍ୟାଳୟ ଏବଂ ଅଁଳାବେରେଣୀ ରାଜସ୍ବ କର୍ଯ୍ୟାଳୟଙ୍କ ଅଧୀନରେ ଯାଉଥିବା ଏହି ଅଞ୍ଚଳଟିକୁ କାର୍ଯ୍ୟାଳୟ ଥାଇ କି ମଧ୍ୟ ମାଫିଆଙ୍କ ଉପରେ ନଜର ଦେଇ ନ ଥିବା ଯୋଗୁ ମୃତ୍ତିକା କ୍ଷୟ ଘଟି ଚାଲିଛି । ତା ସହିତ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନି ହେଉଛି । ଏ ସମ୍ପର୍କରେ ଆର.ଆଇଙ୍କୁ ପଚାରି ବା ପାଇଁ ତାଙ୍କ କାର୍ଯ୍ୟାଳୟକୁ ଯାଇ ଥିଲେ ମଧ୍ୟ ତାଙ୍କ କାର୍ଯ୍ୟାଳୟ ବନ୍ଦ ଥିଲା । ଏବଂ ସ୍ଥାନୀୟ ସରପଞ୍ଚ କହିବା ମୁତାବକ ପଞ୍ଚାୟତରୁ କୌଣସି ପ୍ରକାର ଏ ବାବଦରେ ଆପ୍ରୋଭାଲ, ପ୍ରୋଜେକ୍ଟ ନିଆଯାଇ ନାହିଁ କିମ୍ବା କୌଣସି ପ୍ରକାର ପଞ୍ଚାୟତସ୍ତରରେ କରାଯାଉ ନାହିଁ ଏବଂ ଏହି ବେଆଇନ ମାଟି ମୋହରମ୍ ପଞ୍ଚାୟତ ପୋଖରୀରୁ ଲୁଟ୍ ଘଟଣା ସମ୍ପର୍କରେ ଫୋନ ଯୋଗେ ସ୍ଥାନୀୟ ସରପଞ୍ଚ ବ୍ଲକ ପ୍ରଶାସନଙ୍କୁ ଜଣାଇଛନ୍ତି ବୋଲି ସୂଚନା ଦେଇଛନ୍ତି । ଯୋଗୀଡିହ ଗ୍ରାମରାସ୍ତାରେ ଟ୍ରାକ୍ଟର ମାଟି ମୋହରମ ନେଇ ଯାଆ ଆସ କରିବାରୁ ରାସ୍ତାଟି ଖରାପ ହୋଇ ଯାଇ ଥିବାରୁ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଯାହାଫଳରେ ଏହା ଭିତରେ କିଛି ରହସ୍ୟ ରହି ଥିବା ସ୍ପଷ୍ଟ ବାରି ହୋଇଛି । ତେବେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହିତ ବିଭାଗୀୟ ଉଚ୍ଚ କତ୍ରୁରପକ୍ଷଙ୍କ ଏଥି ପ୍ରତି ଗୁରୁତ୍ଵ ଦେଇ ବେଆଇନ ମୃତ୍ତିକା ଖନନ ଓ ମାଟି ମୋହରମ ଚାଲାଣକୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ପଞ୍ଚାୟତବାସୀଙ୍କ ଦାବି ହୋଇଛି ।

Leave A Reply

Your email address will not be published.

eight + twelve =