ଅଭିନୟ ଫାଉଣ୍ଡେସନ ତରଫରୁ ଖରାଦିନିଆ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ଶିବିର ଅନୁଷ୍ଠିତ !

ଢେଙ୍କାନାଳ : ଉତ୍କଳର ସଂସ୍କୃତି ଓଡିଶୀ ନୃତ୍ୟ ଏବେ ମଧ୍ୟ ତା’ର ଗୌରବ ବଜାୟ ରଖିଛି । ଏହା ବଜାୟ ରହିବା ପାଇଁ ଢେଙ୍କାନାଳ ଶ୍ୟାମଚରଣପୁର ଠାରେ ଚଳିତ ଜୁନ୍ ୨ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ୮ଦିନ ବ୍ୟାପୀ ସ୍ଥାନୀୟ ନୃତ୍ୟ ସଂଗୀତ ଅନୁଷ୍ଠାନ ଅଭିନୟ ଫାଉଣ୍ଡେସନ୍‌ ଖରାଦିନିଆ ଶିବିର କରି ପିଲାମାନଙ୍କୁ ଓଡିଶୀ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ଉପରେ ୱାର୍କସପ୍ ଜରିଆରେ ଶିକ୍ଷାଦାନ କରି ସୁନାମ ଅର୍ଜନ କରିଛିା ଉଦ୍‌ଘାଟନୀ ଦିବସ ଅବସରରେ ଏ ମାଟିର ବରିଷ୍ଠ ଚିତ୍ରଶିଳ୍ପୀ ତଥା ନାଟ୍ୟକାର ଶିଳ୍ପୀ ପରେଶ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ଆଦର୍ଶ ଚ୍ୟାନେଲ୍‌ର ସଭାପତି ସୁଶାନ୍ତ କୁମାର ପାଣି, ବିଜ୍ଞାନ ମହାନ୍ତି ପ୍ରଭୃତି ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ଶିବିରର ମହତ୍ୱ ସହ ଶୃଙ୍ଖଳା ତଥା ସମୟାନୁବର୍ତୀ କଥାକୁ ପିଲାମାନଙ୍କୁ ବୁଝାଇଥିଲେ । ୮ ଦିନ ବ୍ୟାପୀ କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ଆସିଥିବା ବିଶିଷ୍ଟ ଓଡିଶୀ ନୃତ୍ୟ ଶିଳ୍ପୀ ଗୁରୁ ରଘୁନାଥ ପ୍ରଧାନ ଓ ଅନୁଷ୍ଠାନର ଓଡିଶୀ ନୃତ୍ୟ ଗୁରୁ ସୁଚିସ୍ମିତା ମାନା, ଓଡିଶୀ ମର୍ଦଳ ବାଦକ ଗୁରୁ ଆଲୋକ ରଂଜନ ଦାସ ପିଲାମାନଙ୍କୁ ସକାଳ ୯ଟା ରୁ ଦିନ ୧୨ଟା ଏବଂ ଦିନ ୩ଟା ରୁ ରାତି ୭ଟା ଯାଏଁ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟର ଏକ୍ସରସାଇଜ୍‌, ଚଉକ, ତ୍ରିଭଙ୍ଗି, ବେସିକ୍‌, ମୁଦ୍ରା ଓ ଭଙ୍ଗି ଆଦି ଶିଖାଇଥିଲେ, ତତ୍ ସହିତ ତାଳ କ୍ଲାସ୍ ଶିକ୍ଷା ଦେଇଥିଲେ ।ଉଦ୍‌ଯାପନୀ ଦିବସ ଅବସରରେ ମୁଖ୍ୟ ଅତିଥି ଭାବରେ ଶିଳ୍ପୀ ପରେଶ ପଟ୍ଟନାୟକ ସମ୍ମାନୀତ ଅତିଥି ନାଟ୍ୟ ଅଭିନେତା ତଥା ହାସ୍ୟ କବି ଶତୃଘ୍ନ ମାଟି ଯୋଗଦାନ କରି ପିଲାମାନଙ୍କର ସଫଳତାକୁ ନେଇ ଅନୁଷ୍ଠାନର ଦୀର୍ଘ ଜୀବନ କାମନା କରିବା ସହ ବିଶିଷ୍ଟ ନୃତ୍ୟ ଶିଳ୍ପୀମାନଙ୍କର କଥା କାହାଣୀକୁ ବର୍ଣ୍ଣନା କରିଥିଲେ । ଏ ଅବସରରେ ପିଲାମାନେ ୮ଦିନ ବ୍ୟାପୀ ନୃତ୍ୟ ଶିକ୍ଷା ପାଇଥିବାର ଅନୁଭୂତି ବର୍ଣ୍ଣନା କରିଥିଲେ । ୮ଦିନବ୍ୟାପୀ କାର୍ଯ୍ୟକ୍ରମରେ ଓଡିଶୀ ନୃତ୍ୟଗୁରୁ ଅଭିନୟ ଫାଉଣ୍ଡେସନ୍ ପରିବାରର ଗୁରୁ ଆଲୋକ ରଂଜନ ଦାସ ଶିବିର ପରିଚାଳନାର ଦାୟିତ୍ୱ ନେବା ସହ ସଂପାଦିକା ଗୁରୁ ରଶ୍ମିତା ପଟେଲ୍ ଓ ସଭାପତି ଗୁରୁ ସୁଚିସ୍ମିତା ମାନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ପାଳନକରାଯାଇଥିଲା । ଶେଷରେ ସଂପାଦିକା ଗୁରୁ ରଶ୍ମିତା ପଟେଲ୍ ପିଲାମାନଙ୍କୁ ତଥା ଅଭିଭାବକମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ପିଲାମାନେ ଶିବିରରେ ଶିକ୍ଷା ପାଇଥିବା ନୃତ୍ୟକୁ ପ୍ରଦର୍ଶନ କରିଥିଲେ ଏବଂ ଅତିଥିମାନଙ୍କ ଠାରୁ ସେମାନଙ୍କର ସଫଳତା ନିମନ୍ତେ ସାର୍ଟିଫିକେଟ୍ ପାଇଲା ପରେ କାର୍ଯ୍ୟକ୍ରମକୁ ସାଙ୍ଗ କରାଯାଇଥିଲା । ଫାଉଣ୍ଡେସନ୍‌ର ସରିତା ମାନା, ଅବନ୍ତିକା ସାହୁ, ସସ୍ମିତା ସରକାର, ଦୀପକ ବାବୁ, ଓମ୍ ପ୍ରମୁଖଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

four × three =