ଢେଙ୍କାନାଳ : ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ରାଜ୍ୟ କାର୍ଯ୍ୟପ୍ରବାହ ସ୍ୱୟଂ ଚାଳିତ ବ୍ୟବସ୍ଥା ଲାଗୁ କରିବା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି l ଢେଙ୍କାନାଳ ଦିତ୍ୱୀୟ ପର୍ଯ୍ୟାୟ ଜିଲ୍ଲା ଭାବେ ଏହି ବ୍ୟବସ୍ଥା ୧୪ ଜୁଲାଇ ୨୦୨୫ରୁ ଲାଗୁକରିବାକୁ ଯାଉଛି l ଏହି ବ୍ୟବସ୍ଥା ଦ୍ୱାରା ଜିଲ୍ଲା ସହ ବ୍ଲକ ଯୋଡି ହେବ l ଦୀର୍ଘ ସମୟ ଧରି ଫାଇଲ ଅଧିକାରୀଙ୍କ ନିକଟରେ ପଡିରହିବ ନାହିଁ l ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ଠୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ପଂଚାୟତ ରୁ ବ୍ଲକ ଓ ତହସିଲ ସ୍ତର ପର୍ଯ୍ୟନ୍ତ ଜିଲ୍ଲାର ୪୦ଟି ବିଭାଗୀୟ ଅଫିସ ରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ l ପ୍ରଶାସନ ପକ୍ଷରୁ ସ୍ୱୟଂ ଚାଳିତ ବ୍ୟବସ୍ଥାକୁ ସମୃଦ୍ଧ କରିବାକୁ କର୍ମଚାରୀଙ୍କୁ ତାଲିମ ଦିଆଯାଉଛି l କୌଣସି ବି ଫାଇଲ ଧାର୍ଯ୍ୟ ସମୟ ଠାରୁ ଅଧିକ ସମୟ କୌଣସି ଅଧିକାରୀ ନିଜ ପାଖେ ରଖିଲେ ତାହା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବିଭାଗୀୟ ମୁଖ୍ୟଙ୍କଠାରୁ ବିଭାଗୀୟ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆଇଟି ମାଧ୍ୟମରେ ସ୍ୱୟଂ ଚାଳିତ ହେବା ବ୍ୟବସ୍ଥା ହୋଇଛି l ଏହି ବୈଠକରେ ଓକାକର ଡୋମେନ ପରାମର୍ଶଦାତା ଶ୍ରୀ ସତ୍ୟରଞ୍ଜନ ସାହୁ, ଅତରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଳିତ ମୋହନ ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୂର୍ଯ୍ୟମଣୀ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠି, ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ତହସିଲଦାର, ବିଡ଼ିଓ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ l