ଢ଼େଙ୍କାନାଳ : ମକଟକ ସହର ସ୍ଥିତ ଜବାହାରଲାଲ ନେହେରୁ ଇନଣ୍ଡୋର ଷ୍ଟାଡିୟମ ପରିସରରେ ତାଇକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ ଆନୁକୂଲ୍ୟରେ ଓଡ଼ିଶା ତାଇକୋଣ୍ଡୋ ଆସୋସିଏସନ ଦ୍ୱାରା ଆୟୋଜନ ହେବାକୁ ଯାଉଛି ୯ମ ଓପେନ ଜାତୀୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଏଥିରେ ଭାରତର ବିଭିନ୍ନ ରାଜ୍ୟର ତାଇକୋଣ୍ଡୋ ଏକାଡେମୀ, ଆସୋସିଏସନ ଓ କ୍ଲବର ଖେଳାଳି ମାନେ ଭାଗନେବେ ଏହା ଚଳିତ ମଇ ମାସ ୨୯ ତାରିଖରୁ ଜୁନ ମାସ ୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତା ପାଇଁ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବା ନିମନ୍ତେ ଢେଙ୍କାନାଳ ଟିମ ୨୯ ତାରିଖ ଦିନ କଟକ ଗସ୍ତ କରିଛନ୍ତି । ଏହି ଯାତ୍ରା ସଫଳ ହେବା ପାଇଁ ଅନୁଷ୍ଠାନର କର୍ମକର୍ତ୍ତା, ଶୁଭେଚ୍ଛୁ ଓ ଅଭିଭାବକ ପ୍ରମୁଖ ଉତ୍ସାହିତ କରିବା ସହ ଶୁଭେଚ୍ଛା ଜଣାଇଥିଲେ ଓ ଆଶା ରଖିଛନ୍ତି ଫେରିଲା ବେଳେ ଓଡ଼ିଶା ପାଇଁ ପଦକ ଜିତି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ହାସଲ କରିବା ହେବେ । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚଳିତ ମାସରେ ସ୍ୱତନ୍ତ୍ର ଶିବିର କରାଯାଇ ମନୋନୀତ କରାଯାଇଥିଲା । ଏଥିରେ ଭାଗ ନେଉଥିବା ଖେଳାଳି ମାନେ ଗାୟତ୍ରୀ ମିଶ୍ର, ଅମ୍ରିତା ସାହୁ, ସୀକ୍ରିତି, ସାନଭି ସାଇ ଲକ୍ଷ୍ମୀ, ବିଶ୍ୱ ରଞ୍ଜନ ବେହେରା, ସୌମିକ ମହାନ୍ତି, ବିଶ୍ଵଜିତ ମହାପାତ୍ର, ସୁରଜ ବାହାଦୂର ଓ ୟୁବରାଜ ମିଶ୍ର ପ୍ରମୁଖ ସବ୍ ଜୁନିୟର, କ୍ୟାଡେଟ୍, ଜୁନିୟର ଓ ସିନିୟରର ବିଭିନ୍ନ ଓଜନ ବିଭାଗରେ କ୍ୟୁରୋଗୀ ଏବଂ ପୁମସେ ପ୍ରତିଯୋଗିତାରେ ଭାଗନେବେ । ଏହି ଗସ୍ତରେ ଟିମ ସହିତ ମ୍ୟାନେଜର ଭାବେ ପ୍ରତାପ ନାଏକ ଏବଂ କୋଚ୍ ଭାବରେ ଆମେଚର ତାଇକୋଣ୍ଡୋ ଆସୋସିଏସନର ସମ୍ପାଦକ ତଥା ମୁଖ୍ୟ ପ୍ରଶିକ୍ଷକ ୪ର୍ଥ ଡ୍ୟାନ୍ ବ୍ଲାକ ବେଲ୍ଟ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ଟିମ ସହିତ ଗସ୍ତ କରିଛନ୍ତି ।