ଢ଼େଙ୍କାନାଳ : କାମାକ୍ଷାନଗର ସହର ଅନ୍ତର୍ଗତ ଆଳତୁମା ଗ୍ରାମରେ ଆବାହମାନ କାଳରୁ ବିରାଜିତ ଶ୍ରୀ ଶ୍ରୀ ଦଧିବାମନ ଜୀଉ ମନ୍ଦିର। ଏ ମନ୍ଦିର ବହୁ ପୁରାତନ ଏଵଂ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକତାର କେନ୍ଦ୍ର ବିନ୍ଦୁ। ମନ୍ଦିର ପରିଚାଳନା କମିଟି ତରଫରୁ ପ୍ରଭୁ ଦଧିବାମନଙ୍କ ପ୍ରଥମ ସେଵକ ସନାତନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଆଜି ଏକ ତିନିଜଣିଆ ପ୍ରତିନଧିମଣ୍ଡଳୀ ତଥା ମନ୍ଦିର କମିଟିର ସମ୍ପାଦକ ହେମନ୍ତ ଦାସ ଏଵଂ ଗ୍ରାମ କମିଟିର ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର ମହାନ୍ତି ଢେଙ୍କାନାଳ ଦେବୋତ୍ତର ବିଭାଗ କାର୍ଯ୍ୟାଳୟକୁ ଗସ୍ତ କରି ଯିଏ ରହିଛନ୍ତି ଦେବୋତ୍ତର ବିଭାଗର ମୂଖ୍ୟ ଅଧିକାରୀ ପ୍ରଦ୍ୟୁମ୍ନ ତ୍ରୀପାଠୀ ଙ୍କୁ ଏକ ୩ ଦଫା ସମ୍ବଳିତ ଦାଵିପତ୍ର ପ୍ରଦାନ କରିଛନ୍ତି। ଚଳିତ ଵର୍ଷ ରଥଯାତ୍ରାକୁ ନେଇ ରଥ କାଠ ଯୋଗାଇଦେଵା , ମନ୍ଦିରର ଉନ୍ନତିକରଣ ଏଵଂ ପୁରାତନ ମନ୍ଦିରର ନିର୍ମାଣ କାର୍ଯ୍ୟ ଚାଲିଥିଵା ଯୋଗୁ ପ୍ରଭୁ ଏବେ ଅନ୍ୟ ଏକ ଘରେ ରହି ପୂଜା ପାଉଛନ୍ତି, ପ୍ରଭୁ ରତ୍ନଵେଦୀ କୁ କିଭଳି ଅତିଶିଘ୍ର ଯିବେ ଏଵଂ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେବ ଏଥିପାଇଁ ଦାବି ହୋଇଛି । ଦେଵତ୍ତୋର ଅଧିକାରୀ ଏଥିପାଇଁ ସରକାରୀ ସ୍ତରରେ ଯାହା ସମ୍ଭବ ସାହାଯ୍ୟ ସହଯୋଗ ଯୋଗାଇଦିଆଯିଵ ବୋଲି ପ୍ରତିଶୃତି ପ୍ରଦାନ କରିଛନ୍ତି।