ଆକାଂକ୍ଷା ବ୍ଲକ କଙ୍କଡାହାଡ ସମ୍ମିଳନୀ କକ୍ଷ୍ୟରେ ଆର୍ଥିକ ସମୋନୋୟ ବୈଠକ ଅନୁଷ୍ଠିତ !

ଢ଼େଙ୍କାନାଳ : ଆକାଂକ୍ଷା ବ୍ଲକ କଙ୍କଡାହାଡ ସମ୍ମିଳନୀ କକ୍ଷ୍ୟରେ ବିଡ଼ିଓ ଯଶୋବନ୍ତ ଦେହୁରୀଙ୍କ ଅଧ୍ୟକ୍ଷତାରେ ଏକ ଆର୍ଥିକ ସମୋନୋୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଯେଉଁଥିରେ ପଞ୍ଚାୟତ ସମିତିର ଅଧ୍ୟକ୍ଷା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମୁଖ୍ୟ ବ୍ୟାଙ୍କ ପ୍ରବନ୍ଧକ, ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ, ସମସ୍ତ ବ୍ୟାଙ୍କ ପ୍ରବନ୍ଧକ, MBK, ବ୍ୟାଙ୍କ ମିତ୍ର, ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ସଂଯୋଜକ, ବି ପି ଏମ-ଓ ଏଲ ମ, ବି ପି ସି- ମିଶନ ଶକ୍ତି, ପିରାମଲ ଫାଉଣ୍ଡେସନର ପ୍ରତିନିଧି ଯୋଗ ଦେଇଥିଲେ। ଏହାକୁ ଏବିଫ ସନ୍ଦୀପ୍ତା ସାହୁ ସଂଯୋଜନା କରିଥିଲେ, ବିଡ଼ିଓ ଏହି ବୈଠକର ଆବଶ୍ୟକତା ଓ ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ। ପରେ ପରେ ପିରାମଲ ଫାଉଣ୍ଡେସନ ର ନେହା ମୋରୀୟା ସ୍କୁଲରେ ପିଲାମାନେ କିପରି ବିଭିନ୍ନ ଛାତ୍ର ବୃତ୍ତି ପାଇଁବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ଉପରେ ଆଲୋଚନ କରିବା ସହିତ ଆର୍ଥିକ ସାକ୍ଷରତା ଉପରେ ଗୁରୁତ୍ଵ ଦେଇଥିଲେ । ମୁଖ୍ୟ ବ୍ୟାଙ୍କ ପ୍ରବନ୍ଧକ ସମସ୍ତଙ୍କ ସହିତ ଏହାର ଉପଯୋଗୀତା ଏବଂ ସମ୍ଭାବନା ଉପରେ ପ୍ରଶ୍ନ ଓ ଉତ୍ତର ମଧ୍ୟମରେ ଆଲୋଚନା କରିଥିଲେ. ସେଗୁଡିକ ଯଥାକ୍ରମେ- ବ୍ଲକରେ ବ୍ୟାଙ୍କିଂ ଟଚ୍ ପଏଣ୍ଟ ସଂଖ୍ୟା ବୃଦ୍ଧି କରିବା,ବ୍ୟାଙ୍କିଂ ଟଚ୍ ପଏଣ୍ଟରେ ଡାଟା ଅସଙ୍ଗତି ପାଇଁ ଗ୍ୟାପ୍ ବିଶ୍ଳେଷଣ ଏବଂ ଆ ଇ ପି ବି ପି ପଏଣ୍ଟ, ସେମାନଙ୍କର ସ୍ଥିତି ଅର୍ଥାତ୍ କାର୍ଯ୍ୟକ୍ଷମ ଏବଂ ଏଜେଣ୍ଟଙ୍କ ଯୋଗାଯୋଗ ନମ୍ବର ସହିତ ଗ୍ରାମ ପଞ୍ଚାୟତ ଗୁଡ଼ିକରେ ବ୍ୟାଙ୍କ ପୋଇଣ୍ଟ ଖୋଲିବା ପାଇଁ ଆଲୋଚନା କରାଯାଇଥିଲା। ସର୍ବଶେଷରେ ମାନସ ପ୍ରଧାନ ଧନ୍ୟବାଦ ଅର୍ପଣ କରି ଆଗାମୀ କାଯ୍ୟକ୍ରମ ବିଷୟରେ କହି ସଭା ସାଙ୍ଗ କରିଥିଲେ l

Leave A Reply

Your email address will not be published.

17 − nine =