ମୌଳିକ ସୁବିଧାରୁ ବଞ୍ଚିତ ହିନ୍ଦୋଳ ଏନ୍.ଏ.ସି. ୧୫ ନଂ ୱାର୍ଡ୍ !

ଢ଼େଙ୍କାନାଳ: ଦେଶ ସ୍ବାଧୀନ ହେବାର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଆଜିବି ଅନେକ ଗାଁ ପରାଧିନ ଥିବାପରି ମନେ ହେଉଛି। ସେହି ଗାଁ ଗୁଡ଼ିକ ଏବେବି ମୌଳିକସୁବିଧାରୁ ବଞ୍ଚିତ ଅଛନ୍ତି। ନା ଅଛି ପାନୀୟଜଳର ସୁବିଧା, ନା ଅଛି ଗମନାଗମନର ବ୍ୟବସ୍ଥା , ନା ଅଛି ଶିକ୍ଷା ଓ ମୋବାଇଲ୍ ନେଟଓ୍ବାର୍କ୍ ର ବ୍ୟବସ୍ଥା। ଏହାର ଏକ ନଗ୍ନ ଚିତ୍ର ହିନ୍ଦୋଳ ଏନ୍ଏସି ରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ହିନ୍ଦୋଳ ଏନ୍ଏସି ୧୫ ନଂ ୱାର୍ଡ୍ ରେ ମୋବାଇଲ୍ ନେଟଓ୍ବାର୍କ୍ ନଥିବା କାରଣରୁ ସମସ୍ୟା ଭୋଗୁଛନ୍ତି ୯ରୁ ଉର୍ଦ୍ଧ୍ବ ଗ୍ରାମବାସୀ। ସିଙ୍କୁଳ, ବରଗୋଜ, ଆଳୁସିଙ୍ଗ, ଜାମୁସାହି, ନୁଆସାହି, ଗଉଡ଼ୁଣୀ ପଶି, କୁଳିଆ ତୋଟା ଓ ବିଶ୍ୱାଳ ସାହି ଆଦି ଗ୍ରାମରେ ପ୍ରାୟ ୮୦୦ରୁ ଉର୍ଦ୍ଧ୍ବ ଲୋକମାନେ ବସବାସ କରୁଛନ୍ତି। ନେଟଓ୍ବାର୍କ୍ ସମସ୍ୟା ହେବା ଫଳରେ ଲୋକମାନେ କେତେଯେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କେବଳ ସେଇମାନେ କହିପାରିବେ, ଯେଉଁମାନେ ସେହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନେଟଓ୍ବାର୍କ୍ ପାଇବା ପାଇଁ କିଏ ଗଛରେ ଚଢୁଛି , ତ ପୁଣି କିଏ ଗାଁ ଠାରୁ ବହୁ ଦୂରକୁ ଯାଇ ନେଟଓ୍ବାର୍କ୍ ସର୍ଚ୍ଚ୍ କରୁଛି। ଏହି ମୋବାଇଲ୍ ନେଟଓ୍ବାର୍କ୍ ସମସ୍ୟା କାରଣରୁ ଛାତ୍ରଛାତ୍ରୀ ମଧ୍ୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନଲାଇନ୍ ମାଧ୍ୟମରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଶିକ୍ଷା ଅଧ୍ୟୟନରୁ ବଞ୍ଚିତ ହେଉଛନ୍ତି। ମୋବାଇଲ୍ ନେଟଓ୍ବାର୍କ୍ ନଥିବାରୁ କେବଳ କଥାବାର୍ତ୍ତା ନୁହେଁ ସ୍ୱାସ୍ଥ୍ୟ ସେବାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଛି। ରୋଗୀଙ୍କୁ ନେବା ଆଣିବା ପାଇଁ ୧୦୮ ଓ ୧୦୨ ଆମ୍ବୁଲାନ୍ସ୍ ଯୋଗାଯୋଗରେ ମଧ୍ୟ ବାଧା ସୃଷ୍ଟି ହେଉଛି। ହାତୀ ପ୍ରବଣ ଅଞ୍ଚଳ ହୋଇଥିବାରୁ କୌଣସି ସମସ୍ୟା ସଂପର୍କରେ ବନବିଭାଗ ସହ ଯୋଗାଯୋଗ କରିବାରେ ମଧ୍ୟ ବାଧା ସୃଷ୍ଟି ହେଉଛି। ଏସବୁ ମୌଳିକସମସ୍ୟା ସଂକ୍ରାନ୍ତରେ ଅଞ୍ଚଳବାସୀ ବାରମ୍ବାର ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ପର୍ଯ୍ୟନ୍ତ ସବୁଠାରେ ଜଣାଇଥିଲେ ମଧ୍ୟ ଫଳ ଶୂନ। ଯାହାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିବା ସହମୌଳିକ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି। ଗଣମାଧ୍ୟମରେ ଏ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ଓ ଜନପ୍ରତିନିଧିଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁଛି ,ନା ନାହିଁ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.

8 − five =