ଢ଼େଙ୍କାନାଳ : ହିନ୍ଦୋଳ ଉପଖଣ୍ଡରେ ଗତକାଲି ରାତିରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ରାତି ପ୍ରାୟ ୧୦ଟା ସମୟରେ ବନ୍ତଳା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଅଞ୍ଚଳର ସ୍ବର୍ଗତ ପ୍ରସନ୍ନ ନାଏକଙ୍କ ପୁଅ ଶ୍ରୀକାନ୍ତ ନାଏକ(୨୪) ନିଜ ହିରୋ ଏଚଏଫଡୀଲକ୍ସ ନଂ.ଓଡି୧୯ଆର୍-୯୧୧୪ ଗାଡିରେ ସେ କାମ କରୁଥିବା ଭୂଷଣ କମ୍ପାନୀରୁ ଘରକୁ ଫେରୁଥିବା ସମୟରେ ହିନ୍ଦୋଳ ଥାନା କଂସରା ଭଗବତପୁର ବାରଗୋଡ଼ିଆ ନିକଟରେ ବନ୍ତଳା ପଟୁ ଆସୁଥିବା ଏକ ସ୍କୋର୍ପିଓ ଯାହାର ନଂଓଡି୧୭ୱାଇ୯୫୫୭ ଶ୍ରୀକାନ୍ତଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଶ୍ରୀକାନ୍ତଙ୍କର ମୃତ୍ୟୁ ଘଟିଥିଲା। ଏ ସଂକ୍ରାନ୍ତରେ ହିନ୍ଦୋଳ ଥାନା ପୁଲିସ୍ ଖବର ପାଇ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଡାକ୍ତରଖାନା ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ସ୍କୋର୍ପିଓ ଓ ବାଇକକୁ ଜବତ କରିଥିଲା। ମାତ୍ର ସ୍କୋର୍ପିଓ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲା । ହିନ୍ଦୋଳ ପୁଲିସ୍ କେଶ୍ ନଂ-୧୪୨ରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଚଳାଇଛି ।