ହିନ୍ଦୋଳ ରେ ଜିଲ୍ଲାପାଳଙ୍କ ଜଣାଶୁଣାଣି ଶିବିରକୁ ବର୍ଜନ କଲେ ଗଣମାଧ୍ୟମ ପ୍ରତିନିଧି : ବିଡ଼ିଓଙ୍କ ଅସମ୍ନାନ ଘଟଣାକୁ ଜିଲ୍ଲାପାଳ ଙ୍କୁ ଅବଗତ କଲେ ସାମ୍ବାଦିକ !

1- ପ୍ରହସନ ପାଲଟିଛି ଜିଲ୍ଲାପାଳଙ୍କ ଜନଶୁଣାଣି-ବିଳମ୍ବତା ପାଇଁ ଫେରିଗଲେ ଅଭିଯୋଗକାରି
2- ୭ଟାରେ ଶିବିର ଆରମ୍ଭ ଜିଲ୍ଲାପାଳ ଓ ଏସପି ଦିନ୧୦ରେ ଆସି ୧୧ଟାରେ ଶିବିର ଛାଡି ଚାଲିଗଲେ !
3- ଘଣ୍ଟାଘଣ୍ଟା ଧରି ପ୍ରବଳଖରାରେ ଅଭିଯୋଗକାରି ହନ୍ତସନ୍ତ ହେବାସହ ଶୁଣାଣି ମଝିରୁ ଅଭିଯୋଗ ରେଜିଷ୍ଟର ନେଇଯିବାରୁ ଅନେକ ଲୋକ ନାମପଞ୍ଜିକରଣ ନକରି ଓ ଦେଖାକରିନପାରି ନିରାଶରେ ଫେରିଗଲେ !
କଣ ପାଇଁ ସମ୍ବାଦିକଙ୍କୁ ଖରାପ ବ୍ୟବହାର କଲେ ଉତ୍ତର ଦିଅନ୍ତୁ ବିଡ଼ିଓ କଲ୍ୟାଣ ସୌରଭ ଦାସ !
ହିନ୍ଦୋଳ-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳବ୍ଲକରେ ଆଜି ଜିଲ୍ଲାପାଳଙ୍କ ଜଣାଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ତେବେ ପୂର୍ବରୁ ହିନ୍ଦୋଳ ପଂଚାୟତସମିତି ବୈଠକରେ ବିଡ଼ିଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଉଠିଯିବାକୁ କହି ଅସମ୍ନାନିତ କରିଥିବାରୁ ଉପଖଣ୍ଡ ଗଣମାଧ୍ୟମ ପ୍ରତିନିଧିମାନେ ଜନଶୁଣାଣୀ ଶିବିରକୁ ବର୍ଜନ କରିବାସହ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ଦାବି ଜଣାଇଥିଲେ। ସେହିପରି ନିର୍ଦ୍ଧାରିତ ସମୟ ୭ଟାରେ ଶିବିର ଆରମ୍ଭ ହୋଇଥିଲେ ମଧ୍ୟ ଜିଲ୍ଲାପାଳ ଓ ଏସପି ଦିନ୧୦ରେ ଆସି ୧୧ଟାରେ ଶିବିର ଛାଡି ଚାଲିଯାଇଥିଲେ।ଫଳରେ ଘଣ୍ଟାଘଣ୍ଟା ଧରି ପ୍ରବଳଖରାରେ ଅବ୍ୟବସ୍ଥା ଭିତରେ ଅଭିଯୋଗକାରି ହନ୍ତସନ୍ତ ହେବାସହ ଶୁଣାଣି ମଝିରୁ ଅଭିଯୋଗ ରେଜିଷ୍ଟର ନେଇଯିବାରୁ ଅନେକଲୋକ ନାମପଞ୍ଜିକରଣ କରିନପାରି ଓ ଦେଖାକରିନପାରି ନିରାଶରେ ଫେରିଯାଇଥିବା ଦେଖିବାକୁ ମିଳିଥିଲା। ଆଜିର ଶିବିରରେ ୭୮ଟି କେଶ ପଞ୍ଜିକରଣ ହୋଇଥିବାବେଳେ ଶିବିରରେ ଜିଲ୍ଲାପାଳ, ଏସପି, ପିଡି, ଉପଜିଲ୍ଲାପାଳ, ତହସିଲଦାର, ବିଡ଼ିଓଙ୍କ ସମେତ ଅନେକ ଅଧିକାରୀ ଯୋଗଦେଇଥିଲେ।ତେବେ ଗଣତନ୍ତ୍ରର ଚତୁର୍ଥସ୍ତମ୍ବ ଗଣମାଧ୍ୟମ ପ୍ରତିନିଧିଙ୍କୁ ହିନ୍ଦୋଳ ବିଡ଼ିଓ ଅସମ୍ନାନକୁ ଅଞ୍ଚଳବାସି ଘୋରନିନ୍ଦା କରିବାସହ ଜନଶୁଣାଣୀ ଶିବିରରେ ଅବ୍ୟବସ୍ଥା ଓ ଅନେକ ସମସ୍ୟା ସମାଧାନ ହୋଇପାରୁନଥିବାକୁ ହିନ୍ଦୋଳ ଜନସାଧାରଣଙ୍କ ମନରେ ଘୋର ନୈରାଶ୍ୟ ସୃଷ୍ଟି କରିବାସହ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି
ଢେଙ୍କାନାଳ ଜିଲ୍ଲାପାଳ ଙ୍କୁ ଅବଗତ କଲେ ହିନ୍ଦୋଳ ସମସ୍ତ ସାମ୍ବାଦିକ ହିନ୍ଦୋଳ ପଂଚାୟତ ସମିତି ବୈଠକରେ ବ୍ଲକ ଭିତରେ ଚାଲୁଥିବା ଦୁର୍ନୀତି, ପିସି କାରବାରର ମୁଖା ଖୋଲିଯିବ ବୋଲି ସାମ୍ବାଦିକଙ୍କୁ ବାରଣ କଲେ ବିଡ଼ିଓ କଲ୍ୟାଣ ସୌରଭ ଦାସ ! କଣ ପାଇଁ ସମ୍ବାଦିକ ଙ୍କୁ ବିଡ଼ିଓ ଖରାପ ବ୍ୟବହାର କଲେ ଉତ୍ତର ଦିଅନ୍ତୁ ।

Leave A Reply

Your email address will not be published.

1 × 4 =