ହିନ୍ଦୋଳ-ଏତିହ୍ୟ, ପରମ୍ପରା ଓ ଭାଇଚାରାର ଲକ୍ଷରଖି ୯ବର୍ଷତଳେ ହିନ୍ଦୋଳ ଉପଖଣ୍ଡରେ ଆରମ୍ଭହୋଇଥିଲା ହରିହାଟରୁ ପ୍ରସିଦ୍ଧ ହରିହାଟମହୋତ୍ସବ।ତେବେ ଗତ ୧୨/୫/୨୫ ବୁଦ୍ଧପୂର୍ଣ୍ଣିମାରୁ ୧୪/୫/୨୫ ପର୍ଯ୍ୟନ୍ତ ହୋଇଥିବା ଏହି ମହୋତ୍ସବରେ ବହୁମାନ୍ୟଗଣ୍ୟ ମନ୍ତ୍ରୀ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ, ମନ୍ତ୍ରୀ, ବିଭିନ୍ନ ଚେୟାରମ୍ୟାନ ପ୍ରମୁଖ ଯୋଗଦେଇ ଉତ୍ସବର ମନବୃଦ୍ଧି କରିଥିଲେ। ବିଭିନ୍ନପ୍ରକାର ମନୋହାରୀ, ଜଳଖିଆ ଦୋକାନ ସହ ଦୋଳି, ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ଟାଣିଆଣିଥିଲା ହଜାରହଜାର ଦର୍ଶକ ଶ୍ରଦ୍ଧାଳୁଙ୍କୁ।କାହିଁ କେଉଁ କାଳରୁ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ନିଆରା ପର୍ବ ହରି ଏବଂ ହରଙ୍କ ମିଳନ ଥିଲା ସତରେ ନିଆରା। ତେବେ ଏହି ଉତ୍ସବରେ କିଛି ଖଟାମିଠା ଆଲୋଚନା ମଧ୍ୟରହିଛି। ପ୍ରଥମଦିନରେ ସ୍ୱଳ୍ପସଂଖ୍ୟାରେ ଜନସାଧାରଣଙ୍କ ଉପସ୍ଥିତରେ ଆରମ୍ଭ ହୋଇଥିବା ମହୋତ୍ସବର ୨ୟ ଦିନରେ କାଳ ସାଜିଥିଲା କାଳବୈଶାଖୀ ଧୋଇନେଲା ମହୋତ୍ସବ।ତେବେ ନିରାଶ ଜନସାଧାରଣଙ୍କ ମନରେ ତୃତୀୟଦିନରେ ଆଶାର ସଂଚାର ଆଣିଥିଲା, ତୃତୀୟ ଦିନରେ ପ୍ରବଳ ଜନସମାଗମ ହେବାକୁ ମହୋତ୍ସବ କମିଟିପକ୍ଷରୁ ଅଭିନଵ ପ୍ରୟାସ ସ୍ୱରୂପ ବହୁ ସୁନ୍ଦର ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ସାଙ୍ଗକୁ ଜନପ୍ରିୟ ନେତା ବ୍ରଜକିଶୋର ପ୍ରଧାନ ଓ ସୁଧୀର ସାମଲଙ୍କୁ ମୁଖ୍ୟଅତିଥି, ବକ୍ତା ଭାବରେ ମନୋନୀତ କରିବା ତୃତୀୟ ସନ୍ଧ୍ୟାରେ ମହୋତ୍ସବ ଓ ଦୁଇନେତାଙ୍କ ପାଇଁ ଶୁଭସାବ୍ୟସ୍ତ ହୋଇଥିଲା ଏବଂ ହଜାରହଜାର ଜନସାଧାରଣ ଉପସ୍ଥିତ ହୋଇପାରିଥିଲେ। କିନ୍ତୁ ସର୍ବୋପରି କମିଟି ବରିଷ୍ଠ ସଦସ୍ୟ ବିଜୁଜନତାଦଳର ହିନ୍ଦୋଳ ଏନଏସି ଅଧ୍ୟକ୍ଷ କେଶବ ପ୍ରଧାନଙ୍କ ନେତୃତ୍ୱରେ ସୁଚିନ୍ତିତ ପଦକ୍ଷେପ,ସହଯୋଗ,ଉଦ୍ୟମ ପାଇଁ ତୃତୀୟସନ୍ଧ୍ୟାର ସଫଳତା, ସୁଧୀର ସାମଲ,ବ୍ରଜକିଶୋର ପ୍ରଧାନଙ୍କ ସଭାରେ ବିପୁଳ ଜନସମାଗମ ସମେତ ତିନିଦିନଯାକ ଯାତ୍ରା ଅତ୍ୟନ୍ତ ନିଆରା ହୋଇପାରିଥିଲା ଯାହାକି ଜନସାଧାରଣଙ୍କ ଖୁସିର କାରଣ ଏଥିରେ କମିଟି ସଭାପତି ପ୍ରଦୀପ ସାମନ୍ତ,ସମ୍ପାଦକ ବିଶେଶ୍ୱର ସେଠି ଓ ଅନ୍ୟାନ୍ୟ ସଦସ୍ୟଙ୍କ ଅତୁଳନୀୟ ସହଯୋଗ ଉଦ୍ୟମ ମଧ୍ୟ ପ୍ରଶଂସନୀୟ।ସେହିପରି ସ୍ଥାନୀୟ ଉପଜିଲ୍ଲାପାଳ, ତହସିଲଦାରଙ୍କ ସହିତ ପ୍ରଶାସନର ଅକୁଣ୍ଠ ସହଯୋଗ ଓ ପୋଲିସର ଆଇନଶୃଙ୍ଖଳା ଦାୟିତ୍ୱପାଳନ ସହ ସମସ୍ତ ଙ୍କର ସହଯୋଗରେ ଏହି ମହୋତ୍ସବ ସଫଳ ହୋଇପାରିଥିଲା।