ଢେଙ୍କାନାଳ : ବଜରଙ୍ଗ କ୍ଲବ୍, ମଠକରଗୋଳା ଆନୁକୂଲ୍ୟରେ ଅନୁଷ୍ଠାନର ଆଜୀବନ ସଦସ୍ୟ ସ୍ୱର୍ଗତ ତୁଳସୀ ପ୍ରସାଦ ନାୟକଙ୍କ ସ୍ମୃତିରେ ମଠକରଗୋଳା କାହ୍ନୁ ଚରଣ କଲ୍ୟାଣ ମଣ୍ଡପ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ରକ୍ତଦାନ ଶିବିରକୁ ସ୍ଥାନୀୟ ବିଧାୟକ ଶତୃଘ୍ନ ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବାବେଳେ ମଠକରଗୋଳ ସରପଂଚ ଅଜୟ ନାୟକ, ପୂର୍ବତନ ସମିତିସଭ୍ୟ ଜୟନ୍ତ କୁମାର ନାୟକ, ପୂର୍ବତନ ଗ୍ରାମ ସଭାପତି ବିଦ୍ୟାଧର ସ୍ୱାଇଁ, ବଜରଙ୍ଗ କ୍ଲବ୍ ଢେଙ୍କାନାଳର ସନ୍ଦୀପ ଷଡଙ୍ଗୀ ଉପସ୍ଥିତ ଥିଲେ । ଏହି ରକ୍ତଦାନ ଶିବିରରେ ୬୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ବଜରଙ୍ଗ କ୍ଲବ୍ର ସଦସ୍ୟ ଯଯାତି ନାୟକ, ମିଥୁନ୍ ସ୍ୱାଇଁ, ଚନ୍ଦନ ସ୍ୱାଇଁ, ପରାଗ ନାୟକ, ଦେବରାଜ ଖୁଂଟିଆ, ଦିବସ୍ ବେହେରା, ରଂଜିତ୍ ଖୁଂଟିଆ, ଦିବ୍ୟଜ୍ୟୋତି ପରିଡା, ସୋମନାଥ ବାରିକ, ସଂଗ୍ରାମଖୁଂଟିଆ, ଶୁଭଙ୍କର ଦାସ, ରାଜେନ୍ଦ୍ର ବିଶ୍ୱାଳ, ସିପୁନ୍ ପୃଷ୍ଟି, ତନ୍ମୟ ଲେଙ୍କା, ସୁଶାନ୍ତ ନାୟକ, ନିର୍ମଳ ଓଝା, ସୌମ୍ୟ ରଞ୍ଜନ ପ୍ରଧାନ, ବିକାଶ କମାର, ଲିପୁ ଲେଙ୍କା, ଶିବ ପୃଷ୍ଟି, ଇତି ରଂଜନ ରାଉତ, ବିଶ୍ୱଜିତ୍ ସାହୁ, ପବିତ୍ର ସାହୁ, ଶିବନାଥ ବେହେରା ପ୍ରମୁଖ ସଭ୍ୟମାନେ ଏହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ । ଢେଙ୍କାନାଳ ରକ୍ତ ଭଣ୍ଡାର ନର୍ସିଂ ଅଧିକାରୀ ବିନୋଦିନୀ ଯୋଗାଣିଆ, ଲାବୋରଟୋରୀ ଟେକ୍ନିସିଆନ୍ ରାକେଶ କୁମାର ବେହେରା, ଆଟେଣ୍ଡାଂଟ୍ ଅଜୟ ସ୍ୱାଇଁ, ବରୁଣ ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ।