ଢେଙ୍କାନାଳ,: ଢେଙ୍କାନାଳ ବାଜିଚୌକ ଠାରେ ଶ୍ରୀଗୁଣ୍ଡିଚା ଭଜନ ସମାରୋହ କମିଟିର ଚଳିତ ବର୍ଷ ୨୦୨୫ ପାଇଁ ଭଜନସମାରୋହ ପାଇଁ ଅଦ୍ୟ ପ୍ରଥମ ପ୍ରସ୍ତୁତି ବୈଠକ ଭାଗିରଥୀ ସାଗରସ୍ଥିତ ମା\’ସିଦ୍ଧ ବାସେଳୀ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହିଅବସରରେ କମିଟିର ସଭାପତି ରୁଦ୍ରାନ୍ତ କୁମାର ଦଳେଇ ସମସ୍ତ ସଭ୍ୟମାନଙ୍କୁ ସ୍ୱାଗତ କରିବା ସହିତ ୧୯୯୯ ମସିହା ଠାରୁ ଆରମ୍ଭହୋଇଥିବା ଏହି ଭଜନ ସମାରୋହ ଚଳିତ ବର୍ଷ ଆସନ୍ତା ୨୭.୦୬.୨୦୨୫ରିଖ ଶ୍ରୀଗୁଣ୍ଡିଚା ଯାତ୍ରା ଠାରୁ ତା.୦୫.୦୭.୨୦୨୫ରିଖବାହୁଡାଯାତ୍ରା ପର୍ଯ୍ୟନ୍ତ କିପରି ମହାଆଡମ୍ବରପୂର୍ଣ୍ଣ ଓ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବା ସେ ବିଷୟରେ ଆଲୋକପାତ କରିଥିଲେ ।ଏଥିରେ ଓଡିଶାର ବିଶିଷ୍ଟ ଭଜନ କଳାକାରଙ୍କ ସହିତ ସ୍ଥାନୀୟ କଳାକରଙ୍କୁ ନେଇ ଭବ୍ୟ କାର୍ଯ୍ୟକ୍ରମ ହେବ । କମିଟିର ଆବାହକ ଅବନୀମିଶ୍ର, ଉପଦେଷ୍ଟା ସଂଗ୍ରାମ କିଶୋର ପାଣି, ଶରତ ବେହେରା ଓ ସଂପାଦକ ସାଗିର୍ ମହମ୍ମଦ ଜଗନ୍ନାଥ ତତ୍ୱ ଓ ସଂସ୍କୃତି କିପରି ବଜାୟରହିବ ମତପ୍ରକାଶ କରିଥିଲେ । ଏହି ବୈଠକରେ କମିଟିର ବରିଷ୍ଠ ଆବାହକ ସତ୍ୟନାରାୟଣ କର, ଉପସଭାପତି ସ୍ୱରୂପାନନ୍ଦ ଦାସ,ଉପଦେଷ୍ଟା ଆଇନ୍ଜୀବୀ ଗୋପାଳ ଚନ୍ଦ୍ର ପାତ୍ର, ବିକାଶ ନାୟକ, ସଦାଶିବ ମହାପାତ୍ର, ଦୁଷ୍ମନ୍ତ ମହାନ୍ତି, ନରେନ୍ଦ୍ର ବେହେରା, ଦିବ୍ୟସିଂହରାଉଳ, ଆଲୋକ ରଥ, ଜିତେନ୍ଦ୍ର ରଥ, ବଳରାମ ଭାଟ୍ଟ, ପ୍ରଦୀପ କୁମାର ସାହୁ, ରାକେଶ ବେହେରା, କୈଳାସ ନାୟକ, ଶିଲୁପଟ୍ଟନାୟକ, ଅମିତ୍ ସାହୁ, ସନ୍ତୋଷ ଦଳେଇ, ବଂଶୀଧର ସେଠୀ, ନଜୁ ମହମ୍ମଦ, ଅପ୍ତାର ମହମ୍ମଦ, ରାଜୁନ୍ ଖାନ୍, ପ୍ରଭାତ ସେଠୀଙ୍କସମେତ ବହୁ କର୍ମକର୍ତା ଉପସ୍ଥିତ ଥିଲେ । ସଭା ଶେଷରେ ବରିଷ୍ଠ ସଭ୍ୟ ପ୍ରଶାନ୍ତ ଜେନା ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।