ଗୁରୁଦେବଜୀ ଗୁରୁକୁଳ ପକ୍ଷରୁ ବିଶ୍ବ ମାତୃଦିବସ ପାଳିତ !

ଢେଙ୍କାନାଳ : ଢେଙ୍କାନାଳ ସହର ତହସିଲ୍ ଅଫିସ୍ ନିକଟସ୍ଥ ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ଥିବା ଆମେଚର ତାଇକୋଣ୍ଡୋ ଆସୋସିଏସନ ଓ ଢେଙ୍କାନାଳ ସ୍କେଟିଂ ଆସୋସିଏସନର ପ୍ରଶିକ୍ଷଣକେନ୍ଦ୍ରଠାରେ ଜିଲ୍ଲାର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ଗୁରୁଦେବଜୀ ଗୁରୁକୁଳ ପକ୍ଷରୁ ବିଶ୍ଵ ମାତୃଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କର ୩୧ ଜଣ ମା’ ଯୋଗଦେଇଥିଲେ। ପ୍ରଥମେ ଅନୁଷ୍ଠାନର ପ୍ରତିଷ୍ଠାତା ମାଷ୍ଟର ଇଂ.ସୌମ୍ୟବ୍ରତ ସାହୁ ଭୂମି ପୂଜନ ଏବଂ ଭାରତମାତାଙ୍କୁ ପୂଜାର୍ଚ୍ଚନା କରିବା ପରେ ଉପସ୍ଥିତ ଛାତ୍ରଛାତ୍ରୀ ଚନ୍ଦନ,ପୁଷ୍ପ ଓ ଦୀପରେ ନିଜ ନିଜର ମା’ଙ୍କୁ ବନ୍ଦାଇ ଢେଙ୍କାନାଳ ମଗଜି, ରସଗୋଲା ଓ ଲଡୁ ଖୁଆଇ ମାତୃପୂଜନ କାର୍ଯ୍ୟକ୍ରମ କରିଥିଲେ। ଏହା ପରେ ଛେନାପୋଡ଼ କାଟି ଉକ୍ତ ସ୍ୱତନ୍ତ୍ର ଦିବସକୁ ଧୁମଧାମରେ ପାଳନ କରାଯାଇଥିଲା । ଏହି ନିଆରା ପାଳନ ଉତ୍ସବ ନିମନ୍ତେ ସମସ୍ତ ମାତା ମାନେ ଅନୁଷ୍ଠାନର ମୁଖ୍ୟ ତଥା ପ୍ରତିଷ୍ଠାତାଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଇନ୍ଦ୍ରଜିତ ସାହୁ, ଆଦିତ୍ୟ ଘୋଷ, ଶୁଭ୍ରାଂଶୁ ସାହୁ, ଗାୟତ୍ରୀ ମିଶ୍ରଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ରହି ସଫଳ କରିଥିଲେ।

Leave A Reply

Your email address will not be published.

three × 4 =