ଢେଙ୍କାନାଳ : ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସଭା ଗୃହରେ ଜୁନିୟର ରେଡ୍କ୍ରସ୍ର ସ୍ୱେଚ୍ଛାସେବୀ ଓ ପରାମର୍ଶଦାତା ମାନଙ୍କୁ ନେଇ ବିଶ୍ୱ ରେଡ୍କ୍ରସ୍ ଦିବସ ମହାସମାରୋହରେ ପାଳନ କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତିଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଶ୍ରୀମତୀ ସେନାପତି ଜୁନିୟର୍ସମାନଙ୍କୁ ସ୍ୱାସ୍ଥ୍ୟ, ସେବା ଓ ବନ୍ଧୁତା ସହ ଚାରା ରୋପଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାଧନକର୍ମୀ ବିପିନ ବିହାରୀ ଶତପଥୀ ଯୋଗଦେଇ ଜୁନିୟର ରେଡ୍କ୍ରସ୍ର ଇତିହାସ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଜୁନିୟର ରେଡ୍କ୍ରସ୍ର ସମ୍ପାଦକ ପ୍ରକାଶ ଚନ୍ଦ୍ର ବେହେରା ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେଜିଲ୍ଲାର ଜୁନିୟର ରେଡ୍କ୍ରସ୍ର ବରିଷ୍ଠ ସାଧନ କର୍ମୀ ନରେଶ କୁମାର ମହାରଣା ବିଶ୍ୱ ରେଡ୍କ୍ରସ୍ ଦିବସର ମହତ୍ୱ ସମ୍ବନ୍ଧରେ
ବୁଝାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଜୁନିୟର ରେଡ୍କ୍ରସ୍ର ପରାମର୍ଶଦାତାମାନେ ଗୋବିନ୍ଦପୁର ଠାରେ ଥିବା ମହର୍ଷି ଦୟାନନ୍ଦ
ସର୍ଭିସ୍ ମିଶନ ପାଇଁ ସେଠାରେ ପିଲାମାନଙ୍କୁ ବିସ୍କୁଟ ବଂଟନ କରିଥିଲେ । ସଭାରେ ବିଭିନ୍ନ ବିଦ୍ୟାଳୟର ଜେ.ଆର୍.ସି.
କାଉନ୍ସିଲର ରୋଜାଲିନ୍ ରଥ, ସୌଦାମିନୀ ଦଳେଇ, ରସାନନ୍ଦ ସାହୁ, ଉପାସନା ନାଥଶର୍ମା, ଉପେନ୍ଦ୍ର ସିଂ ମାଝୀହ୍କ
ସମେତ ମୋଟ୍ ୪୦ଜଣ ଜୁନିୟର ସ୍ୱେଚ୍ଛାସେବୀ ଯୋଗଦାନ କରିଥିଲେ । କାର୍ଯ୍ୟାଳୟର କନିଷ୍ଠ କିରାଣୀ ପ୍ରଶାନ୍ତ କୁମାର
ସାହୁ କାର୍ଯ୍ୟକ୍ରମ ସମ୍ପାଦନରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଜୁନିୟର ରେଡ୍କ୍ରସ୍ର ଅଧିକାରୀ ସୁବ୍ରତ
କୁମାର ମିଶ୍ର ମଂଚ ପରିଚାଳନା କରିଥିବା ବେଳେ କାଇମାଟି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟବ୍ରତ ପାତ୍ର ଅତିଥିମାନଙ୍କୁ
ଧନ୍ୟବାଦ ଦେଇଥିଲେ ।
Next Post