ଢେଙ୍କାନାଳ: ହିନ୍ଦୋଳ ବିଜେପି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ହିନ୍ଦୋଳ ଉପଖଣ୍ତ ସାତମାଇଲ ସ୍ଥିତ ଜଳସେଚନ ଡାକବଙ୍ଗଳା ଠାରେ ଶୁକ୍ରବାର ଅପରାହ୍ନରେ ହିନ୍ଦୋଳ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଉକ୍ତ ସମ୍ମିଳନୀରେ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ରନାରାୟଣ ପାଣି , ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ , ହିନ୍ଦୋଳ ବ୍ଲକ୍ ଉପାଧ୍ୟକ୍ଷ ବରୁଣ କୁମାର ସର , ବିଜେପି ରାଜ୍ୟପରିଷଦ ସଦସ୍ୟ ଅଜୟ ଦାଶ , ବିଜେପି ଜିଲ୍ଲା ସଂପାଦକ ସୁଶାନ୍ତ ପତି , ସାପୁଆ ବଡଯୋର ଜଳସେଚନ ବିଭାଗ ଅଧ୍ୟକ୍ଷ ପ୍ରେମାନନ୍ଦ ପଟନାୟକ , ବିଜେପି ନେତା ଭାସ୍କର ଚନ୍ଦ୍ର ନାୟକ ଓ ଗୋବିନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ହିନ୍ଦୋଳର ଜନସାଧାରଣଙ୍କର ଦୀର୍ଘଦିନର ସ୍ୱପ୍ନ ବଡଯୋର ପ୍ରକଳ୍ପକୁ ରାଜ୍ୟ ସରକାର ମଞ୍ଜୁର କରିବା ସହ ଏହାର କାର୍ଯ୍ୟ ନିମିତ୍ତ ୧୨୮ କୋଟି ୨୬ ଲକ୍ଷ ଟଙ୍କା ପ୍ରଦାନ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଏବଂ ଏହି ପ୍ରକଳ୍ପ ମଞ୍ଜୁର ନିମିତ୍ତ ସାଂସଦ ରୁଦ୍ରନାରାୟଣ ପାଣି , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ମୋହନ ସରକାରଙ୍କ ସହଯୋଗ ପାଇଁ ସମସ୍ତଙ୍କୁ ହିନ୍ଦୋଳ ଜନସାଧାରଣଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ । କୃଷିର ଉନ୍ନତିରେ କୃଷକର ଉନ୍ନତ୍ତି ନିମିତ୍ତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଜନହିତକର କାର୍ଯ୍ୟ କରୁଛନ୍ତି । ମାତ୍ର ବିଗତ ୨୫ ବର୍ଷରେ ପୂର୍ବ ସରକାର ହିନ୍ଦୋଳ ଜନସାଧାରଣଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇ ନିର୍ବାଚନ ପାର ହେବା ପରେ ପ୍ରତିଶ୍ରୁତି ଭୁଲିଯାଇଥାଆନ୍ତି । ସେହି ସମୟରେ ଲୋକସଭାରେ ସାଂସଦ ରୁଦ୍ରନାରାୟଣ ପାଣି ଉକ୍ତ ପ୍ରସଙ୍ଗକୁ ଉଠାଇବା ସହ ହିନ୍ଦୋଳ ଜନସାଧାରଣଙ୍କ ଦିବା ସ୍ୱପ୍ନ ବଡଯୋର ପ୍ରକଳ୍ପ ଆରମ୍ଭ ନିମିତ୍ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗ ଲୋଡିବା ସହ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମୋହନ ସରକାର ଅର୍ଥ ମଞ୍ଜୁର କରିଛନ୍ତି। ଏ ନେଇ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ସାଂସଦ ଧନ୍ୟବାଦ୍ ଅର୍ପଣ କରିଥିଲେ । ଉକ୍ତ ସାମ୍ଵାଦିକ ସମ୍ମିଳନୀରେ ହାତୁରା ବିଜେପି ମଣ୍ତଳ ସଭାପତି ସୁଜିତ ଜେନା , ବାବନ୍ଧ ସଭାପତି ପ୍ରବୋଧ ପ୍ରଧାନ , ପାରିକୂଳ ସଭାପତି ରବିନ ବାରିକ , ରାସୋଳ ସଭାପତି ଲିଙ୍ଗରାଜ ସାହୁ , ଅଶୋକ ରାଉତ, ମନୋଜ ପଟ୍ଟନାୟକ , ଜଗନ୍ନାଥ ପାଣିପଞ୍ଚାୟତ ସଭାପତି ଟଙ୍କଧର ପାଳ ଓ ରାଧାମୋହନ ପାଣିପଞ୍ଚାୟତ ସଂପାଦକ ସନ୍ତୋଷ କୁମାର ଖୁଣ୍ଟିଆପ୍ରମୁଖ ସହଯୋଗ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ହିନ୍ଦୋଳ ଉପଖଣ୍ତର ବହୁ ସଂଖ୍ୟକ ସାମ୍ବାଦିକ ଏଥିରେ ଯୋଗଦେଇଥିଲେ ।