ଢେଙ୍କାନାଳ : ଅଗ୍ରଣୀ ଅନୁଷ୍ଠାନ ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ମାଟ୍ରିକ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଏ-୧ ଛାତ୍ରଛାତ୍ରୀଙ୍କୁ ଚଳିତ ମାସ ୧୮ ତାରିଖ ଦିନ ସମ୍ମାନୀତ କରାଯିବ ବୋଲି ଆଜି ଅନୁଷ୍ଠିତ ବୈଠକରେ ନିଷ୍ପତି ନିଆଯାଇଛି । ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁସ୍ଥାନୀୟ କାର୍ଯ୍ୟାଳୟଠାରେ ଆଜି ପୂର୍ବାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ପୂର୍ବତନ ସାଂସଦ ମହେଶସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ମୁଖ୍ୟତଃ ଆମ ପ୍ରତିଭା ଆମ ସମ୍ମାନ ଦ୍ୱାରା ପରିଚାଳିତ ଦୁଇଟି ସଂସ୍ଥା ସଂପର୍କରେ ପୁଙ୍ଖାନୁପୁଙ୍ଖଭାବେ ଆଲୋଚନା କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ କାଠଗଡାଠାରେ ପରିଚାଳିତ ଗୋଶାଳାକୁ ବର୍ଦ୍ଧିତ କରାଯିବା ଏବଂ କାଠଗଡା ଠାରେ ଥିବା ଗୋ ଶାଳାରେ ସହରରେ ବୁଲୁଥିବା ଅବହେଳିତ ଗାଈଗୋରୁ ମାନଙ୍କ ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ସେମାନଙ୍କର ରକ୍ଷଣାବେକ୍ଷଣ ସଂପର୍କରେ ବିଷଦ ଭାବେ ଆଲୋଚନା ହୋଇଥିଲା । ପରବର୍ତି ପର୍ଯ୍ୟାୟରେ ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ପ୍ରତ୍ୟେକ ବର୍ଷଭଳି ଚଳିତ ମାଟ୍ରିକ ପରୀକ୍ଷାରେଏ-୧ ଗ୍ରେଡରେ କୃତୀତ୍ୱ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯିବା ସଂପର୍କରେ ମଧ୍ୟ ବିଷଦ୍ ଭାବେ ଆଲୋଚନା ହୋଇଥିଲା । ଏହିବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବି ସୁରେଶ ଚନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ସଦାନନ୍ଦ ସେଠୀ,ପୂର୍ବତନ ନଗରପାଳ ସୁଧାଂଶୁ କୁମାର ଦଳେଇ, ଆଇନଜୀବି କିଷାନ ବିଶ୍ୱାଳ, ପୂର୍ବତନ ସରପଞ୍ଚ ଅର୍ଜୁନ ସାହୁ, ଶରତ କୁମାର ପଟ୍ଟନାୟକ,କୁନା ମହାପାତ୍ର, ବିମଳ ଶତପଥୀ, ଶେଖର ଚନ୍ଦ୍ର ସେଠୀ, ସତ୍ୟନାରାୟଣ କର, ଦୁଷ୍ମନ୍ତ ମହାନ୍ତି, ଶ୍ୟାମସୁନ୍ଦର ସାହୁ, ରତିରଂଜନ ବେହେରା,ଶୋରେନ ପୁହାଣ, ସରୋଜ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।