ପୋଖରୀ ସୁରକ୍ଷା ସମିତିର ଜରୁରୀ ବୈଠକ : ମଇ ୧୩ ସାମୁହିକ ଗଣ !

ଢେଙ୍କାନାଳ : ଭାଗୀରଥୀ ସାଗର ସୁରକ୍ଷା ସମିତିର ଏକ ଜରୁରୀ ବୈଠକ ଅପରାହ୍ନରେ ସଭାପତି ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଥାଉକି ଭାଗିରଥି ସାଗର ଭିତରେ ଦ୍ୱିତୀୟ ହୁଡ଼ା କରି ପଙ୍କ ମାଟି ଜମାଇ ୩୦ ରୁ ୭୦ ଫୁଟ ନ ପୋତିବା ପାଇଁ ଜିଲ୍ଲାପାଳଙ୍କୁ ଗତ ୨୧ ଏପ୍ରିଲ ଦିନ ଲିଖିତ ଜଣାଇ ଥିଲେ l ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ସୁରକ୍ଷା ସମିତି ଆନ୍ଦୋଳନ କରିବ ବୋଲି ଜଣାଇଥିଲେ l ଏହା ସମସ୍ତଙ୍କ ସହିତ ଆଲୋଚନା କରିବେ ବୋଲି ଜିଲ୍ଲାପାଳ ଆଶ୍ୱାସନା ଦେଇଥିଲେ l ମାତ୍ର ୧୫ ଦିନ ଅତିବାହିତ ହୋଇଯାଇଥିଲେ ମଧ୍ୟ ଜିଲ୍ଲାପାଳ କୌଣସି ହସ୍ତକ୍ଷେପ କରିନାହାନ୍ତି କି ପଦକ୍ଷେପ ନେଲେନାହିଁ l ଏହା ଲୋକମାନଙ୍କ ଉପରେ କୁପ୍ରଭାବ ପକାଇବା ସହିତ ଜିଲ୍ଲାର ଐତିହ୍ୟ ଉପରେ ଗଭୀର କୁଠାରାଘାତ କରିଛି lଏହି ବୈଠକରେ ସମସ୍ତ ସଦସ୍ୟ ଏକମତ ହୋଇ ନିଷ୍ପତି ନେଇଛନ୍ତି ଯେ ଆସନ୍ତା ୧୩ ମଇ ୨୦୨୫ ରେ ଢେଙ୍କାନାଳ ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ସାମୁହିକ ଗଣ ଧାରଣା ଓ ଧିକାର ଦିବସ ପାଳନ କରାଯିବ। ଭାଗୀରଥୀ ସାଗରର ଜଳଧାରଣ କ୍ଷମତା ହ୍ରାସ ଓ ପ୍ରାକୃତିକ ପରିବେଶ ଉପରେ ପଡ଼ୁଥିବା ନକାରାତ୍ମକ ପ୍ରଭାବ ବିଷୟରେ ବାରମ୍ବାର ଅନୁରୋଧ ଓ ଆନ୍ଦୋଳନ ସତ୍ତ୍ୱେ, ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ନ ମିଳିଥିବାରୁ ସମିତି ଏହି ଆନ୍ଦୋଳନର ପଥ ଅବଲମ୍ବନ କରିଛି। ତଥାପି ଯଦି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନନିଅନ୍ତି ଜିଲ୍ଲାରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯାଇ ଢେଙ୍କାନାଳ ବନ୍ଦ ଡାକରା ଦିଆଯିବ l ମଇ ୧୩ ଗଣ ଧାରଣାରେ ସମସ୍ତ ପୋଖରୀ ପ୍ରେମୀ ଓ ଜନସାଧାରଣଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବା ପାଇଁ ଆହ୍ୱାନ କରାଯାଉଛି। ପୋଖରୀର ଜଳ ଧାରଣ କ୍ଷମତା ସଂକୁଚିତ ନକରିବା ଓ ପରିବେଶ ସୁରକ୍ଷା ପାଇଁ ଏହି ଆନ୍ଦୋଳନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ବୈଠକରେ ଆବାହକ ପ୍ରଶାନ୍ତ ମିଶ୍ର, ଭରତ କୁମାର ଦାସ, ପ୍ରେମଶଙ୍କର ମିଶ୍ର, ଦିଲ୍ଲୀପ କୁମାର ରାଉତ, ଆଇନଜୀବୀ ନିର୍ମଳ ମିଶ୍ର, ୬ ନଂ ୱାର୍ଡ ପାରିଷଦ ସନ୍ଦୀପ ଷଡ଼ଙ୍ଗୀ, ମନ୍ମଥ ରାଓ, ପଙ୍କଜ ନାୟକ, ସମ୍ପାଦକ ଅଶୋକ ସ୍ୱାଇଁ, ଗୋବିନ୍ଦ ସେନାପତି, ଗୋକୁଳାନନ୍ଦ ମାଝୀ, କିଶୋର ବେହେରା,ସରୋଜ ଶତପଥି ଓ ଅନିଶ ବିଶ୍ୱାଳ ପ୍ରମୁଖ ନିଜ ନିଜ ମତ ରଖିଥିଲେ l ଶେଷରେ ଅବିନାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.

ten + nineteen =