ଡିଲର ଉଛେଦକୁ ପାଇଁ ଉତେଜନା : ବାଲିମି ଠାରୁ ବାବନ୍ଧ ମୁଖ୍ୟରାସ୍ତା ଅବରୋଧ କଲେ ଶତାଧିକ ପୁରୁଷ ଓ ମହିଳା !

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡର ଯୋଗାଣବିଭାଗ ସହ ବିଭିନ୍ନ ବିଭାଗ ଏବେ ରାଜନୈତିକ ପଶାପାଲିରେ।ଦଳୀୟ ଆଧାରରେ ହେଉ କି ଅନ୍ୟ କୌଣସି କାରଣରେ ହେଉ ବିଭାଗ ଦ୍ୱାରା ୧୯ ଟି ରାସନ ମାମଗ୍ରୀ ଯୋଗାଉ ଥିବା ଡିଲର ଙ୍କୁ ଉଛେଦ କରାଯାଇଛି।ଯାହାକି ଗ୍ରାମବାସୀଙ୍କ ଅଗୋଚରରେ ନିଜସମର୍ଥକଙ୍କ ଦ୍ୱାରା ମିଥ୍ୟାଅଭିଯୋଗ କରାଇ ଦୀର୍ଘଦିନରୁ ଦେଇଆସୁଥିବା ଡିଲରଙ୍କୁ ଉଛେଦ କରାଯାଉଛି। ଏଥିପାଇଁ ଉପଖଣ୍ଡର ବିଭିନ୍ନ ଗ୍ରାମରେରେ ଉତେଜନା ଲାଗିରହିଥିବା ଦେଖିବାକୁ ମିଳିଛି।କିଛିଦିନ ପୂର୍ବରୁ ଦାଣ୍ଡିରୀ ଓ ଅସରଡ଼ା ପଞ୍ଚାୟତରେ ଡିଲର ଉଛେଦକୁ ନେଇ ହିନ୍ଦୋଳ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ହରତାଳ କରାଯାଇଥିଲା। ଏବେ ଉପଖଣ୍ଡର ବରମପୁର ଗ୍ରାମରେ ଡିଲର ଉଛେଦ କୁ ନେଇ ଶତାଧିକ ଅସନ୍ତୁଷ୍ଟ ଗ୍ରାମବାସୀ ବାଲିମି ଠାରୁ ବାବନ୍ଧ ରାସ୍ତାକୁ ବନ୍ଦ କରିଦେଇଥିବା ଦେଖିବାକୁ ମିଳିଥିଲା। ବରମପୁର ଗ୍ରାମରେ ଦୀର୍ଘ ଦିନ ହେବ ଶକ୍ତିସମଲେଶରୀ ଗୋଷ୍ଠୀଙ୍କ ଦାୟିତ୍ୱରେ ଗ୍ରାମବାସୀଙ୍କୁ ରାସନ ସାମଗ୍ରୀ ଯୋଗାଇ ଦିଆଯାଉଥିଲା, ଗ୍ରାମବାସୀଙ୍କ କହିବାକଥା ରାଜନୈତିକ ବିବାଦରୁ ଆମ୍ଭଗ୍ରାମରେ ଦୀର୍ଘ ଦିନରୁ ରାସନ ସାମଗ୍ରୀ ଦେଇଆସୁଥିବା ଡିଲରଙ୍କୁ ଯୋଗାଣ ବିଭାଗ ଦ୍ୱାରା ଗ୍ରାମବାସୀଙ୍କ ଆଜ୍ଞାତରେ ଉଛେଦ କରାଯାଇଛି ଏବଂ ଗ୍ରାମଠାରୁ ୪ କିଲୋମିଟର ଦୂର ଭିଙ୍ଗିରା ଗ୍ରାମରୁ ବରମପୁର ଗ୍ରାମବାସୀ ନିଜର ରାସନ ସାମଗ୍ରୀ ଆଣିବା ପାଇଁ ହିନ୍ଦୋଳ ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି।ହିନ୍ଦୋଳ ଏକ ହାତୀ,ବନ୍ୟଜନ୍ତୁ ଅଧ୍ୟୁଷିତ ଅଂଚଳ ହୋଇଥିବାବେଳେ ଗ୍ରାମବାସୀ ୪ କିଲୋମିଟର ରାସ୍ତା ପାରହୋଇ କିପରି ଭିଙ୍ଗିରା ଗ୍ରାମରୁ ରାସନ ସାମଗ୍ରୀ ଆଣିବେ?ଏବେ ଏନେଇ ଗ୍ରାମରେ ଅସନ୍ତୋଷ ଲାଗିରହିଥିବା ଦେଖିବାକୁ ମିଳିଛି ଗତକାଲି ସକାଳୁ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ରାସ୍ତା ଉପରେ ପଥରରଖି ରାସ୍ତାଅବରୋଧ କରିଥିଲେ ଦୀର୍ଘ ୫ ଘଣ୍ଟା ପରେ ହିନ୍ଦୋଳ ଯୋଗାଣ ଅଧିକାରୀ ପହଁଞ୍ଚି ଗ୍ରାମବାସୀଙ୍କସହ ଆଲୋଚନା କରିବା ସହ ତୁମଗ୍ରାମରେ ପୁନର୍ବାର ରାସନ ସାମଗ୍ରୀ ଯୋଗାଇ ଦିଆଯିବ ପ୍ରତିଶୁତି ଦେବାପରେ ଉତ୍ୟକ୍ତ ଗ୍ରାମବାସୀ ଦ୍ୱାରା ରାସ୍ତା ରୋକ ହଟିଥିଲାlଏ ସମ୍ପର୍କ ରେ ହିନ୍ଦୋଳ ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରିବାରେ ସେ କୁହନ୍ତି କିଛି ଗ୍ରାମବାସୀ ଙ୍କ ଅଭିଯୋଗ ଓ ଉପରିସ୍ଥ ଅଧିକାରୀ ଙ୍କ ନିର୍ଦେଶରେ ବରମପୁର ଗ୍ରାମରେ ପୂର୍ବରୁ ରାସନ ସାମଗ୍ରୀ ଦେଇଥିବା ଗୋଷ୍ଠୀଙ୍କୁ ବାଦ ଦିଆଯାଇଛି ଓ ବିଷୟରେ ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇବା ପରେ ଏହାର ସମାଧାନ କରାଯିବ ବୋଲି ସେ କହିଥିଲେ। ତେବେ କାହା ଚାପରେ ଚେପା ହୋଇଯାଇଛି ଯୋଗାଣ ବିଭାଗ ଏବଂ ସବୁକ୍ଷେତ୍ରରେ ମାମଲାତି କରୁଥିବା ବ୍ୟକ୍ତିଜଣକ କିଏବୋଲି ଉଠିଛି ପ୍ରଶ୍ନ ?

Leave A Reply

Your email address will not be published.

seventeen − fourteen =