ଢେଙ୍କାନାଳ : କଣ୍ଟାନାଳୀ ବାଇପାସ ସ୍ଥିତ ନଳିନୀ ଦେବୀ ବିଧିର ବିଦ୍ୟାଳୟଠାରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ୨୭ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଓ ଅନ୍ୟ ଦୃଷ୍ଟିହୀନ ବ୍ୟକ୍ତି ଙ୍କୁ ଗମନାଗମନ ସୁବିଧା ନିମନ୍ତେ ସ୍ମାର୍ଟ ଚ଼ଷମା ଓ ସ୍ମାର୍ଟ ଷ୍ଟିକ୍ ପ୍ରଦାନ କରି ଅଛନ୍ତି। ଓ.ଏନ.ଜି.ସି.ର ସି.ଏସ୍. ଆର୍. ଫଣ୍ଡରୁ ଏହି ଆଧୁନିକ ସହାୟକ ଉପକରଣ ଯୋଗାଇ ଦିଆଯାଇଅଛି। ହିତଧିକାରୀମାନଙ୍କୁ ଏହି ଉପକରଣର ବ୍ୟବହାର ଓ ଉପକାରିତା ସମ୍ପର୍କରେ ଓ.ଏନ.ଜି.ସି.ର ସଷ୍ଟେନେବଲ ଡେଭେଲପମେଣ୍ଟର ହେଡ୍ ଶ୍ରୀ ଦିନେଶ ବେହେରା ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଶ୍ରୀ ନରେଶଚନ୍ଦ୍ର ସ୍ୱାଇଁ, ଆପାତ୍କାଳୀନ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ଦାସ, ଅକ୍ଷମ କଲ୍ୟାଣ ସମିତିର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ରଥ, ସଂପାଦକ ଶ୍ରୀ ବିଶ୍ଵନାଥ ବେହେରା, ସଦସ୍ୟ ପଦ୍ମ ଲୋଚ଼ନ ମହାପାତ୍ର, ଶ୍ରୀକୃଷ୍ଣ ଚନ୍ଦ୍ର ଦ୍ୱିବେଦୀ, କୋଷାଧ୍ୟକ୍ଷ ଶ୍ରୀ ମଳୟ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତି ଥିଲେ l