ଢେଙ୍କାନାଳ: ଢେଙ୍କାନାଳରେ ପୁଲିସ ଏନକାଉଣ୍ଟର କରିଛି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ସାଉଁଳିଆ ଜଙ୍ଗଲ ନିକଟରେ ପୋଲିସ ଏନକାଉଣ୍ଟର କରିଛି କାମାକ୍ଷାନଗର କିଙ୍ଗ୍ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍ର କୁଖ୍ୟାତ ଅପରାଧି ଦେବାଶିଷ ବେହେରା ଓରଫ ହଣ୍ଡକୁ ।
ପୁଲିସ ଉପରକୁ ଗୁଳି ଚଳାଇବା ପାଇଁ ଉଦ୍ୟମ ବେଳେ ପୁଲିସର ପାଲଟା ଗୁଳିରେ ଦେବାଶିଷ ଆହତ ହୋଇଛି । ତାକୁ ଚିକିତ୍ସା ଲାଗି ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ କଟକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଦେବାଶିଷ କିଙ୍ଗ୍ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍ର ମୁଖ୍ୟ କାରପାଟଦାର ରାକେଶ ନାଥର ମୁଖ୍ୟ ସହଯୋଗୀ। ଦେବାଶିଷ ନାଁରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଥାନାରେ ଦାଦାବଟି, ଡକାୟତି,ଫାୟାରିଂ ଭଳି ମୋଟ ୧୮ ଟି ଅଫରାଧିକ ମାମଲା ରହିଛି। ନିକଟରେ ଦୁଇଟି କେସରେ ମୋଷ୍ଟ ୱ।ଣ୍ଟେଡ ଲିଷ୍ଟରେ ଦେବାଶିଷ ରହିଥିଲା। ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ଖୋକା ମିଳିଛି।
ସୂଚନା ମୁତାବକ ବିଶେଷ ସୁତ୍ରରୁ ଖବରପାଇ ସଦରଥାନା ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଦେବାଶିଷର ଗତିବିଧି ଉପରେ ନଜର ରଖିଥିଲେ। ଭୋର ସମୟରେ ପୁଲିସ ଦେବାଶିଷକୁ କାଙ୍କଡପାଳରୁ ଗୋଡାଇ ଗୋଡାଇ ମଙ୍ଗଳପୁର ପର୍ଯ୍ୟନ୍ତ ଆସିଥିଲା। ସାଉଁଳିଆ ଜଙ୍ଗଲ ଭିତରେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା ପାଲଟା ଗୁଳି ଚାଳନାରେ କୁଖ୍ୟାତ ଅପରାଧୀ ଦେବାଶିଷର ଡାହାଣ ଗୋଡ ଆଣ୍ଠୁ ନିକଟକୁ ଗୁଳି କରିଥିଲା । ସୂଚନା ଥାଉକି କିଙ୍ଗ୍ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍ରେ ମୋଟ ୩୦ରୁ ଅଧିକ ସଦସ୍ୟ ଅଛନ୍ତି। ଗ୍ୟାଙ୍ଗ୍ର ମୁଖ୍ୟ ଅପରାଧୀ ରାକେଶ ନାଥ ଏବେ ଡକାୟତି ଘଟଣାରେ ଚୌଦ୍ବାର ଜେଲରେ ରହିଛି।