ଭୁବନ : ବୀର ବାଜିରାଉତ ଙ୍କ ଗାଁ ଲୋକ ଙ୍କ ଜୀବନ ରେଖା କହିଲେ ରଙ୍ଗମାଟିଆ ନାଳ କୁ ବୁଝାଏ। ନାଳ ର ଅପରପାର୍ଶ୍ୱରେ ଚାଷ ଜମି। ଜମି କୁ ଯିବା ପାଇଁ ଚାଷୀ ଭରା ନାଳରେ ପହଁରି ପହଁରି ଯାଇଥାନ୍ତି। ବର୍ଷା ଦିନରେ ୩ କିମି ବୁଲି କରି ଯାଇଥାନ୍ତି। ଏହାକୁ ସୁଗମ କରିବା ନିମନ୍ତେ ଗ୍ରାମ ବାସୀ ବାଉଁଶ ପୋଲ ନିର୍ମାଣ କରି ଯାତାୟତ କରୁଥିଲେ । ହଳ ଲଙ୍ଗଳ ଚାଷ ସରଞ୍ଜାମ ଏହି ବାଉଁଶ ପୋଲ ରେ ନେଉଥିଲେ। ଏହାକୁ ଦୃଷ୍ଟିରେ ରଖି ତତ୍ କାଳୀନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ୨.୫ କୋଟି ଟଙ୍କା ବ୍ୟୟ ଅଟକଳ ରେ ବୀର୍ ବାଜିରାଉତ ଙ୍କ ଗ୍ରାମ ନୀଳକଣ୍ଠପୁର ରୁ ଚାଷ ଜମି କୁ ପୋଲ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ୨୦୨୪ ମସିହା ଫେବୃଆରୀ ୨୪ ତାରିଖ ରେ। ଏକ ବର୍ଷ ଅବଧି ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ ବୋଲି ଠିକାଦାର ଧୀରେନ୍ କୁମାର ରାୟ ଚୁକ୍ତି ବଦ୍ଧ କରିଥିଲେ। ତେବେ ଅବଧି ଶେଷ ପରେ ବି କାର୍ଯ୍ୟ ଶେଷ ହୋଇନାହିଁ। ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ ବିଷୟ ହେଉଛି ଏହି ପୋଲ ନିର୍ମାଣ ସମୟରେ ସ୍ଵତନ୍ତ୍ର ଦୃଷ୍ଟି ଦିଆ ନଯିବାରୁ ସ୍ପାନ ନମ୍ବର ୩ ଟି ବିରି ବିରି ହୋଇଛି । ନୀଳକଣ୍ଠପୁର ପଟରୁ ଥିବା ଆଫ୍ରୋଚ ରୋଡ ନିର୍ମାଣ ନିମନ୍ତେ ବ୍ୟବହୃତ ମାଟି ପୋଲ ର ଦକ୍ଷିଣ ଦିଗ ରୁ ଉଠାଯାଇଛି ।10 ଫୁଟ ଉଚତା ର ମାଟି କୁ ଉଠାଇ ନିଆଯାଇଛି । ନାଳ ର ପଶ୍ଚିମ ପାର୍ଶ୍ୱରେ ଥିବା ବାଲି ମଧ୍ଯ ଉଠାଇ ପୋଲ କାର୍ଯ୍ୟ ରେ ବ୍ୟବହାର କରାଯାଇଛି। ମାଟି ଓ ବାଲି କୁ ବ୍ୟବହାର କରାଯାଇଥିଲେ ବି ରାଜସ୍ଵ ବିଭାଗ ଅଧିକାରୀ ସ୍ଥାନୀୟ ତହସିଲଦାର ସୂର୍ଯ୍ୟ ଶଙ୍କର ଦାସ ଏ ସଂପର୍କରେ ଜାଣିନାହାନ୍ତି। ମହୁଲପାଳ ରାଜସ୍ଵ ନିରୀକ୍ଷକ ରାଜ କିଶୋର ସାହୁ ଘଟଣା ସ୍ଥଳ କୁ ପଠାଇ ରିପୋର୍ଟ ଆଣିବା ପରେ ପଦକ୍ଷେପ ନିଆଯିବ ବୋଲି କୁହନ୍ତି ଶ୍ରୀଯୁକ୍ତ ଦାସ।
ପୋଲ ନିକଟ ରୁ ମାଟି ବାଲି ଉଠାଇ ନେବାରୁ ପୋଲ ର ସ୍ଥାୟିତ୍ଵ ନେଇ ପ୍ରଶ୍ନ ଉଠିଛି। ଏହି ପୋଲ ରେ ବ୍ୟବହୃତ ବୋଲଡର ଅତ୍ୟନ୍ତ ନିମ୍ନ୍ ମାନର ଯାହାକି ଖଡି ପଥର ବୋଲି ଅଭିଯୋଗ ହେଉଛି। ପଥର ସଂପର୍କରେ ସହକାରୀ ଯନ୍ତ୍ରୀ ମୋହନ ଲାଲ ଘୋଷ କୁହନ୍ତି ପଥର ମାନ ଯାଂଚ କରାଯିବ । ପୋଲ ତଳୁ ମାଟି ଠିକାଦାର ଦେଲା ଚାଟି ବୋଲି ଗାଆଁ ଲୋକ କୁହନ୍ତି।