ଭୁବନ ବନ ବିଭାଗରେ କେଳେଙ୍କାରୀ : ଟ୍ରକ ସହ କାଠ ଜବତ, ଡ୍ରାଇଭର ହେଉଛନ୍ତି ଉଭାନ !

ଢେଙ୍କାନାଳ ଜିଲ୍ଲାର ଭୁବନ ବନ ବିଭାଗରେ ଦୁର୍ନୀତି, ଅନିୟମିତତା ଓ ପ୍ରିୟାପ୍ରୀତି ଚରମ ସୀମାକୁ ଛୁଇଁଛି। ଅତିରିକ୍ତ ରେଞ୍ଜର ରାକେଶ କୁମାର ଦଳେଇଙ୍କ ଯୋଗଦାନ ପରେ ବିଭାଗରେ ଦିନକୁ ଦିନ ଅଭିଯୋଗ ବୃଦ୍ଧି ପାଉଛି।ବନ ଦ୍ରବ୍ୟ ଚୋରା ଚାଲାଣ ସମ୍ବନ୍ଧରେ ମାଲୁଆଗୋଡ଼ା ଓ ଶାମଳ ସଂରକ୍ଷିତ ଜଙ୍ଗଲରୁ ଟ୍ରକ ଜବତ କରାଯାଇଥିଲେ ବି ଡ୍ରାଇଭରଙ୍କୁ ଅଜଣା କାରଣରୁ ଛାଡ଼ି ଦିଆଯାଉଛି ବୋଲି ଅଭିଯୋଗ ଆସିଛି। ଲୋକମାନେ କହୁଛନ୍ତି, ମୋଟା ଅଙ୍କର ଲାଭ ନେଇ ଡ୍ରାଇଭରକୁ ପଳାଇ ଦେଉଛନ୍ତି ଓ ଟ୍ରକ୍ ମାତ୍ର ଜବତ ହେଉଛି।ଗତ ଦିନ ମାଙ୍କଡ଼ା ପଥର ଚାଲାଣ କାରଣରେ ଓଆର-୦୯ ଇଏଫ-୪୩୮୦ ନମ୍ବର ଟ୍ରକ୍ ଓ ଗତକାଲି ବୃକ୍ଷ ଚୋରା କଟାରେ ୟୁପି-୨୫ସିଟି-୮୧୬୦ ଟ୍ରକ୍ ଜବତ ହୋଇଥିବା ବେଳେ ଡ୍ରାଇଭର ଦେଖିବାକୁ ମିଳିନଥିଲେ। ବନ କାମରେ ଟ୍ରାକ୍ଟର ଓ ଟ୍ରକ୍ ଚାଳକ ନିଯୁକ୍ତି ମଧ୍ୟ କାର୍ଯ୍ୟାଳୟରେ କିପରି ହେଉଛି ବୋଲି ଚର୍ଚ୍ଚା ହେଉଛି। ଗତ ବର୍ଷ ସାମାଜିକ ବନିକରଣ କାର୍ଯ୍ୟରେ ଲକ୍ଷାଧିକ ଟଙ୍କା ର ଫଲ୍ସ ବିଲ୍ ମାଧ୍ୟମରେ ଆତ୍ମସାତ ଓ ଟ୍ରେଞ୍ଚ ଖୋଳାରେ କାମ ନ କରି ଏହି ଅଙ୍କ ହରିଲୁଟ ହୋଇଥିବା ଅଭିଯୋଗ ମଧ୍ୟ ଆସିଛି।ଘଟଣା ସମ୍ପର୍କରେ ବନ କର୍ମଚାରୀ କଳ୍ପନା ବେହେରା ଓ ଅତିରିକ୍ତ ରେଞ୍ଜର ଦଳେଇଙ୍କୁ ଯୋଗାଯୋଗ କରିବା ବେଳେ ତାଙ୍କର ଫୋନ୍ ରିସିଭ୍ ହୋଇନଥିଲା ବା ଉତ୍ତର ମିଳିନଥିଲା ବୋଲି ଜଣାପଡ଼ିଛି।ସାଧାରଣ ଲୋକ, ବୁଦ୍ଧିଜୀବୀ ଓ ସାମାଜିକ କାର୍ଯ୍ୟକର୍ତ୍ତାମାନେ ଏଥିପାଇଁ ଉଚ୍ଚ ବିଭାଗୀୟ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ଓ ଦୁର୍ନୀତିଗ୍ରସ୍ତ ଅଫିସର ମାନେଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ନଚେତ ଏଭଳି ଚାଳିଥିବାରେ ଭବିଷ୍ୟତରେ ଭୁବନ ଜଙ୍ଗଲ ଶୂନ୍ୟ ହେଉଥିବାର ଆଶଙ୍କା ଉଠିଛି।

Leave A Reply

Your email address will not be published.

five − one =