ଢେଙ୍କାନାଳ – ଢେଙ୍କାନାଳ ସ୍ଥିତ ରଘୁନାଥଜୀଉ ବିଦ୍ୟାମନ୍ଦିର କାଣ୍ଡବିନ୍ଧ ଠାରେ ଖେଲୋ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଖୋ-ଖୋ ପ୍ରଶିକ୍ଷଣ କେନ୍ଦ୍ରକୁ ମାନ୍ୟବର କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି।ଏହି ଅବସରରେ ଜିଲ୍ଲା କାର୍ଯ୍ୟାଳୟଠାରେ ଆଭାସୀ ମାଧ୍ୟମରେ ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଦୀପ୍ତି ରଞ୍ଜନ ସେଠି, , ଜିଲ୍ଲା କ୍ରୀଡା ଅଧିକାରୀ ସୁଦୀପ୍ତ ସାହୁ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବ୍ରହ୍ମତ୍ରୀ ବିଶ୍ୱାଳ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁକ୍ତିକାନ୍ତ ସାହୁ, କୋଚ ସନ୍ଦୀପ ଶ୍ରୀଚନ୍ଦନ, ଜାତୀୟ ସ୍ତରର ଖେଳାଳି ରଞ୍ଜନ ସାହୁ, ବିଦ୍ୟାଳୟର ଖେଳ ଶିକ୍ଷକ , ଖୋ ଖୋ ଖେଳାଳି ଛାତ୍ର ଛାତ୍ରୀ ଗଣ ଓ ଅନ୍ୟ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ।