୭ ବର୍ଷର ଝିଅ ସହ ବର୍ବର ଦୁଷ୍କର୍ମ : ଢେଙ୍କାନାଳରେ ଆଉ ଏକ ଲଜ୍ଜାଜନକ ଘଟଣା, ଅଭିଯୁକ୍ତ ଅଟକ

ହିନ୍ଦୋଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଜଣେ ୭ ବର୍ଷୀୟା ଶିଶୁକନ୍ୟା ସହ ଦୁଷ୍କର୍ମ ଓ ନିର୍ମମ ନିର୍ଯାତନା ଘଟିଥିବା ଲଜ୍ଜାଜନକ ଘଟଣା ଆଲୋକରେ ଆସିଛି । ନୂଆବଗ ପଂଚାୟତର ସରାସିଙ୍ଗ୍ ଗ୍ରାମରେ ଘଟିଥିବା ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଚରମ ଆକ୍ରୋଶ ଦେଖାଯାଇଛି।

ସୂଚନା ଅନୁଯାୟୀ, ଶିଶୁଟି ତାଳବଣକୁ ତାଳସଜ ଆଣିବା ପାଇଁ ଯାଇଥିବା ବେଳେ ଏକ ଦୁର୍ବୃତ୍ତ ତାଙ୍କୁ ବୁଦାମୂଳକୁ ଟେକିନେଇ ଦୁଷ୍କର୍ମ କରି ତାଳପତ୍ର ମଧ୍ୟରେ ଘୋଡ଼ାଇ ଦେଇଥିଲା । ପରେ ପରିବାର ଲୋକେ ଖୋଜିବା ସମୟରେ ଝିଅଟିକୁ ଗଛମୂଳ ତଳେ ଅଚେତ ଅବସ୍ଥାରେ ଦେଖି ହିନ୍ଦୋଳ ଡାକ୍ତରଖାନାକୁ ନେଇଯାଇଥିଲେ, ଯେଉଁଠାରେ ଦୁଷ୍କର୍ମ ଘଟିଥିବା ଯଥାସ୍ପଷ୍ଟ ହୋଇଥିଲା।

ଅବସ୍ଥା ଗୁରୁତର ଥିବାରୁ ଶିଶୁଟିକୁ ଅନୁଗୋଳ ଡାକ୍ତରଖାନାକୁ ରେଫର କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି। ଘଟଣା ସମ୍ବନ୍ଧରେ ହିନ୍ଦୋଳ ଥାନାରେ କେସ୍ ନଂ ୧୧୦/୨୦୨୫ ରେ ମାମଲା ରୁଜ୍ ହୋଇଛି । ବଦାଳୁ ଗ୍ରାମର ଶିବରାମ ସାହୁ ନାମକ ଜଣେ ବ୍ୟକ୍ତିକୁ ସନ୍ଦେହରେ ଅଟକ ରଖି ପଚରାଉଚରା ଚାଲିଛି।

ଏସଡିପିଓ ସତ୍ୟ କୁମାର ନନ୍ଦ ନିଜେ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି । ସନ୍ଧାନୀ କୁକୁର ମାଧ୍ୟମରେ ଅଧିକ ତଥ୍ୟ ସଂଗ୍ରହ ଚାଲିଛି । ମାମଲା ପକ୍ସୋ କୋର୍ଟକୁ ଦିଆଯିବ ବୋଲି ଜଣାଯାଇଛି ଏବଂ ଏଥିପାଇଁ ଜଣେ ଅତିରିକ୍ତ ଏସପିଙ୍କୁ ଦାୟିତ୍ବ ଦିଆଯାଇଛି।

ଘଟଣା ନେଇ ସାଧାରଣ ଲୋକେ ଓ ବୁଦ୍ଧିଜୀବୀ ମହଳରୁ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

Leave A Reply

Your email address will not be published.

seventeen − eleven =