ଶାନ୍ତିନିକେତନସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର କଳାଭବନରେ ପଢିବା ପାଇଁ ଚୟନିତ
ଢେଙ୍କାନାଳ ଜିଲ୍ଲାର ଭୁବନ ଗ୍ରାମର ଗର୍ବ, ଅତ୍ୟନ୍ତ ପ୍ରତିଭାଶାଳିନୀ କିଶୋରୀ ଶାଇନା ସାହୁ ଦେଶର ଗର୍ବ ହୋଇ ଉଭା ହୋଇଛନ୍ତି। ସିଏ ପଶ୍ଚିମବଙ୍ଗର ଶାନ୍ତିନିକେତନସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର କଳାଭବନରେ ପଢିବା ପାଇଁ ଚୟନିତ ହୋଇଛନ୍ତି। ଏହି ବର୍ଷ ସମ୍ପୂର୍ଣ୍ଣ ଦେଶରୁ ମାତ୍ର ୧୨ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଷ୍ଠିତ ସ୍ଥାନ ପାଇଁ ଚୟନିତ ହୋଇଥିଲେ, ସେଥିରେ ଭୁବନ ଗ୍ରାମର ଲତାବିଲ ସାହିର ଶାଇନା ସାହୁ ୯ମ ସ୍ଥାନ ଅଧିକାର କରିଛନ୍ତି।ଶାଇନା ମାନସିକ ଭାବେ ଏକ ଗଭୀର ଚିନ୍ତନଶୀଳ ଓ ସୃଜନଶୀଳ ଚାରୁକଳାପ୍ରେମୀ। ସେ ଆଇଆଇଟି ପଢିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ଚାରୁକଳା, ବିଶେଷକରି ପେଣ୍ଟିଂ ପ୍ରତି ଥିବା ଅସୀମ ଆସକ୍ତି ଓ ଅନୁଭୂତି ଦ୍ୱାରା ଏହି ରାସ୍ତା ବାଛିଛନ୍ତି।ସେ ତାଙ୍କ ପିତା ଚୁଗୁଲି ସାହୁଙ୍କ ପଦାନ୍ତ ଅନୁସରଣ କରୁଛନ୍ତି। ଚୁଗୁଲି ସାହୁ ୧୯୮୭ ମସିହାରେ ଏହି ବିଶ୍ୱଭାରତୀରୁ ଚାରୁକଳା ପଠି, ବିଭିନ୍ନ ଦେଶରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରି ନାମ କମାଇଛନ୍ତି। ତାଙ୍କ ହାତରେ ଗଢା ଭାସ୍କର୍ଯ୍ୟ ବିଶ୍ୱର ବିଭିନ୍ନ କୋଣେ ପ୍ରସଂଶା ପାଇଛି।ଶାଇନାଙ୍କ ଶିକ୍ଷା ଯାତ୍ରା ବି ଅତ୍ୟନ୍ତ ଗୌରବଜନକ। ସେ ସିବିଏସଇ ମାଟ୍ରିକ୍ ପରୀକ୍ଷାରେ ୯୮.୨% ଓ ଯୁକ୍ତ୨ ରେ ୯୪.୫%ଅଙ୍କ ଅର୍ଜନ କରିଛନ୍ତି। ତାଙ୍କ ମା’ ସୁରେଖା ସାହୁଙ୍କ ନିକଟ ତତ୍ତ୍ୱାବଧାନ ଏହାରେ ମୁଖ୍ୟ ଭୂମିକା ନିଭାଇଛି।ଶାଇନାଙ୍କ ଏହି ସଫଳତା ଭୁବନ ଗ୍ରାମ ପାଇଁ ଏକ ଗର୍ବର ବିଷୟ। ଭୁବନ ତୃପ୍ତି ପାଠାଗାର ପକ୍ଷରୁ ଶାଇନାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।