ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଭାଲିଆବୋଲ କାଟେଣୀ ଗ୍ରାମରେ ଅବସ୍ଥିତ ପ୍ରଭୁ ଶନିଙ୍କ ମନ୍ଦିରରେ ପ୍ରଥମ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଛି । ଉତ୍ସବର ଆରମ୍ଭ ହୋଇଥିଲା ୫୧ ଜଣ ଗ୍ରାମବାସି ମହିଳାଙ୍କ ଦ୍ୱାରା କଳସ ଯାତ୍ରା ସହ ଯାହା ପୁଷ୍କରିଣୀରୁ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ଗ୍ରାମ ଉଳାଇ ବିଶେଷ ରୀତିନୀତି ଅନୁଯାୟୀ କଳସ ସ୍ଥାପନ ମଧ୍ୟ କରାଯାଇଥିଲା ।
ଗତ ଶନିବାର ସକାଳୁ ପ୍ରଭୁ ଶନିଙ୍କ ଅଭିଷେକ, ଶ୍ରୀଅଙ୍ଗ ପୂଜା, ଅର୍ଚ୍ଚନା, ହୋମ ଓ ଯଜ୍ଞ ଅନୁଷ୍ଠିତ ହୋଇ ଶେଷରେ ପୂର୍ଣ୍ଣାହୁତି ଦ୍ୱାରା ଉତ୍ସବ ଦିନର ପୂଜାପାଠ ସମ୍ପୂର୍ଣ୍ଣ କରାଯାଇଥିଲା । ଏହି ଅବସରରେ ମହିଳା ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ନାମ ସଂକୀର୍ତନ ପ୍ରସ୍ତୁତ ହୋଇ ଗ୍ରାମରେ ଭକ୍ତିମୟ ପରିବେଶ ବିକାଶ ପାଇଥିଲା ।
ଉତ୍ସବ ପରେ ଗ୍ରାମବାସୀ ଓ ଅତିଥିମାନେ ସମୁହ ପ୍ରସାଦ ଗ୍ରହଣ କରିଥିଲେ । ଗ୍ରାମବାସୀଙ୍କ ସମନ୍ୱିତ ପ୍ରଚେଷ୍ଟା ଓ ସହଯୋଗରେ ଏହି ଉତ୍ସବ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଉଦ୍ଯାପିତ ହୋଇଛି ।