ସୁକିଆବାଉତୀ ରେ ବସ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ !

ଦୁଃଖଦ ଘଟଣା ପରେ ପରିବାର ଓ ସ୍ଥାନୀୟ ଲୋକଙ୍କ ବିକ୍ଷୋଭ, ପୋଲିସ ଓ ପ୍ରଶାସନ ହସ୍ତକ୍ଷେପରେ ଅବରୋଧ ହଟିଲା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଥାନା ଅନ୍ତର୍ଗତ ସୁକିଆବାଉତୀ ଠାରେ ଗତ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ବେଲବାହାଳି ଗ୍ରାମବାସୀ ଟଙ୍କଧର ନାଏକ (ବୟସ ୫୮) ସୁକିଆବାଉତୀ ମନ୍ଦିର ନିକଟରୁ ବାହାରୁଥିବା ବେଳେ ଏକ ବସ୍ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇ ପଡ଼ିଥିଲେ।

ପରିବାର ଲୋକମାନେ ତାଙ୍କୁ ତୁରନ୍ତ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ, କିନ୍ତୁ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଓ ଗ୍ରାମବାସୀମାନେ ମିଳି ସୁକିଆବାଉତୀ ଛକରେ ଶବକୁ ରଖି ଟାୟାର ଜାଳି ପୁରୁଣା କଟକ-ସମ୍ବଲପୁର ରାସ୍ତାକୁ ଅବରୋଧ କରିଥିଲେ।

ଘଟଣା ସମ୍ପର୍କରେ ଖବର ମିଳିଲାପରେ ରାସୋଳ ପୋଲିସ୍, ଏସ.ଡି.ପି.ଓ ହିନ୍ଦୋଳ, ତହସିଲଦାର ହିନ୍ଦୋଳ ଘଟଣାସ୍ଥଳକୁ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାଇଥିଲେ। ରେଡ଼କ୍ରସ୍ ପାଣ୍ଠିରୁ ୧୫ ହଜାର ଟଙ୍କା ଅର୍ଥିକ ସହାୟତା ଦିଆଯାଇଥିଲା। ସେହି ସହ ଦୁର୍ଘଟଣା ଘଟାଇଥିବା ବସ୍ ଓ ଚାଳକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପ୍ରତିଶ୍ରୁତି ମିଳିଥିବା ପରେ ରାସ୍ତା ଅବରୋଧ ହଟିଯାଇଛି।

ଘଟଣା ପରେ ଅଞ୍ଚଳରେ ଶୋକ ଓ ଅସନ୍ତୋଷର ପରିବେଶ ବିପ୍ରଜ୍ଞା ହୋଇଛି। ପରିବାର ଦାବି କରୁଛନ୍ତି ଯେ ଦୁର୍ଘଟଣା ସଠିକ୍ ଭାବେ ତଦନ୍ତ ହେବା ସହ ସମ୍ପୂର୍ଣ୍ଣ ନ୍ୟାୟ ମିଳିବା ଉଚିତ।

Leave A Reply

Your email address will not be published.

three × five =