କଣ୍ଟ୍ରୋଲ ଡିଲର ଉଚ୍ଛେଦକୁ ବିରୋଧ କରି ହିନ୍ଦୋଳ ଉପଜିଲ୍ଲାପାଳ ଙ୍କୁ ଫେରାଦ ହେଲେ ଗ୍ରାମବାସୀ !

ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକରେ ରାଜନୈତିକ ଉଦ୍ଦେଶ୍ୟପାଇଁ କିଛି ନ୍ୟସ୍ତ ସ୍ୱାର୍ଥପର ବ୍ୟକ୍ତିଙ୍କ ପ୍ରରୋଚନାରେ ମହିଳା ଏସଏସଜି ଗ୍ରୁପରୁ କଣ୍ଟ୍ରୋଲ ଡିଲର ସାମଗ୍ରୀ ଯୋଗାଣ ବାତିଲ କରାଯାଇ ଗ୍ରାମଠାରୁ ଦୂର ହାତୀପ୍ରବଣ ଅଞ୍ଚଳରେ ଦିଆଯିବାକୁ ନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଦଣ୍ଡିରୀ ପଞ୍ଚାୟତର ଲହଡା, ଖୁଲୁଆ ଓ ଘୋଡାଡିଆଁ ସାହିର ସମସ୍ତ ଗ୍ରାମବାସୀ ଏବଂ ମହିଳା ସ୍ୱୟଂସହାୟକ ଗୋଷ୍ଠିର ଶତାଧିକ ସଦସ୍ୟା ଏକାଠି ହୋଇ ଲହଡା ବିଦ୍ୟାଳୟ ପରିସରଠାରେ ଏକ ବୈଠକ କରି କଣ୍ଟ୍ରୋଲ ଡିଲର ଉଛେଦକୁ ବିରୋଧ କରିଛନ୍ତି । ଗ୍ରାମବାସୀମାନେ ଏଥିପାଇଁ ହିନ୍ଦୋଳ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏବଂ ସେମାନଙ୍କ କହିବା କଥାକି ଉକ୍ତ ଗ୍ରାମବାସୀମାନେ ଗତ ୨୦୦୫ମସିହା ଠାରୁ ଗ୍ରାମର ଶକ୍ତି ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ (କୋଡ଼ନଂ -0904w062)ଦ୍ୱାରା ସମସ୍ତ ରାସନ ସାମଗ୍ରୀ ସଠିକ୍ ଓ ସୁବିଧାରେ ପାଇଆସୁଅଛନ୍ତି । ଏବଂ ସେହି ସଂଘର ପରିଚାଳିକାମାନେ ହିତାଧିକାରୀ ମାନଙ୍କୁ ଉତ୍ତମ ବ୍ୟବହାର ଦେଖାଇବା ସହ ସଠିକ୍ ସମୟରେ ସଠିକ୍ ଓଜନରେ କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନ କରି ଆସୁଛନ୍ତି। କିନ୍ତୁ ଗ୍ରାମରୁ କୌଣସି ଲିଖିତ ଆପତ୍ତି ଅଭିଯୋଗ ଉକ୍ତ ସଂଘ ନାମରେ ନଥାଇ ମଧ୍ୟ ଉକ୍ତ କଣ୍ଟ୍ରୋଲ ଡିଲର ସେଣ୍ଟରଟିକୁ ଆକ୍ରୋଶମୂଳକ ଭାବେ ଗ୍ରାମଠାରୁ ଦୂର ଭୟଙ୍କର ବନ୍ୟଜନ୍ତୁ,ହାତୀ ପ୍ରବଣ ଅଂଚଳ ଦଣ୍ଡିରି ଗ୍ରାମର ରିଟେଲର ଆଦିଶକ୍ତି ସ୍ୱୟଂସହାୟକ ଗୋଷ୍ଠିକୁ ସ୍ଥାନାନ୍ତର କରିଦିଆଯାଇଛି। ତେଣୁ ଉକ୍ତ ଅନ୍ୟାୟ କାର୍ଯ୍ୟକୁ ଗ୍ରାମବାସୀମାନେ ବିରୋଧ କରିବା ସହ ଆଗାମୀ ଦିନରେ ଆସିବାକୁ ଥିବା ରାସନ ସାମଗ୍ରୀ ବର୍ଜନ କରିବାପାଇଁ ଚେତାବନୀ ଦେଇଛନ୍ତି। ଏବଂ ଏହି ବିଷୟରେ ଆଗରୁ ଗ୍ରାମବାସୀ ଓ ହିତାଧିକାରୀଙ୍କ ଦସ୍ତଖତ ନେଇ ଶକ୍ତି ମା ତାରିଣୀ ସଂଘ ନାମରେ ୨୦୨୫/୨୦୨୬ବର୍ଷ ପୁନଃ ନବୀକରଣ କରିବା ପାଇଁ ଉପଜିଲ୍ଲାପାଳ ହିନ୍ଦୋଳ, ବିଧାୟିକା ହିନ୍ଦୋଳ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଓଡିଶାଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରିଛନ୍ତି । ଏ ନେଇ ଲହଡା ଗ୍ରାମର ସଭାପତି ଦାମୋଦର ସାମଲ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏବଂ ଅନ୍ୟମାନଙ୍କ ମଧ୍ୟରେ ଖୁଲୁଆ ସାହି ସଭାପତି ଗନ୍ଧର୍ବ ନାଏକ, ସମ୍ପାଦକ ଅନ୍ତର୍ଯ୍ୟାମୀ ନାଏକ, ଘୋଡାଡିଆଁ ଗ୍ରାମ ସଭାପତି ପ୍ରମୋଦ ସାହୁ, ଗୋପୀନାଥ ବେହେରା, ବିଛନ୍ଦ ପ୍ରଧାନ, ଖଗେଶ୍ୱର ପ୍ରଧାନ, ଦୟାନିଧି ସାହୁ, କିଶୋର ବେହେରା ଓ ଦାଶରଥି ନାଏକ ଆଦି ବରିଷ୍ଠ ମାନେ କ୍ଷୋଭ ପ୍ରକାଶ କରିବା ସହ ଡିଲର ସେଣ୍ଟର ଉଚ୍ଛେଦ ନକରିବାକୁ ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ, ଯୋଗାଣମନ୍ତ୍ରୀ, ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତିି । ତେବେ ଏ ବିଷୟରେ ସେ ତର୍ଜମା କରୁଛନ୍ତି ଏବଂ ସଂଖ୍ୟାଧିକ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ ବୋଲି ହିନ୍ଦୋଳ ଉପଜିଲ୍ଲାପାଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Leave A Reply

Your email address will not be published.

four × 4 =