ଭୁବନ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ର ୧୧ ତମ ବାର୍ଷିକ ଉତ୍ସବ : ମାତୃଭାଷା କୁ ଭଲ ପାଅ, ସ୍ବପ୍ନ ବିଳାସୀ ହୁଅ -ନଗରପାଳ ଶୁଭେନ୍ଦୁ କୁମାର ସାହୁ
ଢେ଼ଙ୍କାନାଳ ଜିଲ୍ଲା ଭୁବନ ର ଅନନ୍ୟ ଶିକ୍ଷାକେନ୍ଦ୍ର ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ର ୧୧ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଏଲୋରା ଚୌଧୁରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ,ଆଜିକାଲି ସବୁ କ୍ଷେତ୍ରରେ ଇଂରାଜୀ ର ବହୁଳ ପ୍ରଚଳନ ଓ ଆବଶ୍ୟକତା ରହୁଛି । ସେଥିପାଇଁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ସେମାନଙ୍କ ପିଲାଙ୍କୁ ପଢ଼ାଇବାକୁ ସବୁ ବାପା, ମା ଆଗ୍ରହ ପ୍ରକାଶ କରୁଛନ୍ତି । ଯେତେ ଭାଷା ଶିଖୁଛ ଶିଖ କିନ୍ତୁ ନିଜ ମାତୃଭାଷା କୁ ଦ୍ଭଲ ପାଅ । ବଡ ହେବାପାଇଁ ସ୍ବପ୍ନ ଦେଖ,ସ୍ବପ୍ନ ବିଳାସୀ ହୁଅ ଆଉ ସେହି ସ୍ବପ୍ନ କୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବାକୁ ନଗରପାଳ ଶୁଭେନ୍ଦୁ ସାହୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଲେଖକ,ପ୍ରକାଶକ ତଥା ଶିକ୍ଷାବିତ୍ ଡ଼ଃ ସୁମନ୍ତ କୁମାର ଗିରି ଯୋଗଦେଇ ଆଧୁନିକ ଶିକ୍ଷା ସହିତ ଗୁଣାତ୍ମକ ଓ ଆଧ୍ୟାତ୍ମିକ ଶିକ୍ଷା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁମତୀ ପ୍ରଧାନ ଏବଂ ଶିକ୍ଷାବିତ୍ ତଥା ସେଣ୍ଟ ଜାଭିୟର୍ସ ସ୍କୁଲ ର ଉପଦେଷ୍ଟା ଉମାକାନ୍ତ ସିଂ ଯୋଗଦେଇଥିଲେ ।ପରିଚାଳନା କମିଟି ସଭାପତି ଜିତୁ ଦାସ ସ୍ଵାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ,ବାର୍ଷିକ ବିବରଣୀ ପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ । କୃତୀ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଶେଷରେ ପିଲା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରୀଙ୍କୁ ନାୟକ,ରଶ୍ମିତା ବାରିକ,ଗୀତାଞ୍ଜଳି ସାହୁ,ଜ୍ୟୋତିଷ ପ୍ରିୟଦର୍ଶିନୀ ସ୍ୱାଇଁ, ଆର୍ଯ୍ୟାସୂତା ପରିଡ଼ା,ମୋନାଲିସା ତ୍ରିପାଠୀ,ବୀଣାପାଣି ସାମଲ, ବର୍ଷାରାଣୀ ଦାସ,କାଜଲ ସେଠୀ, ପ୍ରଣତୀ ସାହୁ, ସ୍ମିତାରାଣୀ ପାଣିଗ୍ରାହୀ,ପ୍ରିୟଙ୍କା ଖୁଣ୍ଟିଆ,ଦେବସ୍ମିତା ଦାସ,ପାର୍ବତୀ ଦାସ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।