ଆଳତୁମା ଗ୍ରାମରେ ଦୁଃଖଜନକ ଘଟଣା : ପତଞ୍ଜଳି ଯୋଗ ସମିତିର ମାନବିକ ପଦକ୍ଷେପ !


ଢ଼େଙ୍କାନାଳ: କାମାକ୍ଷାନଗର ସହର ଅନ୍ତର୍ଗତ ଆଳତୁମା ଗ୍ରାମ, ୧୩ ନମ୍ବର ୱାର୍ଡ, ପାତ୍ର ସାହିର ନିବାସୀ କଵିତା ପାତ୍ର ଙ୍କର ଘର ପୂର୍ବାହ୍ନ ୧୧ଟା ସମୟରେ ଅଗ୍ନିକାଣ୍ଡରେ ସମୂଳେ ପୋଡ଼ିଯାଇଛି। ବଖରା ଚାଳ ଘରଟି ସହ ବେଶ କିଛି ମୂଲ୍ୟବାନ ସାମଗ୍ରୀ — ୫ ବସ୍ତା ଧାନ, ୧ ବସ୍ତା ଚାଉଳ, ପିନ୍ଧିବା ଲୁଗା ଓ ଅନ୍ୟାନ୍ୟ ଘରସମଗ୍ରୀ ଅଗ୍ନିକାହାରା ହୋଇଯାଇଛି। ଘଟଣା ଫଳରେ ପରିବାରଟି ଅତ୍ୟନ୍ତ ଦୁଃଖଦ ପରିସ୍ଥିତିରେ ପଡ଼ିଛନ୍ତି।

ଏହି ଦୁଃଖଦ ଘଟଣାର ସମ୍ବାଦ ମିଳିଥିବା ପରେ, ପତଞ୍ଜଳି ଯୋଗ ସମିତି କାମାକ୍ଷାନଗର ତରଫରୁ ବରିଷ୍ଠ ଯୋଗ ଶିକ୍ଷକ ଶ୍ରୀ ରବି ନାରାୟଣ ସାହୁଙ୍କ ନେତୃତ୍ୱରେ ଏକ ଦଳ ଘଟଣାସ୍ଥଳକୁ ପହଞ୍ଚିଥିଲେ। ସେଠାରେ ସମିତିର ସମ୍ପାଦକ ଅକ୍ଷୟ ରାଉଳ, ଜନପ୍ରତିନିଧି ପ୍ରମୋଦ ଷେଣ୍ଢ, ଭାଗୀରଥୀ ସାହୁ, ସଞ୍ଜୟ ମହାକୁଡ଼, ସଞ୍ଜୟ ବିଶ୍ଵାଳ, ହିମାଦ୍ରି ଦାସ, ଓ ଚିତ୍ରଶିଳ୍ପୀ ପ୍ରଦୀପ ଷେଣ୍ଢ ଉପସ୍ଥିତ ଥିଲେ।

ଏହି ଦଳ ଦ୍ୱାରା ପିଡିତ ପରିବାରକୁ ଲୁଗା, ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଦିଆଯାଇଥିଲା। ସେମାନେ ନେବାଦନ କରିଛନ୍ତି ଯେ, ଏପରି ପରିସ୍ଥିତିରେ ଆମ ସମାଜର ପ୍ରତ୍ୟେକ ସଜ୍ଜନ ବ୍ୟକ୍ତି ଆଗକୁ ଆସି ସହଯୋଗ କରିବା ଆବଶ୍ୟକ।

ପତଞ୍ଜଳି ପରିବାରର ଏହି ମାନବିକ ପଦକ୍ଷେପ ସ୍ଥାନୀୟ ଲୋକମାନେ ବହୁତ ସ୍ନେହ ଓ କୃତଜ୍ଞତା ସହିତ ସ୍ୱୀକାର କରିଛନ୍ତି।

Leave A Reply

Your email address will not be published.

fifteen − twelve =