ଭୁବନ ବନ ବିଭାଗ ତରଫରୁ ମାଙ୍କଡ଼ା ପଥର ଟ୍ରକ୍ ଜବତ !

ଢ଼େଙ୍କାନାଳ : ଭୁବନ ବନ ବିଭାଗ ତରଫରୁ ଲଘୁ ଖଣିଜ ପଦାର୍ଥ ଚୋରା କାରବାର କୁ ବନ୍ଦ କରିବା ସକାଶେ ବିଭିନ୍ନ ସ୍ଥାନରେ ରୀତିମତ ଚଢ଼ାଉ ଚାଲିଛି । ଆଜି ବନ ବିଭାଗ ଅତିରିକ୍ତ ରେଞ୍ଜର ଙ୍କ ତତ୍ତ୍ଵାବଧାନରେ ଫରେଷ୍ଟର କଳ୍ପନା ବେହେରା ଓ ସ୍କ୍ୱାର୍ଡ ଭୁବନ ବ୍ଲକ ଅନ୍ତର୍ଗତ ମାଳୁଆ ଗୋଡା ଠାରେ ଏକ ବେଆଇନ ପଥର ବୋଝେଇ ଟ୍ରକ୍ କୁ ଜବତ କରିଥିଲେ । ବନ ବିଭାଗ କର୍ମଚାରୀ ଙ୍କୁ ଦେଖି ଟ୍ରକ୍ ଡ୍ରାଇଭର ଚମ୍ପଟ ମରିଥିଲା ବେଳେ ବେଆଇନ ମାଙ୍କଡ଼ା ପଥର ଚାଲାଣ କରୁଥିବା ଓ ଆର୍ ୦୯ଏଫ୍ ୪୩୮୦ ନମ୍ବର ବିଶିଷ୍ଟ ଛଅ ଚକିଆ ଟ୍ରକ କୁ ଜବତ କରି ରେଞ୍ଜ ଅଫିସ ପରିସରକୁ ଆଣିଥିଲେ । କେବଳ ଲୋକ ଦେଖାଣିଆ ଓ ରେକର୍ଡ ମେଣ୍ଟେନ୍ ପାଇଁ ଚଢ଼ାଉ ଚାଲିଛି , ପ୍ରତିଦିନ ଏକାଧିକ ଟ୍ରାକ୍ଟର ଓ ଟ୍ରକ୍ ଯୋଗେ ଦିନ ଦି ପ୍ରହରରେ ସହର ମଧ୍ୟରେ ବେଆଇନ ବାଲି ,ଚିପ୍ସ ଓ ମାଙ୍କଡ଼ା ପଥର ଚାଲାଣ ହେଉଥିବା ବେଳେ ବିଭାଗୀୟ ଅଧିକାରୀ ଜାଣି ପାରୁନାହାନ୍ତି ନା ମାସିକିଆ ନେଇ ଚୁପ ରହୁଛନ୍ତି ବୋଲି ଜନ ସାଧାରଣରେ ଆଲୋଚନା ହେଉଛି।

Leave A Reply

Your email address will not be published.

15 − 6 =