ଢ଼େଙ୍କାନାଳ: ଭୁବନ ଗାୟତ୍ରୀ ଭବନ ଠାରେ ଓଡିଶା ପୂଜ୍ୟ ପୂଜା ପରିଷଦ ଓ ଭୁବନ ଆଞ୍ଚଳିକ ସାହିତ୍ୟ କଳା ସେବା ପରିଷଦ ମିଳିତ ଆନୁକୁଲ୍ୟରେ ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଙ୍କ ୭୯ ତମ ଜୟନ୍ତୀ ( ଜନ୍ମ ଉତ୍ସବ ) ପାଳନ କରାଯାଇଅଛି । ସେବରତ୍ନ ଶିକ୍ଷାବିତ୍ ବିପ୍ରବର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଣ୍ଡିତ ପ୍ରମୋଦ ବାବୁ ଢେ଼ଙ୍କାନାଳ ଜିଲ୍ଲାର ଗର୍ବ ଗୌରବ ଓ ଏକ ଅନନ୍ୟ ପ୍ରତିଭା । ଶ୍ରୀଯୁକ୍ତ ମିଶ୍ର ୯ ଟି ଜିଲ୍ଲାର ଇତିହାସ ଲେଖି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ବହୁବାର ପୁରସ୍କୃତ ହୋଇଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂସ୍କୃତି ବିଭାଗ ଉପ ସଭାପତି ବିଶିଷ୍ଟ ପାଲା ଗାୟକ ଅଶୋକ କୁମାର ସାମଲ ଯୋଗଦେଇ ପଣ୍ଡିତ ମିଶ୍ର ସର୍ବ ପ୍ରଥମେ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଜୀବନୀ କୁ ସଂସ୍କୃତ,ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖି ପଦ୍ମଶ୍ରୀ ଡ଼ଃ ରାଧାନାଥ ରଥ ଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । ଏଭଳି ମହାନ ବ୍ୟକ୍ତି ଅଦ୍ୟାବଧି କେନ୍ଦ୍ର ସରକାରଙ୍କ ପଦ୍ମଶ୍ରୀ ପୁରସ୍କାର ନପାଇବା ଦୁଃଖର ବିଷୟ ବୋଲି କହିଥିଲେ । ପଣ୍ଡିତ ମିଶ୍ର ୪୫ ଖଣ୍ଡ ଉପାଦେୟ ପୁସ୍ତକ ର ସୁଲେଖକ ବୋଲି ଅନ୍ୟତମ ସମ୍ମାନିତ ଅତିଥି କବି,ନାଟ୍ୟକାର ପ୍ରଶାନ୍ତ ଦ୍ୱିବେଦୀ ସୂଚନା ଦେଇଥିଲେ। ଏହି ଅବସରରେ ସାରସ୍ୱତ ସାଧକ ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା ଙ୍କ ଅଧ୍ୟକ୍ଷତାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଭୁବନ ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ସୁପ୍ତିମୟୀ ସେନ,କବୟିତ୍ରୀ ବିଳାସିନୀ ପୃଷ୍ଟି,ତୁଳସୀ ରାଣୀ ବେହେରା,ବିଳାସିନୀ ମିଶ୍ର,ବାସନ୍ତୀ ମିଶ୍ର,ଶାନ୍ତିଲତା ମିଶ୍ର,କବି ଚିତ୍ତ ରଞ୍ଜନ ମିଶ୍ର, କମଳାଦିତ୍ୟ ନାଥ, ସୁବାଷ ଚନ୍ଦ୍ର ମିଶ୍ର,ମହେନ୍ଦ୍ର ମହାପାତ୍ର, ଅମ୍ବିକେଶ ମିଶ୍ର,ଚିତ୍ରଶିଳ୍ପୀ ନାରାୟଣ ସାହୁ ପ୍ରମୁଖ ଯୋଗଦେଇ ସ୍ବରଚିତ କବିତା ପାଠ ମାଧ୍ୟମରେ ପଣ୍ଡିତ ମିଶ୍ର ଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।