ଢ଼େଙ୍କାନାଳ: ଅପ୍ରେଲ ୧ ତାରିଖ ଠାରୁ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ସାରା ରାଜ୍ୟରେ ଉତ୍ସାହ ଉଦ୍ଦୀପନାର ସହ ପ୍ରଥମ ଥର ପାଇଁ “ଓଡ଼ିଆ ପକ୍ଷ” ପାଳନ କରାଯାଉଛି । ଏହି ଅବସରରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ଥାନୀୟ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଠାରେ ” ଆସ ବହିଟିଏ କିଣିବା” ଦିବସ ପାଳିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସଭାପତିତ୍ବ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଵେଜ ଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ କାମାକ୍ଷା ନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଓ ଯୁକ୍ତ ତିନି ଅଧ୍ୟକ୍ଷ ଶ୍ରୀମାନ ଦିଲ୍ଲୀପ କୁମାର ଦାସ,ଯୁକ୍ତ ଦୁଇ ଅଧ୍ୟକ୍ଷା ଶ୍ରୀମତୀ ସୂପ୍ତିମୟି ସେନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁସ୍ତକ ର ମହତ୍ତ୍ଵ ସମ୍ପର୍କରେ ଛାତ୍ରୀ ମାନଙ୍କୁ ଅବଗତ କରାଇବା ସହିତ ବହି କିଣିବାକୁ ପରାମର୍ଶ ଦେଇଥିଲେ। ଅନୁରୂପ ଭାବେ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରେ ମଧ୍ୟ “ଆସ ବହିଟିଏ କିଣିବା” ଦିବସ ପାଳିତ ହୋଇଯାଇଛି। ଉଭୟ ମହାବିଦ୍ୟାଳୟ ରେ ୨୫ ଜଣ ଲେଖାଏଁ ଛାତ୍ର ଛାତ୍ରୀ ଙ୍କୁ ଓଡ଼ିଆ ଭାଷା,ସାହିତ୍ୟ, ସଂସ୍କୃତି ପର୍ଯ୍ୟବେସିତ ବହି ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କାଉନସିଲର,ଏନ୍ ଏ ସି କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।