ଢେଙ୍କାନାଳ ସଚେତନ ନାଗରିକ ଫୋରମ ପାଳନ କଲା ଚତୁର୍ଥ ଢ଼େଙ୍କାନାଳ ବରା ଦିବସ : ସୁଆଦିଆ ବରା ସମସ୍ତ ମୁହଁରେ ପ୍ରଶଂସା

ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ବରା ଦିବସ ଏପ୍ରିଲ ୭ ତାରିଖ ଦିନ ସ୍ଥାନୀୟ ସୂର୍ଯ୍ୟ ମଣ୍ଡପ ଥରେ ଫୋରମର ସଭାପତି ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ପାଳନ ହୋଇଯାଇଛି l ଜିଲ୍ଲାର ପ୍ରତ୍ୟେକ ବ୍ଲକର ଫୋରମ ସଦସ୍ୟଙ୍କ ସହିତ ଭୁବନେଶ୍ୱର ଠାରୁ ଅନଗୁଳ ପର୍ଯ୍ୟନ୍ତ ଅତିଥି ମlନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବରା ସେବନ କରିଥିଲେ l ପ୍ରାରମ୍ଭରେ ଫୋରମର ମାର୍ଗଦର୍ଶକ ପଙ୍କଜ ନାୟକ ସମସ୍ତ ମଂଚାସୀନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରାଇଥିଲେ l ତତ୍ପରେ ସହସମ୍ପାଦକ ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର ଏବଂ ସହସମ୍ପାଦକ ଦିଲ୍ଲୀପ କୁମାର ରାଉତ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ପଦ୍ମଶ୍ରୀ ଉପାଧି ପାଇଥିବା ଢେଙ୍କାନାଳ ମାଟିର ପୁଅ ଅଦ୍ଵେଇତ ଗଡ଼ନାୟକଙ୍କୁ ଫୋରମ ତରଫରୁ ସମ୍ମାନିତ କରିଥିଲେ l ଶ୍ରୀ ଗଡ଼ନାୟକ ତାଙ୍କ ବକ୍ତୃତାରେ କହିଥିଲେ ଯେ ଓଡ଼ିଶାରେ ଯେକୌଣସି ସାମାଜିକ କାର୍ଯ୍ୟକ୍ରମ ହେବ, ସବୁଠି ବରା ନିହାତି ପରସା ଗଲେ ଏହା ବ୍ୟାପକ ରୂପ ନେବ l ସମ୍ପାଦକ ଭରତ କୁମାର ଦାସ ସମ୍ପାଦକୀୟ ପାଠ କରି ଫୋରମ ଦ୍ୱାରା ହୋଇଥିବା ସେବାକୀୟ କାର୍ଯ୍ୟ, ପୂଜ୍ୟପୂଜାଙ୍କୁ ସମ୍ମାନ ଏବଂ ଆନ୍ଦୋଳନତ୍ମକ କାର୍ଯ୍ୟର ବିବରଣୀ ଦେଇଥିଲେ l ସଭାପତି ଶ୍ରୀ ମିଶ୍ର କହିଥିଲେ ଯେ, ପ୍ରଥମେ ଫୋରମ ବରା ଦିବସ ପାଳନ ଆରମ୍ଭ କରିଥିବାରୁ ଓଡ଼ିଶାରେ ବରା ର ଲୋକପ୍ରିୟତା ବଢିବାର ଆଶା ବ୍ୟକ୍ତ କରିଥିଲେ l ଅନ୍ୟତମ ବକ୍ତା ଜିଲ୍ଲା ଓକିଲ ସଙ୍ଘ ସଭାପତି ଆଇନଜୀବୀ ଗୋପାଳ ଚନ୍ଦ୍ର ପାତ୍ର ଫୋରମ ଦ୍ୱାରା କରାଯାଇଥିବା କାର୍ଯ୍ୟ ଗୁଡି଼କୁ ଭୁୟସୀ ପ୍ରଶଂସା କରିଥିଲେ l ଶିଳ୍ପ ଓ ବାଣିଜ୍ୟ ସଙ୍ଘ ସଭାପତି ରାଜେନ୍ଦ୍ର ଦାସ ଯୋଗଦେଇ କହିଥିଲେଯେ ଜିଲ୍ଲାର ସମସ୍ତ ବରା ବିକ୍ରେତା ମାନଙ୍କୁ ଅଧିକ ପଇସା ଲାଗିଲେ ମଧ୍ୟ ଭଲ ଓ ସ୍ୱାଦିଷ୍ଟ ବରା ତିଆରି କରି ପରସିବାପାଇଁ ଅନୁରୋଧ କରିଥିଲେ l ଢେଙ୍କାନାଳ ବରା ର ଗାଥା ସର୍ବତ୍ର ହେଉ ବୋଲି ପୂର୍ବତନ ସାଂସଦ ମହେଶ ସାହୁ ଉଲ୍ଲେଖ କରିଥିଲେ l ଖବର କାଗଜ ଦୈନିକ ପ୍ରଶାନ୍ତ ର ସମ୍ପାଦକ ତଥା ଫୋରମର ପ୍ରତିଷ୍ଠାତା ସଦସ୍ୟ ପ୍ରଦୀପ ଦାଶ ବରା ଆନ୍ଦୋଳନକୁ ସର୍ବତ୍ର ବ୍ୟାପ୍ତ କରିବାପାଇଁ ଆହ୍ୱାନ ଦେଇଥିଲେ l ବିଶିଷ୍ଟ ସମାଜସେବୀ ଜ୍ୟୋତ୍ସ୍ନା ପଟ୍ଟନାୟକ ସମସ୍ତ ମା’ ମାନଙ୍କୁ ସପ୍ତାହକୁ ଥରେ ଘରେ ବରା ତିଆରି କରି ପିଲାମାନଙ୍କୁ ପରସିବା ପାଇଁ ପରାମର୍ଶ ଦେଇଥିଲେ l ପୌରାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର କହିଥିଲେ ଯେ “ମୁଁ ପୌରାଧ୍ୟକ୍ଷା ଥିଲେ ମଧ୍ୟ ପ୍ରଶାସନ ମୋତେ ନଡାକି ବରା ଦିବସ ପାଳନ କରୁଥିବାରୁ ଦୁଃଖିତ l” ପ୍ରଶାସନକୁ ଡାକି ଏହି ବରା ଦିବସକୁ ଜିଲ୍ଲା ସ୍ତରରେ ଆହୁରି ବ୍ୟାପକ କରିବାପାଇଁ ପ୍ରତିଶୃତି ଦେଇଥିଲେ l ଜିଲ୍ଲା ଥୀଙ୍କର୍ଷ ଫୋରମର ସମ୍ପାଦକ ଆଇନଜୀବୀ ପ୍ରକାଶ ଚନ୍ଦ୍ର ରାଉତ ଯୋଗଦେଇ କହିଥିଲେ ଯେ ଯେହେତୁ ସନାତନୀ କ୍ୟାଲେଣ୍ଡରର ପହିଲି ବୈଶାଖ ଦିନ ଆରମ୍ଭ ହୋଇଥିବା ଏହି ବରା ଦିବସ ଏପ୍ରିଲ ୭ ତାରିଖ ଥିଲା ଏବଂ ଜିଲ୍ଲାର ଅନେକ ସଂଗଠନ ଏକାଠି ବସି ପ୍ରତ୍ୟେକ ବର୍ଷ ଏପ୍ରିଲ ୭ ତାରିଖ ଦିନ ଏହା ପାଳନ କରାଗଲେ ଏହାର ପ୍ରଚାର ପ୍ରସାର ସର୍ବଭାରତୀୟ ସ୍ତରରେ ଆମ ବିରି ବରା ଆଦୃତ ହେବ ବୋଲି ମତ ରଖିଥିଲେ l ଅନ୍ୟତମ ବକ୍ତା ଆଇନଜୀବୀ ଟଙ୍କଧର ବେହେରା କହିଥିଲେ ଯେ ଫୋରମର ଏହିପରି କାର୍ଯ୍ୟକୁ ସହଯୋଗ କରିବେ l ଫୋରମର ଟାଉନ ସଭାପତି ଅଶୋକ ସ୍ୱାଇଁ, କାର୍ଯ୍ୟକାରୀ ସଭାପତି କିଶୋର ଚନ୍ଦ୍ର ବେହେରା, ସମ୍ପାଦକ ମନ୍ମଥ ରାଓ, ଇଂଲିଶ କ୍ଲବର ଆଇନଜୀବୀ ଅମ୍ବିକା ପ୍ରସାଦ ମିଶ୍ର, ମହିଳା ଶାଖାର ପ୍ରଭାତୀ ମହାପାତ୍ର, ବନଜା ମାନସିଂ, ସଦସ୍ୟ ଗୋକୁଳାନନ୍ଦ ମାଝୀ, ଜିତେନ୍ଦ୍ର ବେହେରା ପ୍ରମୁଖ ସମସ୍ତ ବ୍ୟବସ୍ଥାର ଦାୟୀତ୍ୱ ନେଇ ସୁଚାରୁରୂପେ କାର୍ଯ୍ୟକ୍ରମ ତୁଲାଇ ପ୍ରାୟ ଆଠ ହଜାର ବରା ପରାସlଜାଇଥିବା ବେଳେ ଫୋରମର ଉପସଭାପତି ଆଇନଜୀବୀ ଦୀପକ ପ୍ରସାଦ ପଟ୍ଟନାୟକ ନିଜ ବକ୍ତବ୍ୟ ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

Leave A Reply

Your email address will not be published.

twenty − 9 =