ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ଷ୍ଟାଫ୍ କ୍ଲବ୍ ପକ୍ଷରୁ “ବରା ଦିବସ” ପାଳନ !

ଢେଙ୍କାନାଳ: ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଷ୍ଟାଫ୍ କ୍ଲବ୍ ଓ ଜାତୀୟ ସେବା ଯୋଜନା (ଏନ୍.ଏସ୍.ଏସ୍.) ପକ୍ଷରୁ ବରା ଦିବସ ଉତ୍ସବପୂର୍ଣ୍ଣ ପରିବେଶରେ ପାଳନ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ, ଅଧ୍ୟାପକଅଧ୍ୟାପିକା ଓ କର୍ମଚାରୀମାନେ ଏକାଠି ହୋଇ ଢେଙ୍କାନାଳ ବରାର ଐତିହ୍ୟ, ସ୍ୱାଦ ଓ ସଂସ୍କୃତି ସହ ଜଡିତ ସ୍ମୃତି ଓ ଅନୁଭୂତି ବାଣ୍ଟିଥିଲେ।କାର୍ଯ୍ୟକ୍ରମର ଆରମ୍ଭ ହେଲା ବରା ଓଡ଼ିଆ ଖାଦ୍ୟ ସଂସ୍କୃତିର ଏକ ଅମୂଲ୍ୟ ଅଂଶ ବୋଲି ଉଲ୍ଲେଖ କରି। NSS ସ୍ୱେଚ୍ଛାସେବୀମାନଙ୍କ ଦ୍ଵାରା ସମସ୍ତ କର୍ମଚାରୀମାନଙ୍କୁ ଓ ଅତିଥିମାନଙ୍କୁ ବରା ପରିବେଷଣ କରାଯାଉଥିଲା। ଏବଂ ମହାବିଦ୍ୟାଳୟର ବିଭିନ୍ନ ଅଧ୍ୟାପକଅଧ୍ୟାପିକାମାନଙ୍କ ଢେଙ୍କାନାଳ ବରାର ବିଶେଷତ୍ୱ, ପ୍ରସ୍ତୁତ ପ୍ରଣାଳୀ ସମ୍ପର୍କରେ ଆଲୋଚନା କରିଥିଲେ।ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ରବର୍ଟ ଉଇଲସନ୍ ଭତ୍ରା, ଓ ଷ୍ଟାଫ୍ କ୍ଲବ୍ ର ସମ୍ପାଦକ ତଥା ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଡ଼ଃ ରଜନୀକାନ୍ତ ଖୁଣ୍ଟିଆ ବରାର ସାମାଜିକ ଓ ସାଂସ୍କୃତିକ ମୂଲ୍ୟ ବିଷୟରେ ଆଲୋଚନା କରିଥିଲେ। ତଥା ଭାବୀ ପିଢି ପାଇଁ ଏହି ସ୍ୱାଦ ଓ ଐତିହ୍ୟକୁ ରକ୍ଷା କରିବାର ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମର ଶେଷରେ ଢେଙ୍କାନାଳ ସହରର ବେଶ୍ ପରିଚିତ ସମାଜସେବୀ ତଥା ଗୁରୁଦେବଜୀ ଫାଉଣ୍ଡେସନର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ବରା ଦିବସର ପାଳନର ଆଭିମୁଖ୍ୟ ଉପରେ ଆଲୋକପାତ ସହ ଏଭଳି କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତଙ୍କ ସହଯୋଗ ଓ ସମ୍ପୂର୍ଣ୍ଣ ଉତ୍ସାହ ମଧ୍ୟରେ ବରା ଦିବସ ପାଳନ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏକ ସ୍ମରଣୀୟ ଅନୁଭୂତି ହୋଇରହିଲା।

Leave A Reply

Your email address will not be published.

2 × five =