ବନ୍ୟପ୍ରାଣୀ ଶିକାର ମାମଲାରେ ତିନିଜଣ ଗିରଫ, ଦେଶୀ ବନ୍ଧୁକ ଓ ବିସ୍ଫୋରକ ଜବତ !

ଢ଼େଙ୍କାନାଳ: ହିନ୍ଦୋଳ ରେଞ୍ଜରେ ବନ୍ୟପ୍ରାଣୀ ଶିକାର ସହିତ ଜଡିତ ଦୁଇଟି ସ୍ୱତନ୍ତ୍ର ମାମଲାରେ ତିନିଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଜଙ୍ଗଲୀ ଶୁଆଙ୍କୁ ଶିକାର କରିବା ପାଇଁ ବ୍ୟବହୃତ ଦେଶୀ ବନ୍ଧୁକ , ତାର, ଚାରା ବୋମା ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ଜଙ୍ଗଲ ବିଭାଗ ସୂତ୍ରରୁ ଜଣାଯାଇଛି। ହିଣ୍ଡୋଳ ରେଞ୍ଜ ଅଫିସର ଗୌତମ ପ୍ରଧାନଙ୍କ ଗୁପ୍ତ ସୂଚନା ଆଧାରରେ ଏହି ଅଭିଯାନ ଚାଲିଥିଲା। ପ୍ରଥମ ମାମଲାଟି ହିଲସର ଗ୍ରାମବାସୀ ପୂର୍ଣ୍ଣ ଚନ୍ଦ୍ର ବେହେରା (୪୦) ଏବଂ କର୍ଣ୍ଣପୁର ବିଟ୍‌ ଅଞ୍ଚଳର ହାଡିବନ୍ଧୁ ବେହେରା (୪୩) ଅବୈଧ ଭାବେ ଦେଶୀ ବନ୍ଧୁକ, ଚାରା ବୋମା, ତାର, ଏବଂ ଅନ୍ୟ ବିସ୍ଫୋରକ ସାମଗ୍ରୀ ସହିତ ଶିକାର ଚେଷ୍ଟାରେ ଲିପ୍ତ ଥିବା ଅବସ୍ଥାରେ ଧରାପଡ଼ିଛନ୍ତି। ଜଙ୍ଗଲ କର୍ମୀଙ୍କ ଅନୁସାରେ, ଏହି ଅଭିଯୁକ୍ତମାନେ ଜଙ୍ଗଲରେ ବାରହା ଶିକାର କରିବାର ଯୋଜନା କରୁଥିଲେ। ଦ୍ୱିତୀୟ ମାମଲାଟିବାବନ୍ଧ ଅଞ୍ଚଳରେ ରମେଶ ଚନ୍ଦ୍ର ରାଉତ (୪୪) ଜଙ୍ଗଲୀ ବାରହା ମାଂସ, ଚାରା ବୋମା, ଏବଂ ବିସ୍ଫୋରକ ଉପାଦାନ ସହିତ ଧରାପଡ଼ିଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଜଙ୍ଗଲ ବିଭାଗ ତାଙ୍କ ଘରେ ତଲାସୀ ଚାଲାଇ ଏହି ସାମଗ୍ରୀ ଜବତ କରିଛି। ରାଉତଙ୍କ ବିରୁଦ୍ଧରେ ବନ୍ୟଜୀବ ସୁରକ୍ଷା ଆଇନ୍ ଅଧୀନରେ ମାମଲା ଦାୟର କରାଯାଇଛି। ଅଧିକାରୀଙ୍କ ବକ୍ତବ୍ୟ ସୂଚନା ମୁତାବକ ରେଞ୍ଜ ଅଫିସର ଗୌତମ ପ୍ରଧାନ କହିଛନ୍ତିଏହି ଶିକାରୀମାନେ ବନ୍ୟପ୍ରାଣୀଙ୍କ ଅସ୍ତିତ୍ୱ ପାଇଁ ବିପଦ ସୃଷ୍ଟି କରୁଥିଲେ। ଆମେ ଗୁପ୍ତ ସୂଚନା ଆଧାରରେ କାର୍ଯ୍ୟକାରୀ ହୋଇ ଏହି ଅଭିଯାନ ଚଳାଇଥିଲୁ। ଅଭିଯୁକ୍ତଙ୍କୁ ଆଦାଲତକୁ ପଠାଯାଇଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ।ଆଇନଗତ ପଦକ୍ଷେପ ଗିରଫ ବ୍ୟକ୍ତିମାନଙ୍କୁ ଜଙ୍ଗଲ କାନୁନ୍ ଅନୁଯାୟୀ ଆଦାଲତକୁ ପଠାଯାଇଛି କରାଯାଇଛି। ବନ୍ୟଜୀବ (ସୁରକ୍ଷା) ଆଇନ୍, ୧୯୭୨ ଅଧୀନରେ ମାମଲା ରଜିଷ୍ଟର କରାଯାଇଥିବା ବେଳେ ବିସ୍ଫୋରକ ପଦାର୍ଥ ସମ୍ବନ୍ଧୀୟ ଅଭିଯୋଗ ମଧ୍ୟ ଯୋଡାଯାଇଛି। ହିନ୍ଦୋଳ ଜଙ୍ଗଲ ବିଭାଗ ଏହି ଘଟଣାକୁ ଗୁରୁତ୍ୱ ଦେଇ ବନ୍ୟପ୍ରାଣୀ ଶିକାର ବିରୁଦ୍ଧରେ ସଚେତନତା ଅଭିଯାନ ଜାରି ରଖିଛି। ଅଧିକାରୀମାନେ ଲୋକଙ୍କୁ ଗୁପ୍ତ ସୂଚନା ଦେବାକୁ ଆହ୍ୱାନ ଦେଇଛନ୍ତି।

Leave A Reply

Your email address will not be published.

four × three =