ଢ଼େଙ୍କାନାଳ: ଭୁବନ ଶ୍ରୀରାମ ନବମୀ ମହୋତ୍ସବ ସମିତି ଆନୁକୁଲ୍ୟରେ ହିନ୍ଦୁ ନବ ବର୍ଷ ଉପଲକ୍ଷେ ମାତୃଭୂମି ପାଇଁ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି। ଏହି ଗଣଦୌଡ କୁ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଗଣଦୌଡ ରେ ସାମିଲ ହୋଇଥିଲେ। ଶ୍ରୀରାମ ନବମୀ ମହୋତ୍ସବ ସମିତି ଆବାହକ ଅଧ୍ୟାପକ ଦିଲ୍ଲୀପ ଦାସ ଙ୍କ ନେତୃତ୍ଵରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ , ବିଜେପି ନଗର ମଣ୍ଡଳ ସଭାପତି ଅଜିତ କୁମାର ବିହାରୀ ଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା,ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଅଂଶ ଗ୍ରହଣ କରି ରାମ ମନ୍ଦିର ପରିସରରୁ ବାହାରି ଅରବିନ୍ଦ ମାର୍ଗ, କାଳୀ ବଜାର,ନୂଆ ବଜାର (ବସଷ୍ଟାଣ୍ଡ),ଗୋଡ଼ି ପୋଖରୀ ଛକ,ସିନେମା ହଲ ଛକ, ବଉଳ ଛକ, ଟୋଲଙ୍କ ବେରେଣି ଦେଇ ରାମ ମନ୍ଦିର ରେ ପହଞ୍ଚିଥିଲେ ।