ମରିଗଲା ମାନବିକତା ଫେରିଲେ ରାସ୍ତା କଡକୁ ବୃଦ୍ଧା କାଇଁଚ !

ଢ଼େଙ୍କାନାଳ: ଗତ କିଛିଦିନ ତଳେ ଢ଼େଙ୍କାନାଳ ହିନ୍ଦୋଳ ନୂଆକୋଟ ୬୧ ବର୍ଷୀୟ କାଇଁଚ ବେହେରା ନାମକ ବୃଦ୍ଧାଙ୍କୁ ହିନ୍ଦୋଳ ଆଦର୍ଶ ବିଦ୍ୟାଳୟ ନିକଟରୁ ଅସହାୟ ମୂମୁର୍ଷୁ ଅବସ୍ଥା ରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ଜନ ମଙ୍ଗଳ ରାସୋଳ ଉଦ୍ଧାର କରି ଢେ଼ଙ୍କାନାଳ ସକ୍ଷୀ କୁ ରକ୍ଷଣା ବେକ୍ଷଣ ପାଇଁ ନେଇ ଛାଡିଥିଲେ।କିନ୍ତୁ ସକ୍ଷୀ ସେଣ୍ଟର କହିବା ଅନୁଯାୟୀ କାଇଁଚ ସେଠାରେ ରହିବାକୁ ଅମଙ୍ଗ ହୋଇଥିଲେ।ସକ୍ଷୀ ସେଣ୍ଟର ର ଜଣେ ମହିଳା କର୍ମଚାରୀ ରବିବାର ୨୩/୦୩/୨୦୨୫ ସଂନ୍ଧ୍ୟା ୭ ଘଟିକା ସମୟ ରେ ତାଙ୍କୁ ଆଣି ହିନ୍ଦୋଳ ପୋଲିସ ସହାୟତା ନେଇ ନୁଆକୋଟ ବାସସ୍ଥଳୀ ପରିବର୍ତ୍ତେ ପୁନଃ ହିନ୍ଦୋଳ ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ଜଙ୍ଗଲରେ ମରଣ ମୁହଁରେ ଛାଡ଼ି ଯାଇଛନ୍ତି।ତେବେ ସରକାରଙ୍କ ମାଳମାଳ ଯୋଜନା କୁ ଭ୍ରୁକ୍ଷେପ କରି ସଖି ସେଣ୍ଟର ମରଣ ମୁହଁରେ ସରକାର ପୋଲିସ ପ୍ରଶାସନ ସହାୟତାରେ ଥଇଥାନ କରିବ କଣ,ଜଙ୍ଗଲ ରେ ଛାଡ଼ି ଯିବା କେତେ ଦୂର ଯୁକ୍ତିଯୁକ୍ତ।ସରକାରୀ ଯୋଜନାକୁ ଲାତ ମାରିବା ସହିତ ସମାନ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନାର ବିଷୟ ପାଲଟିଛି।ତେବେ ଏ ସରକାର କାହା ପାଇଁ ପ୍ରଶ୍ନ ହେଉଛି।ଲୋକ ଦେଖାଣିଆ ସରକାର ସାଙ୍ଗ କୁ କର୍ମକୋଢିଆ ପ୍ରଶାସନିକ ଅଧିକାରୀ ଙ୍କର ଏତାଦୃଶ କାର୍ଯ୍ୟକଳାପ ରୁ ସ୍ପଷ୍ଟ ବାରି ହୋଇପଡୁ ଥିବା ବେଳେ ସମାଜ ପାଇଁ ବୋଝ ବୋଲି ଅଞ୍ଚଳ ବାସୀ ଦୁ଼ଃଖ ପ୍ରକଟ କରିଛନ୍ତି। ପ୍ରକାଶ ଥାଉ କି ବୃଦ୍ଧା କାଇଁଚ ର ସ୍ବାମୀ ପୁଅ ଏହି ଦୁନିଆଁ ରେ ନଥିବା ବେଳେ ମାଗିଯାଚି ଖାଉଥିବା ମଣିଷ ର ଘର ଦ୍ଵାର କିଛି ନାହିଁ ଏମିତି ପରିସ୍ଥିତି ରେ ତାର ଜଣେ ଭଉଣୀ ଓ ପୁତୁରା ଙ୍କ ପାଖରେ ଯିଏ ଖଟିଲେ ଖାଆନ୍ତି ରାସ୍ତା କଡ,ଗାଁ କୋଠ ଘରେ ଜୀଵନ କାଟନ୍ତି।ଯାହାର ନିଜ ରକ୍ଷଣ ଅସମ୍ଭାଳ ଅତୈଵ କଣ ସୁବିଧା ଦେଖି କାଇଁଚ କୁ ଛାଡି ଦେଇଗଲେ,କାଇଁଚ ର ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ସ୍ବଚ୍ଛଳ ନାହିଁ ସତେ ଅବା ମୃତ୍ୟୁ ମୁଖକୁ କାଇଁଚ କୁ ହିନ୍ଦୋଳ ପୋଲିସ ସହାୟତାରେ ସଖୀ ସେଣ୍ଟର ପୁନଃ ଜଙ୍ଗଲ ରେ ଛାଡି ଦେଇ ନିଜର ଦାୟିତ୍ୱ ନୁହେଁ ବୋଲି ସୂଚାଇ ଦେଇଛନ୍ତି ।

Leave A Reply

Your email address will not be published.

3 × 3 =