ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ୍ ଅଞ୍ଚଳର ବାଉଁଶପୋଖରୀ ଠାରେ ରାଷ୍ଟ୍ରୀୟ ବନ ଦିବସ ପାଳିତ ହୋଇଯାଇଛି। ଏଥିନିମିତ୍ତ ଜଙ୍ଗଲ ପରିବେଶ ଓ ବିକାଶମଞ୍ଚର ସଭାପତି ତ୍ରୀନାଥ ବେହେରାଙ୍କ ନେତୃତ୍ବରେ ବାଉଁଶପୋଖରୀ ପାହାଡ ପାଖକୁ ମଞ୍ଚର ନେତୃବୃନ୍ଦ ମାନେ ଯାଇ ବୃକ୍ଷକୁ ଫୁଲ ଚନ୍ଦନ ଦେଇ ସ୍ନେହ ଓ ଶ୍ରଦ୍ଧାରେ ପୂଜା କରିଥିଲେ। ସମସ୍ତେ ସେଠାରେ ସଂକଳ୍ପ ନେଇଥିଲେ କି ଆମ୍ଭେ ଜଙ୍ଗଲକୁ ସୁରକ୍ଷା ଦେବା , ଜଙ୍ଗଲ ପରିବେଶକୁ ସୁନ୍ଦର କରିବା ଏବଂ ଜଙ୍ଗଲର ବିକାଶ ପାଇଁ ଚେଷ୍ଟା କରିବା। ଏଥିସହ ଜଙ୍ଗଲ ଅଧିକାର ପାଇବା ପାଇଁ ସମସ୍ତ କାର୍ଯ୍ୟ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା। ଉକ୍ତ କାର୍ଯ୍ୟକ୍ରମରେ ଭୀମସେନ ବେହେରା, ବିନୋଦ ଦେହୁରୀ, ବିମଳ ବେହେରା, କସ୍ତୁରୀ ସାହୁ, ମଳୟ ବେହେରା, ଅଜିତ୍ ସାହୁ, ସୁଧାକର ଜେନା, ବାବୁ କୁମାର ସାହୁ ଓ ନରୋତ୍ତମ ପ୍ରଧାନ ଆଦି ଯୋଗଦେଇଥିଲେ।