ଢେଙ୍କାନାଳ : ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଗୁରୁବାର ଦିନ ଫୋରମର ସଭାପତି ପୂର୍ବତନ ନଗରପାଳ ତଥା ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ବିଶ୍ଵ ପଖାଳ ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଯୋଗଦେଇ କହିଥିଲେ ଯେ ଢେଙ୍କାନାଳ ଏକ ଭାଇଚାରାର ସହର ଏବଂ ସମସ୍ତ ପର୍ବ ପର୍ବାଣୀ ଏକତ୍ରିତ ହୋଇ ପାଳନ କରିଥାନ୍ତି l ସେହିପରି ସଚେତନ ନାଗରିକ ଫୋରମ ସମସ୍ତଙ୍କୁ ନେଇ ଓଡ଼ିଶାର ସଂସ୍କୃତି ବିଶ୍ଵ ପଖାଳ ଦିବସ ପାଳନ କରିଆସୁଛି ବୋଲି ନିଜ ଅଭିବ୍ୟକ୍ତ ରଖିଥିଲେ l ଫୋରମର ପ୍ରତିଷ୍ଠାତା ସଦସ୍ୟ ତଥା ଦୈନିକ ଖବର କାଗଜର ସମ୍ପାଦକ ପ୍ରଦୀପ କୁମାର ଦାଶ ଫୋରମ କିପରି ଗଢିଉଠିଥିଲା ସେ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ l ଫୋରମର ମାର୍ଗ ଦର୍ଶକ ପଙ୍କଜ ନାୟକ ସ୍ୱାଗତ ଭାଷଣ ସହିତ ଅତିଥି ମାନଙ୍କୁ ସଭା ମଞ୍ଚକୁ ନିମନ୍ତ୍ରଣ କରିଥିଲେ l ସମ୍ପାଦକ ଭରତ କୁମାର ଦାସ ଫୋରମ ଦ୍ୱାରା ହେଉଥିବା ରଚନାତ୍ମକ କାର୍ଯ୍ୟକ୍ରମ ଆଦିର ବିବରଣୀ ପାଠ କରିଥିଲେ l ଫୋରମର କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ବେହେରା ସଭା ପରିଚାଳନା କରିଥିବା ବେଳେ ଉପସଭାପତି ଆଇନଜୀବୀ ଦୀପକ ପଟ୍ଟନାୟକ ଜଗନ୍ନାଥ ସଂସ୍କୃତି ସହ ପଖାଳର ସମ୍ପର୍କ ଏବଂ ବିଶ୍ଵ ପଖାଳ ଦିବସ ଉପରେ ସମ୍ୟକ ସୂଚନା ଦେଇଥିଲେ l ସହ ସମ୍ପାଦକ ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର ଟାଉନ ଶାଖା ସଭାପତି ଅଶୋକ ସ୍ୱାଇଁ, ସମ୍ପାଦକ ମନ୍ମଥ ରାଓ, ଟାଉନ କାର୍ଯ୍ୟକାରୀ ସଭାପତି କିଶୋର ବେହେରା ପ୍ରମୁଖଙ୍କ ପ୍ରଚେଷ୍ଟାରେ ଉକ୍ତ କାର୍ଯ୍ୟକ୍ରମ ସଫଳ ହୋଇଥିଲା l ଏହି ବିଶ୍ଵ ପଖାଳ ଦିବସରେ ମହିଳାନେତ୍ରୀ ପ୍ରଭାତୀ ମହାପାତ୍ର, ବନଜା ମାନସିଂ, ରୁଦ୍ରମାଧବ ହୋତା, ଆଇନଜୀବୀ ଅମ୍ବିକା ପ୍ରସାଦ ମିଶ୍ର, ଦେବାଶିଷ ନନ୍ଦ, ଶେଷାନନ୍ଦ ମିଶ୍ର, ଭଗବତୀ ହୋତା, ରମାକାନ୍ତ ଦାସ ପ୍ରମୁଖଙ୍କ ସହିତ ଶତାଧିକ ସଦସ୍ୟ ଯୋଗ ଦେଇଥିବା ବେଳେ ଜିଲ୍ଲା ସହ ସମ୍ପାଦକ ଦିଲ୍ଲୀପ କୁମାର ରାଉତ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ପଖାଳ ସେବନ କରିବାପାଇଁ ସମସ୍ତଙ୍କୁ ଆମନ୍ତ୍ରଣ କରିଥିଲେ l