ପ୍ରଶାସନର ପରିଚାଳନାଗତ ତୃଟି ପାଇଁ ଭୁସୁଡ଼ିବ କପିଳାସ ପୀଠ ସିଂହ ଦ୍ଵାର ସମ୍ମୁଖରେ ଥିବା ବଡ଼ଦାଣ୍ଡ ର ଛାତ !

ବିଗତ ୨୦୦୩ ମସିହା ରୁ ନିର୍ମିତ ପବିତ୍ର ପୀଠ ର ସିଂହ ଦ୍ୱାର ରେ ଥିବା ବଡ଼ଦାଣ୍ଡ ର ଛାତ ତତ୍ ପୂର୍ବତନ ବିଧାୟକ ନବୀନ ନନ୍ଦ ଙ୍କ ଉଦ୍ୟମ କ୍ରମେ ମୁଖ୍ୟମନ୍ତ୍ରୀ ଙ୍କ ସ୍ବତନ୍ତ୍ର ଉନ୍ନୟନ ପାଣ୍ଠି ରୁ ଢେ଼ଙ୍କାନାଳ ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମାଣ କରାଯାଇଥିଲା । ସିଂହ ଦ୍ୱାର ସମ୍ମୁଖ ରେ ଥିବା ଏକ ବିରାଟ ୫୦ ଫୁଟ ର ଖାଲ କୁ କଲମ ପିଲାର ମାଧ୍ୟମରେ ତିନି ମହଲା ସମ୍ପନ୍ନ ର ଛାତ ନିର୍ମାଣ କରାଯାଇ ପ୍ରଥମ ମହଲା ରେ କୁ ଯାତ୍ରୀ ଓ ଶ୍ରଦ୍ଧାଳୁ ଙ୍କ ବିଶ୍ରାମ ପାଇଁ ଉଦ୍ଦିଷ୍ଟ ଥିଲା ଓ ଦ୍ଵିତୀୟ ମହଲା ରେ ୬ ଟି ମାର୍କେଟ ଗୃହ ନିର୍ମାଣ ହୋଇ ଯାଇଥିଲା । ତୃତୀୟ ମହଲା ରେ ବଡ଼ଦାଣ୍ଡ ନିର୍ମାଣ ହୋଇ ସେଥିରେ ଗୋଟିଏ ପାର୍ଶ୍ଵ ରେ ଯାତ୍ରୀ ବିଶ୍ରାମ ଗାର ଓ ତା ପାଖକୁ ଲାଗି ଦୁଇଟି ଭୋଗ ଦୋକାନ ଗୃହ ନିର୍ମାଣ କରାଯାଇ ସମ୍ପୂର୍ଣ ଛାତ ଟି ଯାତ୍ରୀ ଙ୍କ ସାମୟିକ ବିଶ୍ରାମ ପାଇଁ ଖୋଲା ରଖା ଯାଇଥିଲା । କିନ୍ତୁ ସମୟ କ୍ରମେ ଦେବୋତ୍ତର ବିଭାଗ ଯାତ୍ରୀ ବିଶ୍ରାମ ଗାର ଟିକୁ “ଅରୁଆ ହୋଟେଲ ” କରିବାକୁ ଅନୁମତି ଦେବା ଫଳରେ ଯାତ୍ରୀ ମାନେ ଆଉ ସେଠାରେ ବିଶ୍ରାମ ନେବା ସମ୍ଭବ ହେଲା ନାହିଁ । “ଅରୁଆ ହୋଟେଲ” ର ନିଲାମ ଧାରି ମାନେ ସେଇ ଘର ର ତଳ ମହଲା ରେ ରୋଷେଇ କରିବା ଫଳରେ ସେଇ ତିନି ମହଲା ଛାତ ର ତଳ ମହଲା ର ଛାତ ବର୍ତ୍ତମାନ ଭୁସୁଡ଼ିବା ଅବସ୍ଥା କୁ ଆସିଯାଇଛି । ତାପରେ ସେହି ଛାତ ର ଖୋଲା ସ୍ଥାନ ଯାହା ଯାତ୍ରୀ ଙ୍କ ବିଶ୍ରାମ ପାଇଁ ଉଦ୍ଦିଷ୍ଟ ଥିଲା ତାହା ପାନ ଦୋକାନ, ଥଣ୍ଡା ପାନୀୟ ଦୋକାନ ଓ ଜଳଖିଆ ଦୋକାନ ସବୁ ତିଆରି କରାଯାଇ ସେଇ ଯାଗା ଟିକୁ ସମ୍ପୂର୍ଣ ବେଦଖଲ କରିବା ସଂଗେ ସଂଗେ ସେହି ଛାତ ଉପରେ ଅଯଥା ଭାର କୁ ଲଦି ଦିଆଗଲା । ଦେବୋତ୍ତର କପିଳାସ ପୀଠ ରେ ଯେଉଁ ସ ଈ ରା ତ ଗୁଡ଼ିକ ନିଲାମ ଦେଲେ ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଯାଗା ନଦେବା ଫଳରେ ସେମାନେ ସେହି ଜରାଜୀର୍ଣ୍ଣ ଛାତ ଉପରେ ଝୁମ୍ପୂଡ଼ି ଦୋକାନ କରି ପରିବେଶ ଓ କପିଳାସ ର ସୋଉନ୍ଦର୍ଯ୍ୟ କୁ ନଷ୍ଟ ଭ୍ରଷ୍ଟ କରି ଦିଆଗଲା । ସେଥିପାଇଁ ଯେତେ ଅଭିଯୋଗ ଦେବୋତ୍ତର ବିଭାଗ ର ମନ ମାନି ଯୋଗୁ ସେହି ଘଟଣା ଉପରେ ଜିଲ୍ଲା ପ୍ରଶାସନ ଆଜି ପର୍ଯ୍ୟନ୍ତ ଅଣ ଦେଖା କରି ଆସୁଛନ୍ତି । ଏହି ପୁରୁଣା ଛାତ କୁ ଯଦି ତୁରନ୍ତ ଖାଲି କରା ନାଯାଏ ଓ ତଳ ମହଲା କୁ ପୂର୍ବପରି ଅରୁଆ ହୋଟେଲ ର ରୋଷ ସାଲା ରୂପେ ବ୍ୟବହାର କରାଯାଏ ତେବେ କପିଳାସ ବଡ଼ଦାଣ୍ଡ ସଂଲଗ୍ନ ତିନି ମହଲା ବିଶିଷ୍ଟ ଛାତ ଟି କେତେବେଳେ ଭୁଶୁଡ଼ି ନ ପଡ଼ିବ ତାହା କହିହେବ ନାହିଁ ! ଯଦି ସେହି ଛାତ ଭୁଶୁଡ଼ି ଯାଏ କେତେ ଲୋକ ମୃତାହତ ହେବେ ତାହା କହି ହେବ ନାହିଁ । ଯଦି ଛାତ ଭୁଶୁଡ଼ି ଯାଏ ତେବେ ତାହା ଧବଳେଶ୍ଵର ଘଟଣା ର ପୁନରାବୃତ୍ତି ଯେ ନହେବ ତାହା କହି ହେବ ନାହିଁ ।ଏହି ସବୁ ଅବ୍ୟବସ୍ଥା ର ସମାଧାନ ପାଇଁ ” କପିଳାସ ସୁରକ୍ଷା ପରିଷଦ ” ତରଫରୁ ଜିଲ୍ଲା ପ୍ରଶାସନ କୁ ଏକ ୨୨ ଦଫା ସମ୍ବଳିତ ଦାବି ପତ୍ର ଦିଆଯାଇଥିଲେ ବି ତାହା ଉପରେ କୌଣସି ନିଷ୍ପତି ନିଆଯାଇ ନାହିଁ । ଯଦି ଏହାର ବିଚାର ତୁରନ୍ତ କରା ନଜାଏ ତେବେ ଆସନ୍ତା ୨୮ ତାରିଖ ରେ ମଧ୍ୟ ପରିଷଦ ତରଫରୁ କପିଳାସ ପୀଠ ସିଂହ ଦ୍ୱାର ନିକଟ ରେ “ଅନଶନ ଧର୍ମଘଟ” କରାଯିବା ପାଇଁ ଚେତାବନୀ ଦିଆଯାଇଛି । ଏଣୁ ଏହି ତିନି ମହଲା ବିଶିଷ୍ଟ ଛାତ ରେ ଥିବା ଦୋକାନ ଘର ଗୁଡ଼ିକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସଂଗେ ସଙ୍ଗେ ତଳ ମହଲା ରେ ଥିବା ଅରୁଆ ହୋଟେଲ ର “ରୋଷ ଶାଳା” କୁ ବନ୍ଦ କରାଯାଇ ଏହି ଛାତ କୁ ତୁରନ୍ତ ବିପଦ ପୂର୍ଣ୍ଣ ଘୋଷଣା ପୂର୍ତ୍ତ ବିଭାଗ ଦ୍ଵାରା କରାଯାଇ ତାହାର ମରାମତି କାର୍ଯ୍ୟ ହାତକୁ ଜିଲ୍ଲା ପ୍ରଶାସନ ନିଅନ୍ତୁ ନୋଚେତ୍ ଜିଲ୍ଲା ପ୍ରଶାସନ ଆଗାମୀ ଦିନରେ ଘଟିବାକୁ ଥିବା କୌଣସି ଅଘଟଣ ପ୍ରତି ଦାୟୀ ରହିବେ ବୋଲି କପିଳାସ ସୁରକ୍ଷା ପରିଷଦ ର ଆବାହକ ତଥା ପୂର୍ବତନ ବିଧାୟକ ନବୀନ ନନ୍ଦ ମତ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.

1 × 2 =