ଢ଼େଙ୍କାନାଳ: ହିନ୍ଦୋଳ ଉପଖଣ୍ଡରେ ରାଜ୍ୟର ସବୁଠାରୁ ଅଧିକ ହାତୀ ଚଳପ୍ରଚଳ କରୁଥିବା ଜଣାପଡ଼ିଛି । ପରିସ୍ଥିତି ଏମିତି ହେଲାଣି ସନ୍ଧ୍ୟା ହେଲେ ଘରେ ଘରେ ତାଟି କବାଟ ପଡୁଛି । ଏମିତି ବି ଦେଖିଲେ ଦିନ ଦ୍ୱିପ୍ରହରରେ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଇଛି । ଲୋକମାନେ ଦିନରେ ଘରୁ ପଦାକୁ ବାହାରିବାକୁ ମଧ୍ୟ ନିରାପଦ ମଣୁ ନାହାନ୍ତି। ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ଆସିବାକୁ ହେଲେ ଅଭିଭାବକଙ୍କ ସହାୟତା ଦରକାର ପଡୁଛି । ଗତକାଲି କୁକୁଟା ବସଲା ଗ୍ରାମର ସୁଦର୍ଶନ ବେହେରାଙ୍କ ଗାଈ ଫାର୍ମ ହାଉସ୍ ରେ ହାତୀ ଆକ୍ରମଣ କରି ବ୍ୟାପକ ଭଙ୍ଗାରୁଜା କରି ଗାଈ ପାଇଁ ରଖିଥିବା ଖାଦ୍ୟ ଖାଇବା ସହ ଏଣେ ତେଣେ ଫୋପାଡି ଦେଇଛନ୍ତି । କ୍ଷୀର ବିକି ଦୁଇ ପଇସା ରୋଜଗାର କରି ପରିବାର ପୋଶୁଥିବା ବେଳେ ତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ଏପରିସ୍ଥଳେ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସଧାରଣରେ ଦାବି ହେଉଛି।