ହିନ୍ଦୋଳ ଡିହସାହି ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଡିହସାହି ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି। ପ୍ରଥମେ ଖେଳକୂଦ କାର୍ଯ୍ୟକ୍ରମ କରି କୃତି ଛାତ୍ରଛାତ୍ରୀଙ୍କୁ ବଛା ଯାଇଥିଲା। ଏବଂ ପରେ କୁନିକୁନି ଛାତ୍ରଛାତ୍ରୀଙ୍କ ଦ୍ବାରା ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା। ଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବାଉଁଶପୋଖରୀ ଗ୍ରାମପଞ୍ଚାୟତର ସରପଞ୍ଚ ରଣଜିତ୍ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଉପ୍ରା ବିଦ୍ୟାଳୟର ପୂର୍ବତନ ସଭାପତି ସୁରେନ୍ଦ୍ର କୁମାର ପଟ୍ଟନାୟକ ଓ ନୂଆକୋଟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସରୋଜ କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିହସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କରୁଣାକର ପ୍ରଧାନ, ବିଦ୍ୟାଳୟର ଚେୟାରମେନ୍ ସଞ୍ଜୟ କୁମାର ବେହେରା ସମେତ ଉପ୍ରାବିଦ୍ୟାଳୟର ସଭାପତି ରଞ୍ଜନ କୁମାର ପତି, ପ୍ରଧାନଶିକ୍ଷକ ବିମ୍ବାଧର ସାହୁ, ସହକାରୀ ଶିକ୍ଷକ ସୁରେଶ କୁମାର ସ୍ବାଇଁ ଉପସ୍ଥିତ ଥିବାବେଳେ ଗ୍ରାମ ସଭାପତି ଧୃବ ଚରଣ ବେହେରା ସଦୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ଲିପୁ ବେହେରା ପରିଚାଳନା କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.

twelve + 3 =