ସ୍ମୃତିକୁ ମନେପକେଇ ତାଙ୍କ ଜନ୍ମତିଥିରେ ସ୍ମୃତିରେ ଅଟଳ !

ଢେଙ୍କାନାଳ : ଅଟଳ ନାମ ଯେମିତି କାମ ବି ସେମିତି । ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ।
ଅଟଳ ସିନା ନାହାନ୍ତି କିନ୍ତୁ ତାଙ୍କର ନେତୃତ୍ୱ, ଦକ୍ଷତା ଓ ତାଙ୍କର ନିଷ୍ପତି ଆଜି ବି ପ୍ରତିଟି ଭାରତୀୟ ମନରେ ସେମିତି ସତେଜ ।
ତାଙ୍କର ଗୋଟିଏ ନିଷ୍ପତି ସାରା ବିଶ୍ୱ ପାଇଁ ଉଦାହରଣ ଥିଲା । କ୍ଷମତାରେ ଥାଆନ୍ତୁ ବା ବିରୋଧରେ ଅଟଳ ବିହାରୀ ବାଜପେୟୀ
ସବୁବେଳେ ସମାନ ଥିଲେ । ଗଣତନ୍ତ୍ରକୁ ରକ୍ଷା ଓ ରାଷ୍ଟ୍ରବାଦରେ ଭରପୁର ଥିଲା ଅଟଳଙ୍କ ମନ । ଆଜି ତାଙ୍କ ସ୍ମୃତିକୁ ମନେପକେଇ
ସାରା ଭାରତବାସୀ ତାଙ୍କ ଜନ୍ମତିଥିକୁ ସ୍ମରଣ ରଖିବାକୁ ପାଳନ କରୁଛି । ସେହିପରି ଢେଙ୍କାନାଳ ଜିଲ୍ଲାରେ ବିଜେପି ପକ୍ଷରୁ ଆଜି
ବିଜେପି ଜିଲ୍ଲା ସଭାପତି ରାସ ବିହାରୀ ବେହେରାଙ୍କ ଅଧ୍ୟକ୍ଷତାରେ ଢେଙ୍କାନାଳ ଟାଉନ ହଲ ଠାରେ ଜନ୍ମ ଶତାବ୍ଦୀ ବର୍ଷ \”ସ୍ମୃତିରେ
ଅଟଳ\’ ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳର ବିଭିନ୍ନ ପ୍ରାନ୍ତରୁ ବିଶିଷ୍ଟ କବି ମାନେ ଯୋଗଦେଇ ତାଙ୍କ କବିତା
ମାଧ୍ୟମରେ ଅଟଳଙ୍କ ସ୍ମୃତି ବନ୍ଦନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବିଧାୟକ ଶତ୍ରୁଘନ
ଜେନା, ସମ୍ମାନିତ ଅତିଥି ରୂପେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ଦାଶ, ପୂର୍ବତନ ଜିଲ୍ଲା ସଭାପତି ନରେଶ ମହାପାତ୍ର, ପ୍ରେମାନନ୍ଦ
ଜେନା ପ୍ରମୁଖ ଯୋଗ ଦେଇଥିଲେ । କବିମାନେ ଡ. ସୁବାଷ ନାୟକ, ଦିବାକର ନନ୍ଦ, ରବିନ୍ଦ୍ର କୁମାର ହୋତା, ନିର୍ମଳ ମହାପାତ୍ର,
ପରେଶ୍ ପଟ୍ଟନାୟକ, ଶତ୍ରୁଘ୍ନ ମାଟି, ଆବୋରି ଭୋଇ, ପ୍ରକାଶ ଚନ୍ଦ୍ର ରାଉତ, ସୁନିଲ୍ ଶର୍ମା ଓ ଜଣେ ଛାତ୍ର ଅଟଳବିହାରୀ
ବାଜପେୟୀଙ୍କ ଛବିକୁ ଅତି ନିଖୁଣ ଭାବରେ ଅଙ୍କନ କରିଥିବା କୌସିକ ନାରାୟଣ ସାହୁଙ୍କୁ ଜିଲ୍ଲା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଟଳ ବିହାରୀ ବାଜପେୟୀ ଅମର ରହେ ବୋଲି ସମୂହ ଶ୍ଲୋଗାନ୍ ଦେଇଥିଲେ ।

Leave A Reply

Your email address will not be published.

9 − 3 =