ବନ୍ଦ ହେବ କି ବିବାଦୀୟ ଭୁବନ ବୁଦ୍ଧେଶ୍ବର ପାର୍କ !

● ବିଜେଡିରେ ଉଦ୍ଘାଟନ ବିଜେପିରେ ପତନ

● ୭୫ ବର୍ଷ ର ଦଖଲକୁ ବେଦଖଲ କରୁଛି ପ୍ରଶାସନ

● ଜଳସଂପଦ ବିଭାଗ କେନାଲ ଜବର ଦଖଲ

● ପ୍ରୋଜେକ୍ଟ ବନ୍ଦ ହେବନି ସ୍ଥାନାନ୍ତରିତ ହୋଇପାରେ

ଢ଼େଙ୍କାନାଳ : ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ର ପର୍ଯ୍ୟଟନ ସ୍ଥଳୀ ବାବା ବୁଦ୍ଧେଶ୍ବର ପିଠ ରେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ ୩ କୋଟି ଟଙ୍କା ବ୍ୟୟ ଅଟକଳ ରେ ନିର୍ମିତ ହୋଉଥିବା ପାର୍କ ବିବାଦୀୟ ଜମିରେ ହେଉଥିବାରୁ ଏକ ପ୍ରକାର ବନ୍ଦ ହେବାକୁ ବସିଛି। ଏହି ପାର୍କ ବିଜେଡି ସରକାର ର ଶେଷ୍ ପର୍ଯ୍ୟାୟରେ ଉଦ୍ଘାଟନ ହୋଇଥିଲା। ଉଦଘାଟନ ରାତିରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ଦ୍ଵାରା ସ୍ଥାପିତ ଫଳକ କୁ ଭାଙ୍ଗି ଦିଆଯାଇଥିଲା। ଯାହାକି ବିଜେପି ସମୟରେ ପତନ ହେବାକୁ ଯାଉଛି। ୭୫ ବର୍ଷର ଦଖଲକୁ ବେଦଖଲ କରୁ ଥିଲା ପ୍ରଶାସନ ।ଫଳରେ ଦଖଲ ରେ ଥିବା ପ୍ରଜା ତାତିଲେ ,ମାତିଲେ, ବିବାଦୀୟ ସ୍ଥାନରେ ଘର ନିର୍ମାଣ ବି କଲେ। ତେବେ ପୂର୍ତ୍ତ ବିଭାଗ ପକ୍ଷରୁ ପାର୍କ ନିର୍ମାଣ ନିମନ୍ତେ ପ୍ରାଚୀର ନିର୍ମାଣ କରାଯାଇଛି। ପ୍ରାଚୀର ମଧ୍ୟରେ ରହିଛି ଜଳସଂପଦ ବିଭାଗ ଦ୍ଵାରା ଅଧିଗ୍ରହଣ ହୋଇଥିବା ଜମି। ଯାହାକି ରେଙ୍ଗାଲି ବାମ କେନାଲ ଦ୍ଵାରା ବନ୍ଦାଳ ମାଇନର ନାମରେ ନାମିତ। ସମୁଦାୟ ୨୮ ଡେସିବଲ ଜମି ଅଧିଗ୍ରହଣ କରାଯାଇଛି। କେନାଲ ବି ନିର୍ମାଣ ହୋଇଛି କିଛି ଅଂଶକୁ ନେଇ। ତେବେ କାହା ବଳରେ ବଳୀଆର୍ ହୋଇ କେନାଲ କୁ ପୋତି ପାଚେରୀ ଦେଇ ପାର୍କ ନିର୍ମାଣ କରୁଥିଲା ପୂର୍ତ୍ତ ବିଭାଗ ର ଧୃତ ଠିକାଦାର। ଚାଷୀ ଙ୍କ ଜମି କୁ କିଭଳି ପାଣି ଯିବ ସେଥିପାଇଁ ଜଳ ସଂପଦ ବିଭାଗ ଚେଷ୍ଟା କରୁଥିବା ବେଳେ କେନାଲ ପୋତି ପାର୍କ ନିର୍ମାଣ କରୁଛି ପୂର୍ତ୍ତ ବିଭାଗ। ରାଜ୍ଯ ସଂସ୍କୃତି ବିଭାଗ ର ୩ କୋଟି ଅନୁଦାନ କୁ ବିବାଦୀୟ ସ୍ଥାନରେ କାର୍ଯ୍ୟରେ ଲଗାଇବାକୁ ଚେଷ୍ଠା କରି ବିଫଳ ହୋଇଛି ପୂର୍ତ୍ତ ବିଭାଗ। ପ୍ରାୟ ୭୦ ଲକ୍ଷ୍ ଟଙ୍କା ଏଠାରେ ବିନିଯୋଗ ହୋଇଛି। ପ୍ରାଚୀର, ଗେଟ, ଜଗୁଆଳି ଘର, ସୁଇମିଂ ପୁଲ ନିର୍ମାଣ ସରିଛି। ଏହି ସ୍ଥାନ ବିବାଦୀୟ ଥିବା ରୁ ଗତ ,୬ ମାସ ପୂର୍ବେ କୋଳଥ ଚାଷ ହୋଇଥିଲା। ଜାନୁଆରୀ ୨୯ ତାରିଖ ଦିନ ପ୍ରଶାସନ ପକ୍ଷରୁ ପାଚେରୀ ଭାଙ୍ଗି ରେକର୍ଡ ଧାରୀ ଜମି ମାଲିକ ଙ୍କୁ ରାସ୍ତା ଦିଆଯାଇଛି। ତଥାପି ଆନ୍ଦୋଳନ ଜାରି ଙ୍କୁ ବୁଝାଇବାରେ ସଫଳ ହେଉନାହାନ୍ତି ପ୍ରାଶାସନିକ ଅଧିକାରୀ, ପୂର୍ତ୍ତ ବିଭାଗ ଅଧିକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାହୀ ଅଧିକାରୀ, ନିର୍ବାଚିତ ନଗରପାଳ, ସେଇ ୱାର୍ଡ କାଉନ୍ସିଲର ତଥା ଉପନଗରପାଳ , ବର୍ତ୍ତମାନ୍ ର ବିଧାୟକ୍ କିମ୍ବା ମନ୍ଦିର ପରିଚାଳନା କମିଟି ର ନବ ନିର୍ବାଚିତ କର୍ମକର୍ତ୍ତା। ତେବେ ଏହି ଭୁବନ ଗୋପାଳପୁର ମୌଜା ୟୁନିଟ୍ ୧୮ ର ଏହି ଜମି ରେ ପାର୍କ ନିର୍ମାଣରେ ତାଲା ପଡିବ। ଆନ୍ଦୋଳନ କାରୀ ଙ୍କ ପକ୍ଷରୁ ଗେଟ୍ ସମ୍ମୁଖ ରେ ନିର୍ମାଣ ଆରମ୍ଭ ହୋଇଛି ଅସ୍ଥାୟୀ ଘର। ଆଗାମୀ ଦିନରେ ହୋଇ ପାରେ ସଂପୂର୍ଣ୍ଣ ଘର ବୋଲି ଅସମର୍ଥତ ସୂତ୍ରରୁ ଜଣାପଡିଛି। ତେବେ ଏନେଇ ପୂର୍ତ୍ତ ବିଭାଗ ର ସହକାରୀ ଯନ୍ତ୍ରୀ ବିଜୟ କୁମାର ସେଠୀ କୁହନ୍ତି ବିଭାଗ ପକ୍ଷରୁ ସମସ୍ତ ସହ ଯୋଗାଯୋଗ କରାଯାଇଥିଲା। ହେଲେ କୌଣସି ନିଷ୍ପତି ରେ ପହଂଚି ନାହୁଁ। ଏହି, ୩ କୋଟି ର ପ୍ରକଳ୍ପ ବନ୍ଦ ହେବନି ସେହି ଅଞ୍ଚଳର ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରେ। ତେବେ ଦେଖିବାକୁ ବାକି ରହିଲା ରାଜନୈତିକ ପଶାପାଲି ରେ ୩ କୋଟି ଟଙ୍କା ର ପାର୍କ ନିର୍ମାଣ ହେଉଛି ନା ଅପାରଗ ରାଜନେତା ଙ୍କ ଯୋଗୁ ଭୁବନ ର ପ୍ରସିଦ୍ଧ ଶୈବ ପୀଠ ଏକ୍ ସଦୃଶ୍ୟ ପାର୍କ ପାଇବାରୁ ବଞ୍ଚିତ ହେଉଛି। ତାହା ସମୟ କହିବ ?

Leave A Reply

Your email address will not be published.

12 − four =